www.samajalive.in
Saturday, December 6, 2025
26.1 C
Bhubaneswar

ଟିଟିଲାଗଡ଼ ସୀମା ସିଲ

ଟିଟିଲାଗଡ଼ :  ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ତୁରକେଲାର ଜଣେ ଯୁବତୀ ନିଖୋଜ ଘଟଣା ନେଇ ବଲାଙ୍ଗୀର ଜିଲା ପୁଲିସ ଅଧିକ୍ଷକ ନିତିନ କୁଶଲକର ଆଜି ଦିନ ତମାମ ଟିଟିଲାଗଡ଼ରେ ଉପସ୍ଥିତ ରହି ତନାଘନା ଚାଲିଥିବା ଆଲୋଚନାର ବିଷୟ ହୋଇଛି । ମଧ୍ୟ ରାତିରେ ଜିଲା ପୁଲିସ ଅଧିକ୍ଷକ ଟିଟିଲାଗଡ଼ ରେଳବାଇ ଷ୍ଟେସନରେ ଅନେକ ସମୟ ଧରି ରହିଥିବା ଦେଖାଯାଇଥିଲା । ଅନ୍ୟ ପଟରେ ଟିଟିଲାଗଡ଼ ସହରର ସମସ୍ତ ସୀମାରେ ପୁଲିସ ଯାଞ୍ଚ କଡାକଡି କରିଛି ।  ପ୍ରତ୍ୟେକ ଗାଡିକୁ ଯାଞ୍ଚ କରୁଛି ପୁଲିସ ।  ଟିଟିଲାଗଡ଼ ଉପଖଣ୍ଡ ପୁଲିସ ଅଧିକ୍ଷକ ସୁରେନ୍ଦ୍ରନାଥ ଶତପଥି, ଥାନା ଅଧିକାରୀ ରଞ୍ଜନ ବରିହା, ସିନ୍ଧେକେଲା ଥାନା ଅଧିକାରୀ ପଞ୍ଚାନନ ନାୟକ ଟିଟିଲାଗଡ଼ ଅଞ୍ଚଳରେ  ପଇଁତରା ମାରୁଥିବା ଦେଖାଯାଇଛି ।
ଯୁବତୀ ଜଣକ କଳାହାଣ୍ଡି ଜିଲା କେଗାଁ ଥାନା ଅନ୍ତର୍ଗତ ମହାଳିଙ୍ଗ ଗ୍ରାମର ଏକ ଘରୋଇ ଶିକ୍ଷ।ନୁଷ୍ଠାନରେ କାର୍ୟ୍ୟ କରୁଥିଲେ । ଗତ ୮ ତାରିଖରୁ ସେ ନିଖୋଜ ହୋଇଥିବା ସିନ୍ଧେକେଲା ପୁଲିସ ନିକଟରେ ଅଭିଯୋଗ ହୋଇଛି । ହେଲେ ପୁଲିସ ନିକଟରେ ଯୁବତୀଙ୍କ କୌଣସି ଖୋଜଖବର ନଥିବା ବେଳେ ଟିଟିଲାଗଡ଼ ସହରର ବିଭିନ୍ନ ସୀମାନ୍ତରେ ରାତ୍ରୀ ୨.୩୦ ପର୍ୟ୍ୟନ୍ତ ପୁଲିସ ଅଧିକାରୀ ଅନିଦ୍ରା ରହି ବିଭିିନ୍ନ ଅଞ୍ଚଳକୁ ଅବରୋଧ କରି ତଲାସି କରିବା ଚର୍ଚ୍ଚାର ବିଷୟ ହୋଇଛି ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories