www.samajalive.in
Tuesday, December 9, 2025
16.1 C
Bhubaneswar

ଓଡିଶା ଷ୍ଟାଫ ସିଲେକ୍‌ସନ ମହାଦୁର୍ନୀତିର ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ 

ଛତ୍ରପୁର : ଓଡିଶା ଷ୍ଟାଫ ସିଲେକ୍‌ସନ କମିସନ(ଓଏସଏସସି) ଚାକିରିରେ ବଡ ଧରଣର ଦୁର୍ନୀତି ଘଟଣାରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଓଡିଶା ବିଜେପି ଯୁବ ମୋର୍ଚ୍ଚା ଆହ୍ୱାନକ୍ରମେ ଛତ୍ରପୁର ବିଜେବି ପକ୍ଷରୁ ଛତ୍ରପୁର ଲୋଏର ବସଷ୍ଟାଣ୍ଡ ଠାରେ ଏହି ମହାଦୁର୍ନୀତିର ପ୍ରତିବାଦ ସହ ରାଜ୍ୟସରକାରଙ୍କ ବିରୁଦ୍ଧରେ ନାରାବାଜି ଓ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ କରାଯାଇଥିଲା । ଓଏସଏସସି ଚାକିରିରେ ଦୁର୍ନୀତି ଯୋଗୁ ରାଜ୍ୟରେ ବହୁ ମେଧାବୀ ଛାତ୍ରଛାତ୍ରୀ ଚାକିରି ନ ପାଇ କମ ମାର୍କ ରଖୁଥିବା ଅନ୍ୟମାନେ ଚାକିରି ହାତଉଥିଲେ । ଏନେଇ ବିଜେପି ପକ୍ଷରୁ ଓଡିଶା ଷ୍ଟାପ ସିଲେକ୍ସନ୍ କମିସନ କ୍ଷେତ୍ରରେ ହୋଇଥିବା ମହାଦୁର୍ନୀତିର ଏକ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ମଧ୍ୟ ଦାବୀ କରାଯାଇଛି । ଓଡିଶା ଷ୍ଟାପ ସିଲେକସନ କମିସନଙ୍କ ଅଧିକାରୀଙ୍କ ବ୍ୟକ୍ତିଗତ ସଚିବଙ୍କ ନିକଟରୁ କୋଟି କୋଟି ଟଙ୍କା,ସୁନାଗହଣା ଜବତ, ପରୀକ୍ଷାର୍ଥୀଙ୍କ ବିପୁଳ ଆଡମିଟ କାର୍ଡ ମିଳିବା ସହ ଗୋଟିଏ ପରେ ଗୋଟିଏ ଗୁମର ଫିଟିବାରେ ଲାଗିଛି । ତୁରନ୍ତ ଏଥିରେ ଅନଯେଉଁମାନେ ସଂପୃକ୍ତ ରହିଛନ୍ତି ସେମାନଙ୍କ ମଧ୍ୟ ଗିରଫ କରିବା ବିଜେପି ପକ୍ଷରୁ ଦାବୀ ହୋଇଛି । କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦଶ୍ୟ ପ୍ରଶାନ୍ତ କର, ପ୍ରଦୀପ କୁମାର ପାଢୀ,ଗଞ୍ଜାମ ଜିଲା ଯୁବ ମୋର୍ଚ୍ଚା ସମ୍ପାଦକ ଡି.ସୁରେଶ ରେଡି, ରାମଚନ୍ଦ୍ର ବେହେରା,ସଞ୍ଜିତ ରାଉଳ,ଅମରେଶ କୁମାର ମହାରଣା, ଲଷ୍ମୀନାରାୟଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories