www.samajalive.in
Saturday, December 6, 2025
26.1 C
Bhubaneswar

ଟୋକିଓ ପାରାଲିମ୍ପିକ୍‌ସ ଟେବୁଲ ଟେନିସ : ଭାବିନା ପ୍ରିକ୍ବାର୍ଟରରେ ; ସୋନାଲଙ୍କ ବିଦାୟ

ଟୋକିଓ  : ଟୋକିଓ ପାରାଲିମ୍ପିକ୍ସର ମହିଳା ଟେବୁଲ ଟେନିସ ଖେଳାଳି ଭାବିନାବେନ ପଟେଲ ପ୍ରି-କ୍ବାର୍ଟର ଫାଇନାଲରେ ପ୍ରବେଶ କରିଥିବାବେଳେ ସୋନାଲବେନ୍‌ ପଟେଲ ବିଦାୟ ନେଇଛନ୍ତି। ଗୁରୁବାର ଖେଳାଯାଇଥିବା ଗ୍ରୁପ-ଏ ର ଦ୍ବିତୀୟ ରାଉଣ୍ଡ ମ୍ୟାଚରେ ଭାରତୀୟ ପାରା ଟେବୁଲଟେନିସ ଖେଳାଳି ଭାବିନାବେନ୍‌ ୩-୧ ଗେମରେ ଗ୍ରେଟ୍‌ ବ୍ରିଟେନର ସାକେଲଟନ ମିଗାନଙ୍କୁ ପରାସ୍ତ କରିଛନ୍ତି। ପ୍ରଥମ ମ୍ୟାଚରେ ବିଶ୍ବର ଏକ ନମ୍ବର ଚୀନ୍‌ର ଝୌ ଝେଙ୍ଗଙ୍କ ନିକଟରୁ ସିଧାସଳଖ ପରାସ୍ତ ହୋଇଥିବା ଭାବିନାବେନଙ୍କ ପାଇଁ ଦ୍ବିତୀୟ ରାଉଣ୍ଡ ମ୍ୟାଚ କର ବା ମର ସଦୃଶ ହୋଇଥିଲା। ଭାବିନା ଦ୍ବିତୀୟ ରାଉଣ୍ଡ ମ୍ୟାଚରେ ବିଶ୍ବ ମାନ୍ୟତାର ୯ତମ ସ୍ଥାନରେ ଥିବା ସାକେଲ୍‌ଟନଙ୍କୁ ପ୍ରଥମ ଗେମ୍‌ରେ ୧୧-୭ରେ ଜିତି ନେଇଥିଲେ। ଦ୍ବିତୀୟ ଗେମ୍‌ରେ ସାକେଲଟନ ପ୍ରତ୍ୟାବର୍ତ୍ତନ କରିବା ସହିତ ୯-୧୧ରେ ଜିତିଥିଲେ। ଭାବିନା ତୃତୀୟ ଗେମ୍‌କୁ ୧୭-୧୫ ଓ ଚତୁର୍ଥ ଗେମ୍‌କୁ ୧୩-୧୧ରେ ଜିତି ନେଇଥିଲେ। ଏହି ବିଜୟ ସହ ଭାବିନା ୩ ପଏଣ୍ଟ ପାଇ ଗ୍ରୁପ ଦ୍ବିତୀୟ ସ୍ଥାନରେ ରହିବା ସହିତ ଶେଷ ୧୬ରେ ପ୍ରବେଶ କରିଛନ୍ତି। ସେହିପରି ସୋନାଲବେନ୍‌ ଗ୍ରୁପର ଦ୍ବିତୀୟ ରାଉଣ୍ଡ ମ୍ୟାଚରେ ପରାଜିତ ହୋଇ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ପ୍ରଥମ ରାଉଣ୍ଡ ମ୍ୟାଚରେ ପରାଜିତ ହୋଇଥିବା ସୋନାଲବେନ୍‌ ଦ୍ବିତୀୟ ରାଉଣ୍ଡରେ କୋରିଆର ଲି .ମି ଗିୟୁଙ୍କ ନିକଟରୁ ୧୨-୧୦, ୫-୧୫, ୩-୧୧ ଓ ୯-୧୧)୧-୩)ରେ ପରାଜିତ ହୋଇଛନ୍ତି। ଏଥିସହିତ ସୋନାଲବେନ୍‌ ଟୋକିଓ ପାରାଲିମ୍ପିକ୍‌ସ ଅଭିଯାନ ଶେଷ କରିଛନ୍ତି।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories