www.samajalive.in
Sunday, December 7, 2025
14.1 C
Bhubaneswar

ମୋଦୀ ସରକାରଙ୍କୁ ଚିଦାମ୍ବରମଙ୍କ ପ୍ରଶଂସା; କହିଲେ ଗଙ୍ଗା ସଫେଇ ଅଭିଯାନ ପାଇଁ ଗର୍ବ ଅନୁଭବ କରୁଛି

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ସରକାର ଏବଂ ତାଙ୍କ ଯୋଜନାଗୁଡ଼ିକୁ ପ୍ରଶଂସା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମ। ସବୁ ସରକାର ଏଭଳି କିଛି ଭଲ କାର୍ଯ୍ୟ କରିବା ଉଚିତ ବୋଲି ନିଜର ପୁସ୍ତକ ‘ଅନଡଣ୍ଟେଡ: ସେଭିଂ  ଦ ଆଇଡିଆ ଅଫ୍‌ ଇଣ୍ଡିଆ’ ଉନ୍ମୋଚନ ଅବସରରେ ଚିଦାମ୍ବରମ କହିଛନ୍ତି।

ଚେନ୍ନାଇରେ ଅନୁଷ୍ଠିତ ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ସେ ଏନଡିଏ ସରକାରଙ୍କ ଗଙ୍ଗା ସଫେଇ ଅଭିଯାନକୁ ପ୍ରଶଂସା କରିଥିଲେ। ଯଦିଓ ଏହି ଯୋଜନା ଠିକ୍‌ ରୂପେ କାର୍ଯ୍ୟକାରୀ ହୋଇପାରି ନାହିଁ ତଥାପି ଏହା ଏକ ଭଲ ପଦକ୍ଷେପ ବୋଲି ସେ କହିଛନ୍ତି। ସେ ଆହୁରି କହିଥିଲେ ଉପା ସରକାର ୫ଥର ଗଙ୍ଗା ସଫା କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସେଥିରେ ବିଫଳ ହୋଇଥିଲେ। କିନ୍ତୁ ଭାଜପାର ଏହି ପଦକ୍ଷେପ ପାଇଁ ମୁଁ ଗର୍ବିତ। ଏହାବ୍ୟତୀତ ଜାତୀୟ ରାଜପଥ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିଥିବାରୁ ଏଥିପାଇଁ ଏନଡିଏ ସରକାରକୁ ଶ୍ରେୟ ଦିଆଯିବା ଉଚିତ। ଏହା ଏକ ସଫଳତା ବୋଲି ଭାବୁଛି। କଂଗ୍ରେସ ସରକାର ସମୟରେ ଗୋଟିଏ ଦିନରେ ଯେତିକି କିଲୋମିଟର ରାସ୍ତା ନିର୍ମାଣ ହେଉଥିବା ଏବେ ତାହାଠାରୁ ଅଧିକ ନିର୍ମାଣ ହେଉଛି। ସେହିପରି ଉପା ସରକାର ସମୟରେ ଆରମ୍ଭ ହୋଇଥିବା କେତେକ ଯୋଜନାକୁ ବର୍ତ୍ତମାନ କାର୍ଯ୍ୟକାରୀ କରାଯାଇଥିବାରୁ ଏନଡିଏ ସରକାର ପ୍ରଶଂସାଯୋଗ୍ୟ। ଜନଧନ ଯୋଜନା ଏକ ଭଲ ଯୋଜନା। ଏହା କଂଗ୍ରେସ ସମୟରେ ଆରମ୍ଭ ହୋଇଥିଲା। ସେତେବେଳେ ୩୪ କୋଟି ଆକାଉଣ୍ଟ ଖୋଲାଯାଇଥିଲା, ଏନଡିଏ ଆହୁରି ୩୫ କୋଟି ଆକାଉଣ୍ଟ ଖୋଲିଛି।

- Advertisement -

ତେବେ ସେ ମୋଦୀ ସରକାରଙ୍କ ଜିଏସଟି ଏବଂ ବିମୁଦ୍ରୀକରଣ ଯୋଜନାକୁ ସମାଲୋଚନା କରିଥିଲେ। ଏହା ଦେଶବାସୀଙ୍କ ପାଇଁ ବିପଦ ସୃଷ୍ଟି କରିଛି ବୋଲି ସେ କହିଥିଲେ।

Hot this week

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

Related Articles

Popular Categories