www.samajalive.in
Wednesday, December 10, 2025
16.1 C
Bhubaneswar

ଟ୍ରାଫିକ ସମସ୍ୟା ଦୂର କରିବ ପୁଲିସ ଟ୍ରାଫିକ ଟିମ

ବଲାଙ୍ଗୀର : ବଲାଙ୍ଗୀର ସହରରେ ଟ୍ରାଫିକ ସମସ୍ୟା ଦୂର କରିବ ପୁଲିସର ଟ୍ରାଫିକ ଟିମ। ଗୁରୁବାର ସ୍ଥାନୀୟ ଜିଲା ପୁଲିସ ମୁଖ୍ୟାଳୟରେ ଏସପି ସନ୍ଦୀପ ମଡକର ଏକ ନୂତନ ଟିମ ଗଠନ କରିଥିବା ବେଳେ ସେ ଏହାର ଶୁଭାରମ୍ଭ କରିଛନ୍ତି। ଟାଉନ ଥାନା ଅଞ୍ଚଳରେ ଜଣେ ସହକାରୀ କମାଣ୍ଡାଣ୍ଟଙ୍କ ନେତୃତ୍ୱରେ ୨ ଜଣ ଏଏସଆଇ, ୬ ଜଣ ହାବିଲଦାର,୪୨ ଜଣ କନଷ୍ଟେବଲ ଏହି ଟିମରେ ରହିଛନ୍ତି। ଏଥିରେ ସାଇରନ ଲାଗିଥିବା ୨ଟି ବାଇକ ପାଟ୍ରୋଲିଂ ପାଇଁ ସାମିଲ କରିଛି ପୁଲିସ ବିଭାଗ।

ସକାଳ ୭ଟାରୁ ରାତି ୯ଟା ଯାଏଁ ଏହା ଟ୍ରାଫିକ ତଦାରଖ କରିବ ବୋଲି ପୁଲିସ ବିଭାଗର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।  ଗୁରୁବାର ଏହି ଟିମର ଶୁଭାରମ୍ଭ ସମୟରେ ଅତିରିକ୍ତ ଏସପି ସୁବାଷ ଚନ୍ଦ୍ର ଜମାଦାର,ସଦର ଏସଡିପିଓ ଶ୍ରୀମନ୍ତ ବାରିକ, ସହକାରୀ କମାଣ୍ଡାଣ୍ଟ କୁମୁଦ ସେଠ,ଟାଉନ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories