www.samajalive.in
Thursday, December 11, 2025
23.1 C
Bhubaneswar

ବାଙ୍ଗଲାଦେଶ ସୀମାରେ ଦୁର୍ଲ୍ଲଭ ପକ୍ଷୀ ; ମୂଲ୍ୟ ୧୫ ଲକ୍ଷ ଟଙ୍କା

ବାଙ୍ଗଲାଦେଶ : ବାଙ୍ଗଲାଦେଶ ସୀମାରେ ଦୁର୍ଲ୍ଲଭ ପକ୍ଷୀ । ବାଙ୍ଗଲାଦେଶ ସୀମାରେ ବିଏସଏଫ ଯବାନମାନେ ତଲାସି କରୁଥିବା ସମୟରେ ସେଠାରେ ଥିବା କିଛି ସନ୍ଦିଗ୍ଧ ଏକ ପିଞ୍ଜରା ପକାଇ ଦେଇ ପଳାଇଥିଲେ। ପିଞ୍ଜରାରେ ଦୁର୍ଲ୍ଲଭ ଟୁକେନ ପକ୍ଷୀର ଯୋଡ଼ା ଥିଲା, ଯାହାର ମୂଲ୍ୟ ପ୍ରାୟ ୧୫ ଲକ୍ଷଟଙ୍କା। ଏହା ଏକ ଦୁର୍ଲ୍ଲଭ ପକ୍ଷୀ। ଏହି ପକ୍ଷୀ ମଧ୍ୟ ଆମେରିକା ଦେଶର ବେଲିଜର ରାଷ୍ଟ୍ରୀୟ ପକ୍ଷୀ ବୋଲି ସୂଚନା ମିଳିଛି।
ଅଗଷ୍ଟ ୧୩ ୨୦୨୦ରେ କୌଣସି ସୂତ୍ରରୁ ଖବର ପାଇଁ ତଲାସି କରୁଥିବା ସମୟରେ ବିଏସଏଫର ଯବାନମାନେ ଅନ୍ତଃରାଷ୍ଟ୍ରୀୟ ସୀମାର ନିକଟରେ ହଲଦର ପାରା ଗାଁର ପଛରେ ସ୍ଥିତ ଜଙ୍ଗଲରେ ନିକଟରେ ଏକ ବିଶେଷ ତଲାସି ଅଭିଯାନ ଚାଲୁଥିଲା। ଏହି ଗାଁ ପଶ୍ଚିମବଙ୍ଗର ଉତର ୨୪ ପରଗନା ଜିଲାରେ ଅନ୍ତର୍ଗତ।
ଯବାନମାନେ ଜଙ୍ଗଲରେ ତଲାସି କରୁଥିବା ସମୟରେ ଲୁଚି ରହିଥିବା ୨ ସନ୍ଦିଗ୍ଧଙ୍କୁ ଦେଖିଥିଲେ। ସେମାନଙ୍କୁ ଧରିବାକୁ ପ୍ରୟାସ କରିଥିବା ସମୟରେ ସେମାନେ ସେଠାରେ ଏହି ପିଞ୍ଜରାଟିକୁ ଫୋପାଡ଼ି ଦେଇ ଫେରାର ହୋଇଯାଇଥିଲେ। ପିଞ୍ଜରାରରୁ ଯବାନମାନେ ଏହି ପକ୍ଷୀକୁ ଆଣିବା ପରେ ଏହା ଟୁକେନ ପକ୍ଷୀ ଭାବେ ଚିହ୍ନଟ ହୋଇଥିଲା।
ଏହି ପ୍ରଜାତି ପକ୍ଷୀ ଦକ୍ଷିଣ ମେସ୍କିକୋ ଠାରୁ କୋଲମ୍ବିଆ ପର୍ଯ୍ୟନ୍ତ ଜଙ୍ଗଲରେ ଦେଖାଯାଆନ୍ତି।ଅନ୍ତଃରାଷ୍ଟ୍ରୀୟ ବଜାରରେ ଏହି ପକ୍ଷୀର ମୂଲ୍ୟ ୧୫ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି। ଉଦ୍ଧାର ହୋଇଥିବା ପକ୍ଷୀଙ୍କୁ କଲକାତାର ଅଲିପୁରରେ ସ୍ଥିତ ଜୁଓଲୋଜିକାଲ (ପ୍ରାଣୀବିଜ୍ଞାନ) ଗାର୍ଡ଼ନକୁ ହସ୍ତାନ୍ତର କରାଯାଇଛି।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories