ଟିଟିଲାଗଡ଼ : ଟିଟିଲାଗଡ଼ ଥାନା ଅନ୍ତର୍ଗତ କାନିଜୁରି ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଘଣ୍ଟବାହାଲି ଗ୍ରାମର ଅନାଦି ମାଝୀଙ୍କ ପୁଅ ଆକାଶ ଛତର (୨୨)ଙ୍କ ମୃତ୍ୟୁ ହୋଇଛି। ପୂର୍ବ ଶତ୍ରୁତାରୁ ତାଙ୍କୁ କେହି ହତ୍ୟା କରିଛନ୍ତି ବୋଲି ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଆକାଶଙ୍କ ମୃତ୍ୟୁ ଟ୍ରାକ୍ଟର ତଳେ ଚାପି ହୋଇ ହୋଇଛି ବୋଲି କୁହାଯାଉଥିଲେ ମଧ୍ୟ ତାଙ୍କର ଶରୀରରେ ଥିବା କ୍ଷତ ଚିହ୍ନ ଦେଖି ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।



