www.samajalive.in
Monday, December 8, 2025
14.1 C
Bhubaneswar

ବିତିଲାଣି ୪୫ ବର୍ଷ ହେଲେ ମିଳୁନି ଡାକ୍ତରଖାନା ଭୂସମ୍ପତି

ଟିଟିଲାଗଡ଼: ଟିଟିଲାଗଡ ଉପଖଣ୍ଡ ଅଂଚଳରେ ଅନେକ ମୁଲ୍ୟବାନ ସରକାରି ଜମି ଭୁମାଫିଆଙ୍କ କବଜାକୁ ଯିବା ଏକ ସାଧାରଣ ଘଟଣା ପାଲଟିବା ସହ ଚର୍ଚ୍ଚାର ବିଷୟ ପାଲଟିଛି। ଟିଟିଲାଗଡ ତହସିଲ ଅନ୍ତର୍ଗତ ପ୍ରତିଷ୍ଠାର ୫୨ତମ ବର୍ଷରେ ପ୍ରଦାର୍ପଣ କରିଥିବା ଡିଏଭି ସ୍ୱୟଂ ଶାସିତ କଲେଜ ଜମି, ୧୯୭୫ରେ ନିର୍ମିତ ବାନ୍ଧୁପଲା ସମବାୟ ସମିତି କାର୍ଯ୍ୟାଳୟ ସ୍ଥାନ ଭଳି ସରକାରି ଅନୁଷ୍ଠାନର ଜମି ବିକ୍ରିବଟା ହେଉଥିବା ଆଲୋଚନାର ବିଷୟ ହୋଇଛି। ଏପରିପ୍ରେକ୍ଷୀରେ ଦୀର୍ଘ ୪୫ ବର୍ଷ ଧରି ଚିହ୍ନଟ ହୋଇନଥିବା ଉପଖଣ୍ଡ ମୁଖ୍ୟ ସରକାରି ଡାକ୍ତରଖାନାର ଭୂସମ୍ପତି କେତେ ସୁରକ୍ଷିତ ସେ ନେଇ ତଥ୍ୟ ପଦାକୁ ନଆସିବା ଚର୍ଚ୍ଚାର ବିଷୟ ପାଲଟିଛି।

ସ୍ଥାନୀୟ ସୂଚନା ଅଧିକାର କର୍ମି ଆଇନଜୀବୀ ରଘୁନାଥ ରଥ ଏନେଇ ୨୦୧୬ରେ ଡାକ୍ତରଖାନାର ଏରିଆ କେତେ ଏବଂ ସେ ମଧ୍ୟରୁ କେତେ ବାସ୍ତବରେ ଦଖଲରେ ରହିଛି ଏନେଇ ସମ୍ପୃକ୍ତ ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ତଥ୍ୟ ପ୍ରଦାନ ପାଇଁ ସୁଚନା ଅଧିକାର ଆଇନ ବଳରେ ଆବେଦନ କରିଥିଲେ। ତତ୍କାଳିନ ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ଡା. ଦୈତାରୀ ସାହୁ ଏନେଇ ଆବେଦନକାରୀଙ୍କୁ ତଥ୍ୟ ପାଇଁ ୨୬୦୦ ଟଙ୍କା ଜମା କରିବାକୁ କହି ତଥ୍ୟ ଦେଇନଥିଲେ। କେବିକେ ଅଂଚଳରୁ ନୁତନ ଡାକ୍ତରଙ୍କ ନିଯୁକ୍ତି ପରେ ହିଁ କାର୍ଯ୍ୟରତ ଡାକ୍ତରଙ୍କୁ ରିଲିଭ କରିବା ପାଇଁ ନିୟମ ଧାର୍ଯ୍ୟ ଥିବା ବେଳେ ଟିଟିଲାଗଡରୁ ଡାକ୍ତରଙ୍କୁ ରିଲିଭ କରାଯାଉଥିବା ପ୍ରଶ୍ନ ନେଇ ମଧ୍ୟ କୌଣସି ଉତର ରଖିନଥିଲେ। ତେବେ ଏଭଳି ସୂଚନା ସ୍ୱତଃ ଜନସାଧାରଣଙ୍କୁ ଅବଗତ କରିବା ଅସମୀଚିନ ହୋଇନଥିବା ତଥା ସୁଚନା ଅଧିକାର ଆଇନର ଖିଲାପି ହେବା ନେଇ ଶ୍ରୀ ରଥ ବଲାଙ୍ଗିର ଜିଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ଠାରେ ଅପିଲ କରିଥିଲେ।

- Advertisement -

ପରବର୍ତି ପର୍ଯ୍ୟାୟରେ ମଧ୍ୟ ଏନେଇ କୌଣସି ସୁଚନା ମିଳିନଥିବାରୁ ଆଇନଜୀବୀ ଶ୍ରୀ ରଥ ରାଜ୍ୟ ସୂଚନା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅପରପକ୍ଷରେ ଶଯରୀ ରଥଙ୍କ ଆବେଦନର ପ୍ରାୟ ତିନି ବର୍ଷ ପରେ ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ତାଙ୍କ ପତ୍ର ସଂଖ୍ୟା ୩୬୨ରେ ୧୨.୩.୨୦ରେ ଡାକ୍ତରଖାନା ଜମି ଚିହ୍ନଟ ପାଇଁ ଟିଟିଲାଗଡ ତହସିଲଦାରଙ୍କୁ ପତ୍ର ଲେଖିଥିବା ଜଣାଯାଇଛି। ହେଲେ ତହସିଲଦାରଙ୍କ ପକ୍ଷରୁ ଅଦ୍ୟାବଧି ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଜଣାପଡିଛି। କେହି ଧନିକ ପରିବାର ନିଜ ଜମି ଚିହ୍ନଟ ପାଇଁ ଆବେଦନ କଲେ ଏନେଇ ୨୪ ଘନ୍ଟା ମଧ୍ୟରେ କାର୍ଯ୍ୟ ହୋଇପାରୁଛି। ହେଲେ ଗରିବ ଚାଷୀ ଏବଂ ସରକାରି ଜମି କ୍ଷେତ୍ରରେ ରାଜସ୍ୱ ବିଭାଗର ଢିଲାପଣ ଅଦ୍ୟାବଧି ସାଧାରଣ ଜନତାଙ୍କ ପକ୍ଷରେ ଭେଦ କରିବା ଅସମ୍ଭବ ବୋଲି ଏନେଇ ଚର୍ଚ୍ଚାର ବିଷୟ ପାଲଟିଛି। ଏସମ୍ପର୍କରେ ଟିଟିଲାଗଡ ଉପଜିଲାପାଳ ସୌମେଶ ଉପାଧ୍ୟାୟଙ୍କୁ ପଚାରିବାରୁ ଖୁବ ଶୀଘ୍ର ଜମି ଚିହ୍ନଟ କରିବା ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେବେ ବୋଲି କହିଛନ୍ତି। ଶେଷ ଖବର ସୁଦ୍ଧା ବେକ ଡେଟରେ ଆରଆଇଙ୍କୁ ଜମି ଚିହ୍ନଟ କରିବା ପାଇଁ ଟିଟିଲାଗଡ ତହସିଲଦାର ଆନନ୍ଦ ପଣ୍ଡା ନିର୍ଦ୍ଦେଶ ଜାରି କରିଥିବା ଜଣାଯାଇଛି। ଏନେଇ ଡାକ୍ତରଖାନାର ୨ ଏକର ୬୨ ଡିସମିଲ ଜମି ଚିହ୍ନଟ ପଥ ପରିଷ୍କାର ହୋଇଥିବା ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଆଶ୍ୱସ୍ତି ପ୍ରକାଶ ପାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories