www.samajalive.in
Monday, December 8, 2025
20.1 C
Bhubaneswar

ବଜରଙ୍ଗ ଜିତିଲେ ବ୍ରୋଞ୍ଜ ପଦକ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ବଜରଙ୍ଗ ପୁନିଆ ବ୍ରୋଞ୍ଜ ପଦକ ଜିତିଛନ୍ତି। ରେସଲିଂ ୬୫ କେଜି ବର୍ଗରେ କାଜାଗାସ୍ତାନ ପ୍ରତିଦ୍ବନ୍ଦୀଙ୍କୁ ହରାଇଲେ। ବଜରଙ୍ଗଙ୍କ ବ୍ରୋଞ୍ଜ ସହ ଭାରତର ପଦକ ସଂଖ୍ୟା ୬କୁ ବୃଦ୍ଧି ପାଇଛି।

ବଜରଙ୍ଗ ଆଜି କାଜାଗାସ୍ତାନର ରେସଲର ଦାଉଲେତ ନିୟଜବେକଭଙ୍କୁ ପରାସ୍ତ କରିଛନ୍ତି। ସେ ଦାଉଲେତ ନିୟଜବେକଭଙ୍କୁ ୮-୦ରେ ପରାସ୍ତ କରିଛନ୍ତି। ଆଉ ବଜରଙ୍ଗ ପଦକ ଜିତିବା ପରେ ଭାରତର ପଦକ ସଂଖ୍ୟା ୬ରେ ପହଞ୍ଚିଛି। ଭାରତ ଲଣ୍ଡନ ଅଲିମ୍ପିକରେ ମଧ୍ୟ ୬ଟି ପଦକ ଜିତିଥିଲା। ବଜରଙ୍ଗ ଜିତିବା ପରେ ଗୋଟିଏ ସଂସ୍କରଣରୁ ଭାରତ ସର୍ବାଧିକ କୁସ୍ତି ପଦକ ଜିତିବାର ସମକକ୍ଷ ହୋଇଛି । ୨୦୧୨ ଲଣ୍ଡନ୍ ଅଲିମ୍ପିକ୍ସରେ ଭାରତ ପାଇଁ ଦୁଇ କୁସ୍ତିଯୋଦ୍ଧା ସୁଶୀଲ କୁମାର (ରୌପ୍ୟ) ଏବଂ ଯୋଗେଶ୍ବର ଦତ୍ତ (କାଂସ୍ୟ) ପଦକ ହାସଲ କରିଥିଲେ। ଚଳିତ ଅଲିମ୍ପିକ୍ସରୁ ରବି ଦାହିୟା ରୌପ୍ୟ (୫୭ କିଲୋଗ୍ରାମ) ଜିତି ସାରିଛନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories