BJD Bijuli 480×75 Mob

ବୁଧବାର ରାଶିଫଳ (ଜାନୁଆରୀ ୧୭)

BJD Bijuli 480×75 Mob

ମେଷ: କର୍ମଚଞ୍ଚଳ ରହିବେ। ଏକାନ୍ତ ଜପ, ତପ, ସାଧନା ଫଳବତୀ ହେବ। ରାଜଯୋଗ ଭୋଗ କରିପାରନ୍ତି। ସାହସୀ ଓ ଜ୍ଞାନୀ ହେବେ। ସହକର୍ମୀଙ୍କ ପଥ ପ୍ରଦର୍ଶକ ହେବେ । ପୁତ୍ର ସୁଖ ମିଳିବ। ସୁସ୍ଥ ରହିବେ।
ବୃଷ: ସୁସ୍ଥ ଓ ନିରାମୟ ରହିବେ । ଯଶସ୍ୱୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଦୃଢ଼ ପୌରୁଷର ଅଧୂକାରୀ ହେବେ। ବହୁଧନ, ପୁତ୍ର, ଉତ୍ତମ ବଂଶରୁ କନ୍ୟା ଆଣିପାରନ୍ତି। ସୁନ୍ଦର ଓ ସୁଖୀ ହେବେ।
ମିଥୁନ: ଆୟୁଷ୍ମାନ୍ ହେବେ। ଦୟାର୍ଦ୍ରଚିତ୍ତ ହୋଇପାରନ୍ତି । ସାମର୍ଥ୍ୟର ପରିପ୍ରକାଶ ଘଟାଇ ଧନ ଅର୍ଜନ କରିପାରନ୍ତି । ସାଧନାରେ ସିଦ୍ଧି ପ୍ରାପ୍ତିର ସୂଚନା ମିଳୁଛି । କ୍ରିୟାରତ ହେବେ। ମନୋଜ୍ଞ ହୋଇପାରନ୍ତି। କର୍ମଠ ହେବେ।
କର୍କଟ: ଜଣେ ବିଶିଷ୍ଟ ସମାଜସେବୀ ଭାବେ ସମ୍ମାନିତ ଓ ଜନସାଧାରଣଙ୍କ ଆଦରଣୀୟ ହେବେ। ବ୍ୟବସାୟ ଲାଭପ୍ରଦ ହେବ। ପତ୍ନୀଙ୍କ ଉପଦେଶ ଗ୍ରହଣୀୟ ହେବ। ଦାତା, ଗୁଣବାନ୍, ଧନୀ ଓ ମାନୀ ହୋଇପାରନ୍ତି।
ସିଂହ: ଥଣ୍ଡା କଫ ହେତୁ ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ବାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭପ୍ରଦ ହେବ। ଯାନବାହନ ସୁଖ ଭୋଗ କରିପାରନ୍ତି। ଶତ୍ରୁ ବୃଦ୍ଧି ଯୋଗୁଁ ସତର୍କରେ ଚଳିବାକୁ ପଡ଼ିବ।
କନ୍ୟା: ସେବା କ୍ଷେତ୍ରରେ ନିଜକୁ ଜକୁ ନିୟୋଜିତ କରିପାରନ୍ତି। ଧନାଗମର ସୂଚନା ମିଳୁଛି। ଶାନ୍ତ ଓ ଧୈର୍ଯ୍ୟବାନ ବାନ୍ ହେବେ। ପ୍ରତ୍ୟେକ କ୍ଷେତ୍ରରେ ପତ୍ନୀ ସହାୟିକା ହେବେ। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ।
ତୁଳା: ଆୟୁଷ୍ମାନ୍ ହେବେ। ଚତୁର ଓ ଶତ୍ରୁହନ୍ତା ହୋଇପାରନ୍ତି । ଭାଇମାନଙ୍କ ଉପରେ ସ୍ନେହ, ଶ୍ରଦ୍ଧା ରହିବ। ଆୟର ସ୍ବଳ୍ପତା ଦୃଷ୍ଟିରୁ ବାହ୍ୟ ଖର୍ଚ୍ଚକୁ ସୀମିତ କରିପାରନ୍ତି। ପର ଧନରେ ଧନୀ ହେବେ । ଭାଗ୍ୟଶାଳୀ ହେବେ।
ବିଛା: କର୍ମଚଞ୍ଚଳ ରହିବେ। ହଠାତ୍ କିଛି ଧନ ମିଳିପାରେ। ବ୍ୟବ ସାୟରେ ଧନ ଲାଭ ହେବ। ହସମୁଖ, ଗଣିତଜ୍ଞ, କବି, ସୁନ୍ଦର ଦ୍ରବ୍ୟର ଅଭିଳାଷୀ ହେବେ । ଧନୀ, ଧୈର୍ଯ୍ୟବାନ୍, କ୍ଷମାଶୀଳ ଓ ତୀକ୍ଷ୍ଣ ବୁଦ୍ଧି ସମ୍ପନ୍ନ ହେବେ।
ଧନୁ: ଉଦାର ସ୍ବଭାବ ଓ ଦାନଶୀଳ ହୋଇପାରନ୍ତି। ଜଳଯାତ୍ରାରେ ବିପଦ ରହିଛି। ପ୍ରେମୀ ଓ ବୁଦ୍ଧିମାନ୍ ହେବେ। ଯାନବାହନ ସୁଖ ମିଳିବ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ। ସର୍ବଦା ପ୍ରବାସପ୍ରିୟ ହେବେ।
ମକର: ଆତ୍ମବିଶ୍ଵାସୀ ହେବେ। ମଧୁରଭାଷୀ ହୋଇପାରନ୍ତି। I ପ୍ରେମୀ ଓ ସାହସୀ ହେବେ । ଅନୁଜମାନଙ୍କର ଭକ୍ତିଭାଜନ ନ ହେବେ। ସର୍ବତ୍ର ବିଜୟୀ ହେବେ। ସାମାଜିକ କାର୍ଯ୍ୟରେ ସଫଳତା ମିଳିବ। ସୁସ୍ଥ ରହିବେ।
କୁମ୍ଭ: ଶୋଭନ ବ୍ୟକ୍ତିତ୍ଵସମ୍ପନ୍ନ ହେବେ। ଉଦାର ଚରିତ ଓ ବିଦ୍ୟାପ୍ରେମୀ ହୋଇପାରନ୍ତି। ମଧୁରଭାଷୀ ହେବେ। ସଦାଚାରୀ ହେବେ। ଧର୍ମ କାର୍ଯ୍ୟରେ ରୁଚି ରହିବ ଜିତେନ୍ଦ୍ରୀୟ ହେବେ । ସଦା ସୁଖୀ ହେବେ।
ମୀନ: ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାରେ ବିଜୟୀ ହୋଇ ଧନ ଲାଭ କରିପାରନ୍ତି। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଧୂର୍ଭ ବୁଦ୍ଧି ସମ୍ପନ୍ନ ହେବେ। ଗୀତ ଓ ସଙ୍ଗୀତ ପ୍ରିୟ ହୋଇପାରନ୍ତି।

Comments are closed.