www.samajalive.in
Saturday, December 6, 2025
16.1 C
Bhubaneswar

ଅନଲାଇନ ନାମଲେଖା ନାମରେ ଠକେଇ ଅଭିଯୋଗ, ଅଭିଯୁକ୍ତକୁ କୋର୍ଟ ଚାଲାଣ

ଟିଟିଲାଗଡ଼: କଲେଜରେ ନାମଲେଖା ନେଇ ଅନଲାଇନ ପ୍ରକ୍ରିୟାରେ ଟିଟିଲାଗଡ଼ ଅଞ୍ଚଳର ଅନେକ ପିଲାଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ହୋଇଛି। ଅନଲାଇନ ଦଲାଲଙ୍କ ଦୌରାତ୍ମ୍ୟ ନେଇ ଛାତ୍ରଛାତ୍ରୀ ତଥା ଅଭିଭାବକ ନୟାନ୍ତ ହେଲେଣି। କମ୍ପୁଟର ସେଣ୍ଟର ଖୋଲି କିଛି ଦଲାଲ ପିଲାଙ୍କ ଟଙ୍କା ହଡପ କରି ବେଶ ମାଲ କମାଉଥିବା ବେଳେ ପିଲା ଠକାମୀର ଶିକାର ହୋଇ ନାମଲେଖାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଟିଟିଲାଗଡ଼ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ତତ୍ପରତା ପ୍ରକାଶ ସହ ଅପରାଧୀକୁ କାବୁ କରିଛି।

ଅଭିଯୋଗରୁ ପ୍ରକାଶ ଯେ ସ୍ଥାନୀୟ ଡ଼ିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି ବିଭାଗର ଛାତ୍ରଛାତ୍ରୀ ପରବର୍ତ୍ତୀ ଶ୍ରେଣୀକୁ ଯିବା ପାଇଁ ସରକାରଙ୍କ ଆଇନ ମୁତାବକ ଅନଲାଇନରେ ୪ହଜାର ଟଙ୍କା ଲେଖାଏଁ କଲେଜ ସମ୍ମୁଖରେ ଥିବା ଏକ କମ୍ପ୍ୟୁଟର କେନ୍ଦ୍ରର ପରିଚାଳକ ଭାବେଶ ଓରଫ ଅବିନାଶ ସାହୁଙ୍କୁ ଦେଇଥିଲେ। ଡ଼ିଏଭି କଲେଜର ପ୍ରାୟ 1ହଜାରରୁ ଉର୍ଧ୍ଵ ଛାତ୍ରଛାତ୍ରୀ ଚଳିତ ବର୍ଷ ପରବର୍ତ୍ତୀ ଶ୍ରେଣୀରେ ନାମ ଲେଖାଇବା ପାଇଁ ଅନଲାଇନରେ ଟଙ୍କା ଜମା କରିଥିବା ଜଣାଯାଇଛି।  ତେବେ ସମ୍ପୃକ୍ତ ଅଭିଯୁକ୍ତ ଶହେରୁ ଅଧିକ ଛାତ୍ରଛାତ୍ରୀ ନାମଲେଖା ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି।  ଛାତ୍ରଛାତ୍ରୀ ପରବର୍ତ୍ତି ଶ୍ରେଣୀ ପାଇଁ ଫି ଦାଖଲ କରି ନଥିବା ନେଇ କଲେଜ ପକ୍ଷରୁ ସେମାନଙ୍କୁ ନୋଟିସ ଆସିବା ପରେ ଘଟଣାର ପର୍ଦ୍ଦାଫାଶ ହୋଇଥିଲା। ଏନେଇ ଟିଟିଲାଗଡ଼ ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ ସହ ଅଭିଯୁକ୍ତକୁ ଗିରଫ ସହ ରବିବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି ।

- Advertisement -

ଅନ୍ୟପକ୍ଷରେ ଆହୁରି ଅନେକ ଛାତ୍ରଛାତ୍ରୀ ଏଭଳି ଅଭିଯୋଗ କରିଥିବା ଜଣାଯାଇଛି। ଛାତ୍ରଛାତ୍ରୀଙ୍କ ଠାରୁ ଆଡ଼ମିଶନ ନେଇ 4 ହଜାର ଟଙ୍କା ଲେଖାଏଁ ଅଭିଯୁକ୍ତ ହଡପ କରିବାରୁ ବର୍ତ୍ତମାନ ଛାତ୍ରଛାତ୍ରୀ ପରବର୍ତ୍ତୀ ଶ୍ରେଣୀକୁ ଉତୀର୍ଣ୍ଣ ହୋଇପାରିବେ କି ନାହିଁ ତାହା ସ୍ପଷ୍ଟ ହୋଇ ପାରିନାହିଁ।  ଅନ୍ୟପକ୍ଷରେ ଅନେକ ଛାତ୍ରଛାତ୍ରୀଙ୍କ ଅନଲାଇନ ଆଡମିଶନ ନାମରେ ଟଙ୍କା ଅସୁଲ ହୋଇଥିବା ତାଙ୍କ ପାଖକୁ ଅଭିଯୋଗ ପହଞ୍ଚୁଥିବା ଡ଼ିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼. ପ୍ରଣବ କିଶୋର ପୁରୋହିତ କହିଛନ୍ତି ।

ପୂର୍ବରୁ ସମ୍ପୃକ୍ତ ଅଭିଯୁକ୍ତ ଅବିନାଶ ଯୁକ୍ତ ଦୁଇରେ ଆଡମିଶନ ଆଶାୟୀଙ୍କ ଟଙ୍କା ମଧ୍ୟ ହଡପ କରିଥିଵା ଅଭିଯୋଗ ହୋଇଛି।  ଏନେଇ ଆଜି ଟିଟିଲାଗଡ଼ ଥାନା ପରିସରରେ ଟିଟିଲାଗଡ଼ ଏସଡ଼ିପିଓ ଅଙ୍କିତା କୁମ୍ଭାର, ଆଇଆଇସି ତଦନ୍ତ ପରିସର ବ୍ୟାପକ କରିଥିବା କହିଛନ୍ତି l ଅନ୍ୟପକ୍ଷରେ ସାଧାରଣ ମଧ୍ୟବିତ୍ତ, ଖଟିଖିଆ ପରିବାରର କଷ୍ଟ ଅର୍ଜିତ ଆଡ଼ମିଶନ ଟଙ୍କା ହଡପ ନେଇ ପିଲାଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ହୋଇଯାଇଛି । ଏନେଇ ଜିଲା ପ୍ରଶାସନ ତଥା ରାଜ୍ୟ ସରକାର ପିଲାଙ୍କ ଭବିଷ୍ୟତ ସୁରକ୍ଷା ନେଇ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

Hot this week

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

Related Articles

Popular Categories