www.samajalive.in
Monday, December 8, 2025
13.1 C
Bhubaneswar

ସିଏଏ ବିରୋଧୀ ହିଂସା: ଓଡ଼ିଶା ସମେତ ୪ ରାଜ୍ୟକୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ଭୁବନେଶ୍ଵର: ନାଗରିକତା ସଂଶୋଧନ ଆଇନକୁ ନେଇ ବିଭିନ୍ନ ରାଜ୍ୟର ରେଳ ଷ୍ଟେଶନରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି କାରଣରୁ ଓଡ଼ିଶାରୁ ଏବଂ ଓଡ଼ିଶା ଦେଇ ଯିବାକୁ ଥିବା ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ବିଶେଷକରି ଦକ୍ଷିଣ-ପୂର୍ବାଞ୍ଚଳ ରେଳପଥର କେତେକ ଷ୍ଟେଶନରେ ବିକ୍ଷୋଭ ଯୋଗୁ ଟ୍ରେନ ଚଳାଚଳ ବ୍ୟାହତ ହୋଇଛନ୍ତି। ଏହି କାରଣରୁ କେତେକ ଟ୍ରେନକୁ ସମ୍ପୂର୍ଣ୍ଣ ବାତିଲ କରାଯାଇଥିବାବେଳେ ଆଉ କେତେକ ଟ୍ରେନକୁ ଆଂଶିକ ବାତିଲ କରାଯାଇଛି। ବିଶେଷକରି ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଟ୍ରେନ ଚଳାଚଳ ବ୍ୟାହତ ହୋଇଛି।

ରେଲୱେ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ସୋମବାର(ଡିସେମ୍ବର ୧୬) ହାଓଡ଼ାରୁ ଶିଲାଦ-ପୁରୀ ଏକ୍ସପ୍ରେସ(୨୨୨୦୧) ଚଳାଚଳକୁ ବାତିଲ କରାଯାଇଛି। ରବିବାର ପୁରୀରୁ ଚାଲିବାକୁ ଥିବା ପୁରୀ-ଚେନ୍ନାଇ ଏକ୍ସପ୍ରେସ(୨୨୮୫୯)କୁ ବାତିଲ କରାଯାଇଛି। ସେହିପରି ପୁରୀରୁ ଯିବାକୁ ଥିବା ପୁରୀ-ସନ୍ତ୍ରଗଚ୍ଛି ପାସେଞ୍ଜର ଟ୍ରେନ(୫୮୦୦୨), ପୁରୀ-ଖୋର୍ଦ୍ଧା ପାସେଞ୍ଜର(୫୮୪୦୪)କୁ ବାତିଲ କରିଦିଆଯାଇଛି। ଏହାବ୍ୟତୀତ ରବିବାର ତିରୁପତି-ହାଓଡ଼ା ଏକ୍ସପ୍ରେସ(୨୦୮୯୦) ତିରୁପତିରୁ, ଦୀଘା-ପୁରୀ ଏକ୍ସପ୍ରେସ(୨୨୮୮୯) ଦୀଘାରୁ, ହାଇଦ୍ରାବାଦ-ହାଓଡ଼ା ଏକ୍ସପ୍ରେସ(୧୮୬୪୬) ହାଇଦ୍ରାବାଦରୁ, ଚେନ୍ନାଇ-ହାଓଡ଼ା କରମଣ୍ଡଲ ଏକ୍ସପ୍ରେସ(୧୨୮୪୨) ଚେନ୍ନାଇରୁ, ଭାସ୍କୋଡାଗାମା-ହାଓଡ଼ା ଅମରାବତୀ ଏକ୍ସପ୍ରେସ(୧୮୦୪୮) ଭାସ୍କୋଡାଗାମାରୁ ବାତିଲ ହୋଇଛି।

- Advertisement -

ସେହିପରି ଆସନ୍ତା ମଙ୍ଗଳବାର ଏର୍ନାକୁଲମରୁ ହାଓଡ଼ା ଚଳାଚଳ କରିବାକୁ ଥିବା ଏର୍ନାକୁଲମ-ହାଓଡ଼ା ଏକ୍ସପ୍ରେସ(୨୨୮୭୮)କୁ ବାତିଲ କରିଦିଆଯାଇଛି। ଏହାବ୍ୟତୀତ ସୋମବାର ଯଶବନ୍ତପୁରରୁ ଚଳାଚଳ କରିବାକୁ ଥିବା ଯଶବନ୍ତପୁର-ହାଓଡ଼ା ଏକ୍ସପ୍ରେସ(୧୨୨୪୬) ଏବଂ ଚେନ୍ନାଇରୁ ଆସିବାକୁ ଥିବା ଚେନ୍ନାଇ-ପୁରୀ ଏକ୍ସପ୍ରେସ(୨୨୮୬୦) ମଧ୍ୟ ବାତିଲ ହୋଇଛି।

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories