www.samajalive.in
Monday, December 8, 2025
14.1 C
Bhubaneswar

ରାଜଧାନୀ ଚିକିତ୍ସାଳୟରେ ଟ୍ରମା କେୟାର ୟୁନିଟ ପାଇଁ ପ୍ରଥମ ପର୍ଯ୍ୟାୟରେ ମିଳିଲା ୧୦କୋଟି

ଭୁବନେଶ୍ବର: ରାଜଧାନୀ ଚିକିତ୍ସାଳୟର ଆଶୁଚିକିତ୍ସା କେନ୍ଦ୍ରରେ ଟ୍ରମାକେୟାର କେନ୍ଦ୍ର ପ୍ରତିଷ୍ଠା କରିବା ‌ନେଇ ଯୋଜନା ହୋଇଥିବାବେଳେ ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି କେନ୍ଦ୍ର ପାଇଁ ପ୍ରାୟ ୪୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଆଶୁ ଚିକିତ୍ସା ସାମ୍ନାରେ ନିର୍ମାଣ ହେବାକୁ ପ୍ରସ୍ତାବ ରହିଥିଲା। କିନ୍ତୁ ଜାଗା ସମସ୍ୟା ଯୋଗୁଁ କାର୍ଯ୍ୟ ଅଟକି ରହିଥିଲା। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ରମା କେୟାର ୟୁନିଟ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ପ୍ରାୟ ୧୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଭିତ୍ତିଭୂମି ପାଇଁ ପ୍ରାୟ ୪ କୋଟି ଟଙ୍କା ପ୍ରଦାନ କରାଯାଇଥିବାବେଳେ ୬ କୋଟି ଟଙ୍କା ଟ୍ରମା ୟୁନିଟର ମେସିନ୍‌ ଏବଂ ଆବଶ୍ୟକ ଯନ୍ତ୍ରପାତି ପାଇଁ ପ୍ରଦାନ ମିଳିଛି। କର୍ତ୍ତୃପକ୍ଷ ଉକ୍ତ ସ୍ଥାନ ବୁଲି ଦେଖିବା ସହିତ ସେଠାରେ ଥିବା ଘରକୁ ଉଚ୍ଛେଦ କରିବାକୁ ନିଷ୍ପତ୍ତିି ନେଇଛନ୍ତି। ପୂର୍ବରୁ ପ୍ରାକ ପ୍ରସ୍ତୁତି ସରିଥିବାବେଳେ ଏବେ କାର୍ଯ୍ୟ ତ୍ବରାନ୍ବିତ କରାଯିବ।

ରାଜଧାନୀ ଚିକିତ୍ସାଳୟରେ ଅହେତୁକ ଭିଡକୁ ଦୃଷ୍ଟିରେ ରଖି ଆଶୁ ଚିକିତ୍ସା କେନ୍ଦ୍ରକୁ ବଦଳାଯାଇଛି। ପୂର୍ବରୁ ଗୋଟିଏ ଦ୍ବାର ଦେଇ ପ୍ରବେଶ ଓ ପ୍ରସ୍ଥାନ ଥିବାବେଳେ ଆଜି ଦୁଇଟି ଦ୍ବାର ଖୋଲାଯାଇଛି। ଗୋଟିଏ ପଟେ ପ୍ରବେଶ କରିବା ସହିତ ଅନ୍ୟ ପଟେ ପ୍ରସ୍ଥାନ କରିବେ। ଏହାଛଡା ଉଭୟ ମହିଳା ଓ ପୁରୁଷ ଜରୁରୀକାଳୀନ ୱାର୍ଡକୁ ମଧ୍ୟ ସମ୍ପ୍ରସାରଣ କରାଯିବ ବୋଲି ରାଜଧାନୀ ଚିକିତ୍ସାଳୟ ନିର୍ଦେଶକ ଡା. ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଅନୁସାରେ ତାଲାବନ୍ଦ କୋହଳ ପରେ ଏବେ ରୋଗୀଙ୍କ ସଂଖ୍ୟା ପୂର୍ବଭଳି ୩୦୦୦ ପାର କରିଛି। ବହିର୍ବିଭାଗ ସେବା ପରେ ଆଶୁଚିକିତ୍ସା କେନ୍ଦ୍ରରେ ଅନେକ ଗହଳି ହେଉଛି। ଏହାକୁ ଗୁରୁତ୍ବ ଦେଇ ଆଶୁଚିକିତ୍ସା କେନ୍ଦ୍ରକୁ ସମ୍ପ୍ରସାରଣ କରାଯିବ। ଏହାକୁ ସଂଲଗ୍ନ କରି ଦୁଇଟି କକ୍ଷ ଥିବାବେଳେ ତାହା ବ୍ୟବହାର ହେଉନହିଁ। ଏହି ଦୁଇ କକ୍ଷକୁ ଆଶୁଚିକିତ୍ସା କେନ୍ଦ୍ରରେ ସାମିଲ କରାଯାଇ ବର୍ଦ୍ଧିତ କରାଯିବ। ସ୍ବତନ୍ତ୍ର ଇସିଜି କକ୍ଷକୁ ହଟାଯାଇ ଆଶୁଚିକିତ୍ସା କେନ୍ଦ୍ର କରାଯିବ। ଅନ୍ୟପକ୍ଷରେ ପୁରୁଷ ଜରୁରୀକାଳୀନ ୱାର୍ଡରେ ୯ ଓ ମହିଳା ୱାର୍ଡରେ ୫ ଶଯ୍ୟା ଥିବାବେଳେ ଏହାକୁ ଗୋଟିଏ ୱାର୍ଡ କରାଯିବ। ଯାହା କେବଳ ପୁରୁଷ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ରହିବ। ଏଡାଛଡା ବିପରୀତ ଦିଗରେ ଥିବା ଇସିଜି କକ୍ଷ ଓ ଏହାକୁ ସଂଲଗ୍ନ କରିଥିବା ଏକ କକ୍ଷକୁ ଗୋଟିଏ କରାଯାଇ ମହିଳା ଜରୁରୀକାଳୀନ ୱାର୍ଡ କରାଯିବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories