www.samajalive.in
Thursday, December 11, 2025
27.1 C
Bhubaneswar

କୋରକରାରେ ବେଆଇନ ମଦ ବିକ୍ରି

ଫୁଲନଖରା  : ବାରଙ୍ଗ ବ୍ଲକ ୩୩ନମ୍ବର ଜୋନ ଅନ୍ତର୍ଗତ କୋରକରା ଅଞ୍ଚଳରେ ବ୍ୟାପକ ଚୋରା ମଦ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ବିଶେଷ କରି କୋରକରା ମୁଖ୍ୟ ବଜାରରେ ଏହା ଦୈନିକ ବିକ୍ରି ହେଉଥିଲେ ମଧ୍ୟ ପୁଲିସ ଅଥବା ଅବକାରୀ ବିଭାଗ ପକ୍ଷରୁ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଏହି ଚୋରା ବ୍ୟବସାୟ ସଂଧ୍ୟାରୁ ଆରମ୍ଭ ହୋଇ ରାତି ୧୦ଟା ପର୍ଯ୍ୟନ୍ତ ନିର୍ବିଘ୍ନରେ ଚାଲିଛି। ସେହିପରି କୋରକରା ପଞ୍ଚାୟତ ଅନ୍ତର୍ଗତ ଶାବଳ ଗ୍ରାମରେ ଉଭୟ ଦେଶୀ ଓ ବିଦେଶୀ ଚୋରା ମଦ ଅବାଧରେ ବିକ୍ରୟ ହେଉଥିବା ଜଣାପଡ଼ିଛି। ଗ୍ରାମ୍ୟ ଶ୍ମଶାନ ନିକଟ ଜଙ୍ଗଲିଆ ସ୍ଥାନରେ ଏହି କାରବାର ସଂଧ୍ୟାରୁ ରାତି ୯ଟା ପର୍ଯ୍ୟନ୍ତ ଚାଲିଥିବା କୁହାଯାଉଛି।

ପୂର୍ବରୁ ଦୁଇ ଜଣ ଏହି ବ୍ୟବସାୟରେ ଲିପ୍ତ ଥିଲାବେଳେ ଲକଡ଼ାଉନ ସୁଯୋଗରେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୫ରେ ପହଞ୍ଚିଲାଣି। ଏ ନେଇ ସଦର ଥାନାରେ ଅଭିଯୋଗ କରାଗଲେ ମଧ୍ୟ ପୁଲିସ ଉପରଠାଉରିଆଭାବେ ଚଢ଼ଉ କରି ବ୍ୟବସାୟୀଙ୍କୁ ଛାଡ଼ି ଦେଉଥିବା ଦେଖାଯାଉଛି। ପୁଲିସର ଏପରି କୋହଳ ମନୋଭାବ ଯୋଗୁଁ ବର୍ଷ ବର୍ଷ ଧରି ଏହି କାରବାର କୋରକରା ପଞ୍ଚାୟତରେ ଅନାୟାସରେ ଚାଲୁଥିବା ଅଭିଯୋଗ ହେଉଛି। ସମ୍ପ୍ରତି କରୋନା ଜନିତ ଲକଡ଼ାଉନରେ ଅଧିକାଂଶ ଘରେ ରହୁଥିଲାବେଳେ ଯୁବ ଗୋଷ୍ଠୀ ମଦ ବ୍ୟବସାୟୀଙ୍କ କବଳରେ ପଡ଼ି ପଥ ଭ୍ରଷ୍ଟ ହେଉଛନ୍ତି। ଏହା ଯୋଗୁଁ ସମ୍ପୃକ୍ତ ଅଞ୍ଚଳରେ ନାନା ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ଅନ୍ୟ ପକ୍ଷରେ କୋରକରା ବାଲି ଘାଟ ଯୋଗୁଁ ଏଠାକୁ ଆସୁଥିବା ଶହ ଶହ ସଂଖ୍ୟକ ଟ୍ରକ ଓ ହାଇୱା ଚାଳକମାନଙ୍କ ପାଇଁ ମଦ କାରବାର ବୃଦ୍ଧି ପାଇଥିବା କୁହାଯାଉଛି। ଏଥିପ୍ରତି ଜିଲା ଅବକାରୀ ବିଭାଗ ଓ ପୁଲିସ ବିଭାଗର ଉଚ୍ଚ ଅଧିକାରୀ ତୁରନ୍ତ ଦୃଷ୍ଟି ଦେଇ ବେଆଇନ ମଦ କାରବାରରେ ଲିପ୍ତ ବ୍ୟବସାୟୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Hot this week

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

Related Articles

Popular Categories