www.samajalive.in
Saturday, December 6, 2025
26.1 C
Bhubaneswar

୧୦୦ କୋଟି ଟପିଲା ‘ଟୋଟାଲ ଧମାଲ’

ମୁମ୍ବଇ : ଅଜୟ ଦେବଗନ୍‍, ଅନିଲ କପୁର, ମାଧୁରୀ ଦୀକ୍ଷିତଙ୍କ ଭଳି ଏକାଧିକ ପ୍ରସିଦ୍ଧ କଳାକାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଟୋଟାଲ ଧମାଲ’ ବକ୍ସ ଅଫିସରେ ୧୦୦ କୋଟିରୁ ଊର୍ଦ୍ଧ୍ବ ବ୍ୟବସାୟ କରି ହିଟ୍‍ ସାବ୍ୟସ୍ତ ହୋଇଛି। ଚଳଚ୍ଚିତ୍ର ମୁକ୍ତିଲାଭର ୯ଦିନରେ ୧୦୫ କୋଟି ଟଙ୍କା ଆୟ କରି ୧୦୦ କୋଟି କ୍ଲବରେ ସାମିଲ ହେବା ସହ ଅନେକ ରେକର୍ଡ଼ ସୃଷ୍ଟି କରିଛି। ଟ୍ରେଡ଼ ଆନାଲିଷ୍ଟଙ୍କ କହିବା ଅନୁସାରେ, ଖୁବଶୀଘ୍ର ଚଳଚ୍ଚିତ୍ର ୧୫୦ କୋଟି ଛୁଇଁବ ବୋଲି ଆଶା କରାଯାଉଛି। ଇନ୍ଦ୍ର କୁମାରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରର ବଜେଟ୍‍ ପ୍ରାୟ ୮୦ କୋଟି ରହିଛି।
ସୂଚନା ଅନୁସାରେ, ଭାରତୀୟ ବଜାରରେ ‘ଟୋଟାଲ ଧମାଲ’ ଏପର୍ଯ୍ୟନ୍ତ ୧୦୦ କୋଟିରୁ ଊର୍ଦ୍ଧ୍ବ ବ୍ୟବସାୟ କରିଥିବାବେଳେ ବିଶ୍ୱବ୍ୟାପୀ ଆୟକୁ ମିଶାଇ ଏପର୍ଯ୍ୟନ୍ତ ପ୍ରାୟ ୧୬୦ କୋଟି ଟଙ୍କା ଆୟ କରିଛି। ଏଥିସହିତ ପ୍ରେକ୍ଷାଳୟ ମାନଙ୍କରେ ଏବେ ସୁଦ୍ଧା ନିଜର ଚମତ୍କାର ପ୍ରଦର୍ଶନ ଜାରି ରଖିଛି।

ଚଳଚ୍ଚିତ୍ର ୧୦୦ କୋଟି କ୍ଲବରେ ସାମିଲ ହେବା ପରେ ଏଥିରେ ଅଭିନୟ କରିଥିବା କଳାକାରମାନଙ୍କ କ୍ୟାରିୟରରେ ମଧ୍ୟ ଏକ ନୂତନ ଫର୍ଦ୍ଦ ଯୋଡ଼ି ହୋଇଯାଇଛି।

- Advertisement -

ମାଧୁରୀ ଦୀକ୍ଷିତଙ୍କର ଲମ୍ବା ଫିଲ୍ମି କ୍ୟାରିୟରରେ ଏହା ହେଉଛି ପ୍ରଥମ ଚଳଚ୍ଚିତ୍ର ଯାହା ୧୦୦ କୋଟିରୁ ଊର୍ଦ୍ଧ୍ବ ଆୟ କରିଛି।

ସେହିପରି ୧୦୦ କୋଟି କ୍ଲବରେ ସାମିଲ ହୋଇଥିବା ଏହା ଅଜୟ ଦେବଗନଙ୍କ ୯ମ ଚଳଚ୍ଚିତ୍ର। ଏଥିସହିତ ଖୁବଶୀଘ୍ର ଏହା ତାଙ୍କର ସବୁଠାରୁ ଅଧିକ ଆୟ କରିଥିବା ଦ୍ୱିତୀୟ ଚଳଚ୍ଚିତ୍ର ଭାବେ ସାବ୍ୟସ୍ତ ହୋଇପାରେ।

ଅନ୍ୟପକ୍ଷରେ ରିତେଶ ଦେଶମୁଖଙ୍କର ଏହା ୫ମ ୧୦୦ କୋଟି ଆୟ କରିଥିବା ଚଳଚ୍ଚିତ୍ର।

୧୦୦ କୋଟି କ୍ଲବରେ ସାମିଲ ହୋଇଥିବା ଏହ ଅନିଲ କପୁରଙ୍କ ୩ୟ ଚଳଚ୍ଚିତ୍ର।

ଏହା ଅରଶଦ ୱାରସୀଙ୍କର ମଧ୍ୟ ୩ୟ ଚଳଚ୍ଚିତ୍ର, ଯାହା ୧୦୦ କୋଟି କ୍ଲବରେ ସାମିଲ ହୋଇଛି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories