ପୁରୀ : ପୁରୀ ବ୍ଲୁ ଫ୍ଲାଗ ବିଚ୍ରେ ଅଘଟଣ ଘଟିଛି। ଗାଧୋଇବା ବେଳେ ଜଣେ ପର୍ଯ୍ୟଟକ ଭାସିଯାଇଥିବା ଜଣାପଡିଛି। ଭାସିଯାଇଥିବା ପର୍ଯ୍ୟଟକ ଜଣଙ୍କ ଝାଡଖଣ୍ଡର ହୋଇଥିବା ବେଳେ ସେ ଜଣେ ଯୁକ୍ତ ଦୁଇ ଛାତ୍ର ବୋଲି ସୂଚନା ମିଳିଛି। ତେବେ ବ୍ଲୁ ଫ୍ଲାଗ ବିଚ୍ର ବାଥିଂ ଜୋନରେ ପରିବାର ସହ ଗାଧୋଉଥିବା ବେଳେ ସେ ଭାସି ଯାଇଥିଲେ। ତେବେ ପର୍ଯ୍ୟଟକ ଭାସିଯାଇଥିବା ଖବର ପାଇ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ନିଖୋଜ ପର୍ଯ୍ୟଟକଙ୍କ ପତ୍ତା ମିଳିନି।
Popular Categories



