କେନ୍ଦୁଝରଗଡ଼: ମାଲବାହୀ ଟ୍ରେନ୍ ଧକ୍କାରେ ହାତୀର ଗଲା ଜୀବନ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ବାମେବାରୀ ସେକ୍ସନ୍ ପଳସା ନିକଟରେ ଟ୍ରେନ୍ ଧକ୍କାରେ ଗୋଟିଏ ମାଈହାତୀର ମୃତ୍ୟୁ ଘଟିଛି। ବୁଧବାର ଭୋର୍ ସମୟରେ ନୟାଗଡ଼ ଓ ଜୁରୁଡ଼ି ଷ୍ଟେସନ୍ ମଝିରେ ପଳସା ନିକଟରେ ଟ୍ରେନ୍ ଲାଇନ୍ ପାର୍ କରୁଥିବା ବେଳେ ହାତୀକୁ ଧକ୍କା ଦେଇଥିଲା ଟ୍ରେନ୍। ଫଳରେ ଘଟଣାସ୍ଥଳରେ ହାତୀର ମୃତ୍ୟୁ ହୋଇଥିଲା। ମୃତ ହାତୀର ବୟସ ପାଖାପାଖି ୩୦ ବର୍ଷ ହେବ ବୋଲି ଜଣାପଡ଼ିଛି। ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Popular Categories



