www.samajalive.in
Saturday, December 6, 2025
19.1 C
Bhubaneswar

ମାର୍ ମାର୍ ଭଣ୍ଡାରିଆକୁ ମାର୍…..ଥିଲା ବାଲା ସୁନାପିଲା, ରାସ୍ତା କଡ଼ ଦୋକାନୀଙ୍କୁ ଦୁର୍ ଦୁର୍

ଟିଟିଲାଗଡ଼ : ଟିଟିଲାଗଡ ସହରରେ ଟ୍ରାଫିକ ସମସ୍ୟା ଗୁରୁତର ଆଉ ପ୍ରଶାସନ ଆଣ୍ଠେଇ ପଡିଥିବା ନେଇ ଆଲୋଚନା ହେଉଛି। ଏପରିକି ଜବରଦଖଲ କାରଣରୁ ଲୋକେ ଯାତାୟତ କରିପାରୁ ନାହାନ୍ତି। ଟ୍ରାଫିକ୍ ଜାମ୍ ହେଉଛି। ଲୋକେ ଅସ୍ତବ୍ୟସ୍ତ। ଏମିତିରେ ସହରରେ କୌଣସି ରାସ୍ତା ଦୁର୍ଘଟଣା ହେଲା ମାର୍ ମାର୍ ଭଣ୍ଡାରିଆକୁ ମାର୍ ନୀତି ଆପଣାଏ ପ୍ରଶାସନ। ଗରିବ ବାପୁଡାଙ୍କ ଉପରେ ହିଁ ଦାଉ ସାଧୁଥିବା ଅଭିଯୋଗ ହୋଇଛି।

ସହରରେ ଟ୍ରାଫିକ ସମସ୍ୟା ସମାଧାନ ନେଇ ନାଗରିକଙ୍କ ସହ ମାନସ ମନ୍ଥନ ପରେ ଗତ ଦୁଇ ଦିନ ହେଲା ପ୍ରଶାସନ ଏକ୍ସନ ମୁଡରେ ରାସ୍ତାକୁ ଓହ୍ଲାଇଛି। ଗତକାଲି ଉପଜିଲାପାଳ ସୌମେଶ ଉପାଧ୍ୟାୟ ଅନ୍ୟ ଅଧିକାରୀ କର୍ମଚାରୀଙ୍କ ସହ ନିଜେ ବୁଲି ବୁଲି ସହରର ରାସ୍ତା ମାପଚୁପ କରାଇଥିଲେ। ଶନିବାର ତହସିଲଦାର ଆନନ୍ଦ ପଣ୍ଡାଙ୍କ ନେତୃତ୍ୱରେ ଥାନା ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତି, ଏସ୍ଆଇ ରବିନ୍ଦ୍ର ସାହୁ, ଏଏସ୍ଆଇ ଖାମସିଂ ମାଝୀ ତଥା ପୁଲିସ କର୍ମଚାରୀ ରାସ୍ତା କଡରେ ବସିଥିବା ଫଳ, ପନିପରିବା ଦୋକାନୀ, ଠେଲାଗୁଡ଼ିକୁ ଉଠାଉଥିବା ଦେଖାଯାଇଥିଲା। ପ୍ରାୟତଃ ଦୁଇ ତିନି ବର୍ଷରେ ଥରେ ଏଭଳି ରାସ୍ତା କଡ ଦୋକାନୀଙ୍କୁ ପ୍ରଶାସନ ଉଠାଉଥିବା ବେଳେ କିଛି ଦିନ ପରେ ପୁଣି ଯେଉଁ ଅବସ୍ଥାକୁ ସେଇ ଅବସ୍ଥା ହେଇଯାଏ। ଅନ୍ୟ କିଛି ବିକଳ୍ପ ନଥିବାରୁ ତତଲାଗଡର ୪୯ ଡିଗ୍ରୀ ଖରା ହେଉ କି ଲଗାଣ ବର୍ଷା, ଲୋକେ ପେଟପାଟଣା ପାଇଁ ରାସ୍ତା କଡରେ ବସିବାକୁ ବାଧ୍ୟ ହେଉଛନ୍ତି। ଚଳିତ ବର୍ଷ ମାସ ମାସ ଧରି କରୋନା ମହାମାରୀ କଟକଣା ଯୋଗୁଁ ଘରେ ବନ୍ଦୀ ଗରିବ ପରିବାର ଏବେ ଅନଲକ୍ ଯୋଗୁଁ ପୁଣିଥରେ ପଦାରେ ପସରା ମେଲାଇଛନ୍ତି। ଏମିତିରେ କୌଣସି ବିକଳ୍ପ ପନ୍ଥା ବାହାର ନକରି ପ୍ରଶାସନ ସେମାନଙ୍କୁ ଏଭଳି ତଡି ଚାଲିଲେ ଆମେ କୁଆଡେ ଯିବୁ, ଆମ ପରିବାର ଭୋକରେ ମରିବୁ କି ବୋଲି ଅନେକ ଉଠା ଦୋକାନୀ ପ୍ରଶ୍ନ କରିଛନ୍ତି। ସହରର ରାସ୍ତାଗୁଡିକୁ ମାଡି ଦୁଇ ତାଲା, ତିନି ତାଲା କୋଠା କରିଥିବା ଥିଲା ବାଲା ଲୋକଙ୍କୁ କେହି ପଦେ କହୁନାହାନ୍ତି। ସବୁ ବେଳେ ଆମ ଗରିବଙ୍କୁ ଖାଲି ନାଲି ଆଖି ବୋଲି ଦୋକାନୀ ମହଲରେ ନିରାଶା ଖେଲିଯାଇଛି। କିଛି ଦୋକାନୀ ତହସିଲଦାର, ପୁଲିସ ଚାଲିଯିବା ପରେ ପୁଣି ପସରା ମେଲାଇଥିବା ମଧ୍ୟ ଦେଖାଯାଇଛି। ତେବେ ପ୍ରଶାସନ ଏଭଳି ଚୋର-ପୁଲିସ ଖେଳ ବଦଳରେ ଗରିବ ପରିବାରଙ୍କ ବୃହତର ସ୍ୱାର୍ଥ ଦୃଷ୍ଟିରୁ ଏକ ସୁଚିନ୍ତିତ ଯୋଜନା କରିବାକୁ ଦାବି ହେଉଛି। ଏଥିସହିତ ରାସ୍ତା ପ୍ରଶସ୍ତିକରଣ ନେଇ ଧନୀ ଗରିବ ନିର୍ବିଶେଷରେ ସମସ୍ତଙ୍କ ପାଇଁ ସମାନ ମାନଦଣ୍ଡ ଆପଣାଇବାକୁ ମତପ୍ରକାଶ ପାଇଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories