www.samajalive.in
Sunday, December 7, 2025
16.1 C
Bhubaneswar

ଆଖଣ୍ଡଳମଣିପୀଠରୁ ବଡବିଲକୁ ଚାଲିଲା ସବୁଦିନିଆ ସରକାରୀ ବସ, ଏକା ସଙ୍ଗେ ୩ଟି ପର୍ଯ୍ୟଟନସ୍ଥଳର ମଜା ଉଠାଇବେ ପର୍ଯ୍ୟଟକ

ଆରଡି: ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରଯ୍ଯଟନସ୍ଥଳ ବିକାଶ ସହିତ ନିକଟତମ ପର୍ଯ୍ୟଟନସ୍ଥଳକୁ ଯୋଡିହେବା ପାଇଁ ନାନାବିଧ ଯୋଜନା ସାଙ୍ଗକୁ ପ୍ରୟାସ ଜାରୀ ରହିଛି। ଏପରିକି ଆଗନ୍ତୁକ ପର୍ଯ୍ୟଟକମାନେ କମ ଖର୍ଚ୍ଚରେ ବିଭିନ୍ନ ପର୍ଯ୍ଯଟନକ୍ଷେତ୍ର ବୁଲିପାରିବେ ତାହାସହ ଐତିହ ପୀଠର ଦର୍ଶନ କରିବେ ସେଥିପାଇଁ ଯୋଗାଇ ଦେଇଛନ୍ତି ଓଏସଆରଟିସି ପକ୍ଷରୁ ବସସେବା। ଏପରି କ୍ଷେତ୍ରରେ ଶନିବାରଠାରୁ ପ୍ରଥମଥର ପାଇଁ ରାଜ୍ୟର ପ୍ରମୁଖ ପ୍ରଯ୍ଯଟନସ୍ଥଳଭାବେ ମାନ୍ଯତା ପାଇଥିବା ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ଧାମରୁ ବଡବିଲକୁ ସବୁଦିନିଆ ବସସେବା ଆରମ୍ଭ ହୋଇଛି। ଏଥିପାଇଁ ରାଜ୍ୟ ସରକାର ନିୟୋଜିତ କରିଛନ୍ତି ୨ଟି ଓଏସଆରଟିସି ବସ। ଏଥିମଧ୍ୟରୁ ଗୋଟିଏ ବସ ପ୍ରତିଦିନ ସକାଳ ୬.୧୫ରୁ ଆଖଣ୍ଡଳମଣିପୀଠରୁ ଛାଡିବା ପରେ ଯାଜପୁରର ମା’ ବିରଜାକ୍ଷେତ୍ର ଓ ଘଟଗାଁର ମା’ ତାରିଣୀଙ୍କ ପୀଠ ଦେଇ ଯାତାୟତ କରିବ । ସେହିପରି ବଡବିଲରୁ ଅନୁରୂପଭାବେ ବସ ଛାଡିବା ସହ ପ୍ରଥମେ ଘଟଗାଁ ଓ ବିରଜାକ୍ଷେତ୍ର ଦେଇ ଆସି ଆରଡିପୀଠରେ ପହଞ୍ଚିବ। ଉଭୟ ପର୍ଯଟନସ୍ଥଳର ପର୍ଯ୍ୟଟକମାନେ ଐତିହ୍ୟ ପୀଠର ଦର୍ଶନ କରିବାର ସୁଗମ ହୋଇ ପାରିବ ବୋଲି ବିଭିନ୍ନ ମହଲରୁ ପ୍ରକାଶ ପାଇଛି। ତାହାସହ ଦୂରଦୂରାନ୍ତରରୁ ଆସୁଥିବା ପର୍ଯଟକମାନେ କମ ଖର୍ଚ୍ଚରେ ଏକ କାଳିନ ୩ଟି ପର୍ଯ୍ୟଟନକ୍ଷେତ୍ରର ମଜା ଉଠାଇବା ସହ ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ସହ ମା’ ବିରଜା ଓ ତାରିଣୀଙ୍କର ଦର୍ଶନ କରିବାର ସୁଯୋଗ ମିଳିବ ବୋଲି ପର୍ଯ୍ୟଟକ କହିବା ସହ ଏହା ସରକାରଙ୍କର ଉତ୍ତମ ପଦକ୍ଷପ ବୋଲି ମତ ପ୍ରକାଶ ପାଇଛି। ଏବେ ସମସ୍ତ ପର୍ଯ୍ୟଟନସ୍ଥଳକୁ ପର୍ଯ୍ୟଟକଙ୍କ ଆକୃଷ୍ଟ ପାଇଁ ଆଖଣ୍ଡଳମଣିଙ୍କ ପୀଠରେ ନାନା ଉନ୍ନତିମୂଳକ କାର୍ଯ୍ୟ ଜାରି ରହିଥିବା ବେଳେ ପୀଠକୁ ଯେପରି ଅଧିକ ପର୍ଯ୍ୟଟକ ଆସିବେ ସେଥିପାଇଁ ବିଭିନ୍ନ ଅଞ୍ଚଳକୁ ବସସେବା ଧିରେଧିରେ ଆରମ୍ଭ ହୋଇଛି।  ଏହାସହ  ପର୍ଯ୍ୟଟକଙ୍କ ରାତ୍ରୀ ରହଣୀ ପାଇଁ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୁବିଧା କରାଯାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories