www.samajalive.in
Wednesday, December 10, 2025
18.1 C
Bhubaneswar

ଆଜି ଏହି ରାଶିମାନଙ୍କ ବେଶ୍‌ ଭଲ ଦିନ ଶୁଭ ଫଳ

ମେଷ- ଉତ୍ସାହିତ ହେବେ। ପ୍ରତ୍ୟେକ କାର୍ଯ୍ୟରେ ଆଗ୍ରହୀ ଓ ଅଗ୍ରଣୀ ହେବେ। ପରିବାରର ପଥ ପ୍ରଦର୍ଶକ ହୋଇପାରନ୍ତି। ଧନ ଅର୍ଜନ ପାଇଁ କଠିନ ପରିଶ୍ରମ କରିବେ। ପତ୍ନୀ, ପୁତ୍ର ସୁଖ ଓ ମହାନ୍‌ ହେବେ।

ବୃଷ- ସୁସ୍ଥ ଓ ନିରାମୟ ରହିବେ। ଗୁରୁଭକ୍ତ ହୋଇପାରନ୍ତି। ଗୁପ୍ତରେ ଧନ ଅର୍ଜନ କରିବେ। ଜ୍ୟୋତିଷ ଓ କର୍ମକାଣ୍ଡ ଦର୍ଶନ ଶାସ୍ତ୍ରରେ ରୁଚି ରହିବ। ଧନବାନ୍‌ ହେବେ। ପାରିବାରିକ ସୁଖ, ଶାନ୍ତି ମିଳିପାରେ।

- Advertisement -

ମିଥୁନ- ପରିବାରର ଏକମାତ୍ର ଅଧିକ ଆୟକାରୀ ବ୍ୟକ୍ତି ହୋଇପାରନ୍ତି। ନିଜ ଆୟରେ ଭୂସମ୍ପତ୍ତି କ୍ରୟ କରିବେ। ଜନ୍ମ ଭୂମିଠାରୁ ଦୂରରେ ରହିବେ। ସଦାସର୍ବଦା ବ୍ୟସ୍ତ ମନା ଓ ଦୁଶ୍ଚିନ୍ତାଯୁକ୍ତ ହେବେ। ସୁସ୍ଥ ରହିବେ।

କର୍କଟ- ଦୟାଳୁ ଓ ପରୋପକାରୀ ହୋଇପାରନ୍ତି। ଧାର୍ମିକ ଓ ବିଚାରବନ୍ତ ହୋଇପାରନ୍ତି। ଭାଇ, ଭଉଣୀ ଓ ବନ୍ଧୁଙ୍କର ଶୁଭଧ୍ୟାୟୀ ହେବେ। କର୍ମଠ ଓ ଶିକ୍ଷାବିତ୍ ହେବେ।

ସିଂହ- ଭାଗ୍ୟବାନ୍‌ ଓ ଧନବାନ୍‌ ହେବେ। ରାଜ ଦରବାରରେ ବାରମ୍ବାର ପୁରସ୍କୃତ ହେବେ। ପରାକ୍ରମୀ ହେବେ। ପ୍ରତ୍ୟେକ କାର୍ଯ୍ୟ ସମ୍ପନ୍ନ କରିବାରେ ସିଦ୍ଧହସ୍ତ ହେବେ। ଅନ୍ଧ ବିଶ୍ବାସରେ କ୍ଷତି ସହି ପାରନ୍ତି।

କନ୍ୟା- ସୁସ୍ଥ ଓ ନିରାମୟ ରହିବେ। ଧନବାନ୍‌ ହେବେ। ସାମାଜିକ ସ୍ତରରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଭାବେ ପରିଗଣିତ ହେବେ। ବାହାର ଲୋକଙ୍କ ସହିତ ସୁସମ୍ପର୍କ ରଖି ଭଲ ଆୟର ପନ୍ଥା ସ୍ଥିର କରିପାରନ୍ତି।

ତୁଳା- ଦୁଃଖ ବା ସମସ୍ୟା ଉପୁଜିଲେ ଧୈର୍ଯ୍ୟବାନ୍‌ ହେବେ। ମନୋବଳ ଦୃଢ଼ ରହିବ। ଭୂସମ୍ପତ୍ତିଯୁକ୍ତ ହୋଇପାରନ୍ତି। ଗୃହସ୍ଥ ଜୀବନ ସୁଖପ୍ରଦ ହେବ। ପତ୍ନୀ ସହସା ଓ କର୍ମ ନିପୁଣା ହେବେ। ଚକ୍ଷୁପୀଡ଼ା ଉପୁଜିପାରେ।

ବିଚ୍ଛା- ବହୁ ପରିଶ୍ରମ କରି ଉନ୍ନତ ମାର୍ଗରେ ଆଗକୁ ବଢ଼ିବେ। ଅକସ୍ମାତ୍‌ ଦୈବୀଶକ୍ତି ଦ୍ବାରା ଧନ ପ୍ରାପ୍ତ ହେବେ। ଯେକୌଣସି ବ୍ୟବସାୟ କଲେ ଲାଭବାନ୍‌ ହେବେ। ଜନ୍ମଭୂମିରୁ ଅନ୍ୟତ୍ର ବାସକଲେ ଶୀଘ୍ର ଉନ୍ନତି ହେବ।

ଧନୁ- ଖେଳରେ ସୁନାମ ଅର୍ଜନ କରିପାରନ୍ତି। ଉଚ୍ଚ ପଦଦବୀ ପ୍ରାପ୍ତିର ସୂଚନା ମିଳୁଛି। ସଫଳ କୂଟନୀତିଜ୍ଞ ହେବେ। ସନ୍ତାନ ସୁଖରେ ସୁଖୀ ହେବେ। ମିଷ୍ଟଭାଷୀ ଓ ସର୍ବପ୍ରିୟ ହୋଇପାରନ୍ତି। ସଦାଚାରୀ ହେବେ।

ମକର- ଦୟାଳୁ ଓ ମଧୁର ଭାଷୀ ହେବେ। ନିଜ ପ୍ରଶଂସା ଶୁଣିବାକୁ ଇଚ୍ଛୁକ ହେବେ। ପିତୃ ଆଜ୍ଞାକାରୀ ହୋଇପାରନ୍ତି। ପରୋପକାରୀ ହେବେ। ରାଜୀନତିରେ ସଫଳ ହେବେ। ପୈତୃକ ସମ୍ପତ୍ତି ସ୍ବତଃ ପ୍ରାପ୍ତି ହେବ।

କୁମ୍ଭ- ଧୈର୍ଯ୍ୟବାନ୍‌ ହେବେ। ବିଦ୍ୟାଭ୍ୟାସୀ ହୋଇପାରନ୍ତି। କର୍ତ୍ତବ୍ୟନିଷ୍ଠା ଓ ତ୍ୟାଗପୂତ ମନୋବୃତ୍ତି ଯୋଗଁୁ କେବେ ନତମସ୍ତକ ହେବେ ନାହିଁ। କାହାରି ପାଇଁ ପ୍ରାର୍ଥନା ପରିବର୍ତ୍ତେ ସେବା ପରାୟଣ ହୋଇପାରନ୍ତି।

ମୀନ- ବିଭିନ୍ନ ପ୍ରକାର ଯୋଜନା କରି ଧନ ସଂଗ୍ରହ କରିପାରନ୍ତି। ପତ୍ନୀ ସହାୟିକା ଓ ସୁଖଦା ଅଟନ୍ତି। ନିଜ ପ୍ରଚେଷ୍ଟାରେ ସଫଳତା ପାଇବେ। କର୍ମଚଞ୍ଚଳ ରହିବେ।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories