ରାଶି ଅନୁସାରେ କିପରି କଟିବ ଦିନ: ମଙ୍ଗଳବାର ରାଶିଫଳ
ମେଷ : ସେବାକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ। ସ୍ବକର୍ମ ପାଇଁ ଉପୁଜିଥିବା ଅହଂଭାବକୁ ବିସର୍ଜନ ଦେବାକୁ ପଡ଼ିବ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ।
ବୃଷ: ଆୟର ସ୍ବଳ୍ପତା ଦୃଷ୍ଟିରୁ ବାହ୍ୟ ଖର୍ଚ୍ଚକୁ ସୀମିତ କରିପାରନ୍ତି। ଭ୍ରାତୃଭାବ ଅତୁଟ ରହିବ। ସୁସ୍ଥ ଓ ନିରାମୟ ରହିବେ। ଚତୁର ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି ଜୀବନରେ ଜନ କଲ୍ୟାଣକୁ ଆଦରି ନେବେ।
ମିଥୁନ: କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ପାଇଁ ଗର୍ବ ଅନୁଭବ କରିପାରନ୍ତି। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ। ସାହସୀ ଓ ତେଜସ୍ବୀ ହେବେ।
କର୍କଟ:ଉଦାର ଚେତା ଓ ଉଦାର ସ୍ବଭାବସମ୍ପନ୍ନ ହେବେ। ଦାନଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଧନଲାଭ ହେବ। ସୁସ୍ଥ ରହିବେ। କୃଷି କର୍ମକାରୀ ହେବେ। ଜଳଯାତ୍ରାରେ ବିପଦ ରହିଛି। ଯାନବାହନ ସୁଖ ମିଳିବ।
ସିଂହ: ଆତ୍ମବିଶ୍ବାସୀ ହେବେ। ମନ ପ୍ରସନ୍ନ ରହିବ। ଭାଷା ପ୍ରେମପୂର୍ଣ୍ଣ ଓ ବ୍ୟବହାର ଭଦ୍ରୋଚିତ ହେବ। ପ୍ରେମୀ ଓ ସାହସୀ ହେବେ। ଅନୁଜମାନଙ୍କଠାରୁ ଭକ୍ତିପୂର୍ଣ୍ଣ ଆଦର ସମ୍ମାନ ମିଳିବ। ଧାର୍ମିକ ହେବେ।
କନ୍ୟା:ଭାଗ୍ୟଶାଳୀ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ମଧୁର ଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବନ୍ଧୁଙ୍କ ସହାୟତା ମିଳିବ।
ତୁଳା: ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ସଂଗ୍ରାମୀ ମନୋବୃତ୍ତିର ହୋଇପାରନ୍ତି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ଧନସମ୍ପଦ ଭରପୂର ରହିବ। ବିଦ୍ବାନ୍, ଶାସ୍ତ୍ରଜ୍ଞ ଓ ବନ୍ଧୁପ୍ରିୟ ହେବେ।
ବିଛା: କର୍ମଚଞ୍ଚଳ ରହିବେ। ଏକାନ୍ତ ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। ପ୍ରେମପୂର୍ଣ୍ଣ କଥାରେ ସହଯୋଗୀଙ୍କୁ ଆପଣାର କରି କାର୍ଯ୍ୟ ହାସଲ କରିବେ। ଧାର୍ମିକ କାର୍ଯ୍ୟ ଓ ଅତିଥି ସତ୍କାରରେ ଧନ ବ୍ୟୟ କରିବେ।
ଧନୁ: ଆୟୁଷ୍ମାନ୍ ହେବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ରାଜଦ୍ବାରେ ସମ୍ମାନିତ ହେବା ସହିତ ରାଜକୋଷ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସମ୍ପତ୍ତିଯୁକ୍ତ ହେବେ।
ମକର: କୁଳ ଉଜ୍ଜ୍ବଳକାରୀ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭପ୍ରଦ ହେବ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ପାରିବାରିକ ଜୀବନ ସୁଖମୟ ହେବ।
କୁମ୍ଭ:ଆଜି ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ବାନ୍ ଓ ସମ୍ପତ୍ତିବାନ୍ ହୋଇପାରନ୍ତି। ଉଦ୍ୟୋଗୀ ହେବେ। ଧର୍ମ କାର୍ଯ୍ୟରେ ସୀମିତ ଧନ ବ୍ୟୟ କରିବେ। ସାହସୀ ଓ ଜ୍ଞାନଗରିମାଯୁକ୍ତ ହେବେ।
ମୀନ: ପରିଶ୍ରମ କଷ୍ଟଦାୟକ ହେଲେ ବି ତା’ର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ସାହସୀ ହେବେ। ଦୃଢ଼ ମନୋବଳ ନେଇ କାର୍ଯ୍ୟ କରିବେ। ବାଦ ବିବାଦ ଆଡ଼କୁ ଟାଣି ହୋଇପାରନ୍ତି।
Comments are closed.