www.samajalive.in
Saturday, December 6, 2025
26.1 C
Bhubaneswar

ପ୍ରକୃତିର ପ୍ରକୃତ ପରିଚୟ ଦେଇଥାଏ ଏହି ସ୍ଥାନ

କର୍ମବ୍ୟସ୍ତତା ଜୀବନ ମଧ୍ୟରେ ଲୋକେ ସର୍ବଦା ଭ୍ରମଣ ପାଇଁ କିଛି ସମୟ ବାହାର କରିଥାଆନ୍ତି। ବିଭିନ୍ନ ସ୍ଥାନ ବୁଲିବା ଦ୍ୱାରା ଆନନ୍ଦ, ଉଲ୍ଲାସ ସହ ମାନସିକ ଚିନ୍ତା ମଧ୍ୟ ବହୁ ପରିମାଣରେ ଦୂର ହୋଇଥାଏ। ଆସନ୍ତୁ ଦକ୍ଷିଣ ଭାରତର କିଛି ଅଦ୍ଭୁତ ସ୍ଥାନ ବିଷୟରେ ଜାଣିବା ଯେଉଁଠାରେ ଆପଣ ଭ୍ରମଣର ଆନନ୍ଦ ନେଇପାରିବେ।
ଉଟୀ , ଏହା ଦକ୍ଷିଣ ଭାରତର ତାମିଲନାଡ଼ୁ ରାଜ୍ୟର ଖୁବ ସୁନ୍ଦର ହିଲ ଷ୍ଟେସନ। ଉଟୀ ବୁଲିବା ପାଇଁ ଗଲେ ଆପଣ ଏହା ନିକଟରେ ଥିବା ଅନ୍ୟାନ୍ୟ କେତେକ ସ୍ଥାନ ମଧ୍ୟ ବୁଲିପାରିବେ।
ଚକୋଲେଟ ମ୍ୟୁଜିୟମ-
ଚକୋଲେଟ ଖାଇବାକୁ ସଭିଁଙ୍କୁ ବେଶ ପସନ୍ଦ। ଏହି ସ୍ଥାନରେ ଆପଣଙ୍କୁ ବିଭିନ୍ନ ପ୍ରକାରର ଚକୋଲେଟ ଦେଖିବାକୁ ଓ ଖାଇବାକୁ ମିଳିବ। ଚକୋଲେଟ ପ୍ରସ୍ତୁତ କରିବା ମଧ୍ୟ ଆପଣ ଏଠାରେ ଶିଖି ପାରିବେ।
ରେଡ଼ିଓ ଟେଲିସ୍କୋପ –
ଏହି ସ୍ଥାନକୁ ଗଲେ ପର୍ଯ୍ୟଟକମାନେ ଭ୍ରମଣର ଏକ ଭିନ୍ନ ମଜା ନେଇଥାଆନ୍ତି। ଏଠାରେ ଥିବା ଉଟୀ ରେଡ଼ିଓ ଟେଲିସ୍କୋପ ୧୭୪୦ ଫୁଟ ଲମ୍ବା ଏବଂ ୯୮ ଫୁଟ ଚଉଡ଼ା।
ନୀଳଗିରି ମାଉଣ୍ଟେନ ରେଲୱେ –
ଭାରତର ବିଶ୍ୱ ପ୍ରସିଦ୍ଧ ଟଏ ଟ୍ରେନରେ ବୁଲିବାର ମଜା କେହି ହାତଛଡ଼ା କରିବାକୁ ଇଚ୍ଛା କରିନଥାଆନ୍ତି। ଉଟୀ ଯାଇ ଆପଣ ଏଠାରେ ଥିବା ଟଏ ଟ୍ରେନରେ ବସିବାର ଅନୁଭବ ନିଶ୍ଚୟ ନିଅନ୍ତୁ। ଏହି ଟ୍ରେନରେ ଯିବା ସମୟରେ ଆପଣ ବହୁ ସୁନ୍ଦର ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପରିବେଶ ଦେଖିବାକୁ ପାଇବେ।
ଏବଲାଞ୍ଚ୍‍ ହ୍ରଦ –
ସାଙ୍ଗସାଥି ଓ ପରିବାର ଲୋକଙ୍କ ସହ ସମୟ ଅତିବାହିତ କରିବା ପାଇଁ ଏହି ସ୍ଥାନର ବିଶେଷତ୍ୱ ଖୁବ ଅଧିକ। ହ୍ରଦର ନିକଟରେ ଥିବା ଆକର୍ଷଣୀୟ ଦୃଶ୍ୟ ମନକୁ ବିମୋହିତ କରିଥାଏ। ଏଠାରେ ଆପଣ ମାଛ ଧରିବାର ମଜା ମଧ୍ୟ ନେଇପାରିବେ।
ଏମରାଲ୍ଡ ହ୍ରଦ –
ଏହି ହ୍ରଦ ଉଟୀର ସାଇଲେଣ୍ଟ ଭ୍ୟାଲେ ଜାତୀୟ ଉଦ୍ୟାନରେ ରହିଛି। ଏଠାରେ ଥିବା ଶସ୍ୟଶ୍ୟାମଳା ପରିବେଶ ଓ ବିଭିନ୍ନ ପ୍ରକାରର ପକ୍ଷୀଙ୍କ ମଧୁର ସ୍ୱର ଏହି ସ୍ଥାନର ସୁନ୍ଦରତାକୁ ଦୁଇ ଗୁଣିତ କରିଥାଏ।
ରୋଜ ଗାର୍ଡ଼େନ –
ଏଲ୍କ ପାହାଡ଼ ନିକଟରେ ଥିବା ରୋଜ ଗାର୍ଡ଼େନ ହେଉଛି ୨ ହଜାର ଠାରୁ ଅଧିକ ପ୍ରକାରର ଗୋଲାପ ମାନଙ୍କର ଗୃହ। ଏଠାକୁ ଭ୍ରମଣ ପାଇଁ ଗଲେ ଆପଣ ପ୍ରକୃତିର ସୁନ୍ଦରତାର ପ୍ରକୃତ ଅନୁଭବ କରିପାରିବେ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories