www.samajalive.in
Sunday, December 7, 2025
15.1 C
Bhubaneswar

ଧାନ ବିକ୍ରି ପାଉଣା ଦାବିରେ ଚାଷୀଙ୍କ ଧାରଣା

ଟିଟିଲାଗଡ଼: ଟିଟଲାଗଡ ଉପଖଣ୍ଡ ମୁରିବାହାଲ ବ୍ଲକ ବଡ ତେନ୍ତୁଲିଖୁଣ୍ଟି ମଣ୍ଡିରେ ଗତ ଖରିଫ ଋତୁରେ ଚାଷୀମାନେ ଧାନ ବିକ୍ରି କରିଥିଲେ। ମାତ୍ର ଦୀର୍ଘ  ୮ ମାସ ହେଲା ଧାନ ବିକ୍ରି ଟଙ୍କା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇନାହିଁ । ଏନେଇ ଚାଷୀମାନେ ବଲାଙ୍ଗିର ଜିଲାପାଳ, ଜିଲା ସମବାୟ ସମିତି ସମୂହ ନିବନ୍ଧକ, ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ ଖତ୍ରୀ, ଉପଖଣ୍ଡ ସମବାୟ ସମିତି ସମୂହ ନିବନ୍ଧକ ସନ୍ତୋଷ ମଲ୍ଲିକଙ୍କୁ ଅନେକ ଥର ଗୁହାରି କରିଛନ୍ତି । ହେଲେ ସେମାନଙ୍କୁ ପାଉଣା ମିଳି ପାରିନାହିଁ । ଏନେଇ ଗତ ୧୬ ତାରିଖରେ ଚାଷୀମାନେ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ଠାରେ ପୁଣି ଥରେ ଫେରାଦ ହେଵା ସହ ଟିଟିଲାଗଡ଼ ସମବାୟ ସମିତି ଉପ ନିବନ୍ଧକଙ୍କ କାର୍ଯ୍ୟାଳୟରେ ଧାରଣା ଦେଇଥିଲେ । ଏନେଇ ବଡ଼ତେନ୍ତୁଲିଖୁଣ୍ଟି ପେକ୍ସ ଡିଇଓ ୨୬ ତାରିଖ ମଧ୍ୟରେ ଟଙ୍କା ଫେରସ୍ତ କରିବେ ବୋଲି ଲିଖିତ ପ୍ରତିଶୃତି ଦେଇଥିବା ଟିଟିଲାଗଡ଼ ସମବାୟ ସମିତି ଉପନିବନ୍ଧକ ଶ୍ରୀ ମଲ୍ଲିକ ଚାଷୀଙ୍କୁ ଆଶ୍ୱସ୍ତ କରିଥିଲେ । ହେଲେ ଆଜି ଚାଷୀମାନେ ଟିଟିଲାଗଡ଼ ଆସିଥିବା ବେଳେ ସମିତି ଉପନିବନ୍ଧକ ନିଜ ଫୋନ ସ୍ବିଚ ଅଫ କରିଦେଇଛନ୍ତି । ଅନ୍ୟପକ୍ଷରେ ସମ୍ପୃକ୍ତ ଡିଇଓଙ୍କୁ ଯୋଗାଯୋଗ କରିବାରୁ ସେ ପୁର୍ନବାର ସମୟ ମାଗିଛନ୍ତି । ସକାଳ ୧୦ଟାରୁ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଚାଷୀମାନେ ଦୀର୍ଘ ଦୁଇ ଘଣ୍ଟା ହେଲା ଧାରଣାରେ ବସିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories