www.samajalive.in
Wednesday, December 10, 2025
26.1 C
Bhubaneswar

ତିଳକର ମହତ୍ତ୍ୱ, ବାର ଅନୁଯାୟୀ ଲଗାନ୍ତୁ ଏହି ରଙ୍ଗର ତିଳକ ମିଳିବ ଶୁଭଫଳ

ପ୍ରତ୍ୟେକ ଶୁଭ କାର୍ଯ୍ୟ କରିବା ପୂର୍ବରୁ ମଥାରେ ତିଳକ ଲଗାଇବା ଏକ ପରମ୍ପରା ଅଟେ। ହିନ୍ଦୁ ଧର୍ମରେ ତିଳକ ଲଗାଇବାକୁ ଖୁବ ଶୁଭ ବୋଲି ବିବେଚନା କରାଯାଏ। ମାତ୍ର ଆପଣ ହୁଏତ ଜାଣି ନଥିବେ ବାର ଅନୁଯାୟୀ ଭିନ୍ନ ଭିନ୍ନ ପ୍ରକାର ତିଳକ ଲଗାଇବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଜାଣନ୍ତୁ ବାର ଅନୁଯାୟୀ କେଉଁ ରଙ୍ଗର ତିଳକ ଲଗାଇବା ଉଚିତ ….
ସୋମବାର –
ଏହି ବାର ପ୍ରଭୁ ମହେଶ୍ୱରଙ୍କୁ ଅର୍ପିତ। ଏହି ବାରରେ ଧଳା ରଙ୍ଗର ଚନ୍ଦନ ଲଗାଇବା ଲାଭଦାୟକ।
ମଙ୍ଗଳବାର –
ମଙ୍ଗଳବାରକୁ ପ୍ରଭୁ ହନୁମାନଙ୍କ ଦିନ କୁହାଯାଏ। ପ୍ରଭୁଙ୍କୁ ଲାଲ ରଙ୍ଗ ଖୁବ ପସନ୍ଦ। ତେଣୁ ଏହି ଦିନରେ ଲାଲ ରଙ୍ଗ ସିନ୍ଦୂରର ତିଳକ ଲଗାଇବା ଦ୍ୱାରା ପ୍ରଭୁଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ।
ବୁଧବାର –
ଏହି ବାର କୁ ପ୍ରଭୁ ଗଣେଶଙ୍କର ଦିନ ବୋଲି କୁହାଯାଏ। ପ୍ରଭୁଙ୍କୁ ସଂସାରର ପରମ ପୂଜ୍ୟ ଦେବତା କୁହାଯାଏ। ଏହିଦିନର ସ୍ୱାମୀ ବୁଧଙ୍କୁ ମଧ୍ୟ କୁହାଯାଏ।  ଶୁଖିଲା ଲାଲ ରଙ୍ଗର ସିନ୍ଦୂର ତିଳକ ଏହିଦିନ ଲଗାଇବା  ଖୁବ ଶୁଭ ବୋଲି କୁହାଯାଏ।
ଗୁରୁବାର –
ଏହି ବାରର ସ୍ୱାମୀ ବୃହସ୍ପତିଙ୍କୁ କୁହାଯାଏ। ବୃହସ୍ପତିଙ୍କୁ ହଳଦିଆ ରଙ୍ଗ ଖୁବ ପସନ୍ଦ। ତେଣୁ ଏହି ଦିନ ହଳଦିଆ ରଙ୍ଗର ତିଳକ ଲଗାଇବା ଉଚିତ। ଏପରି କରିବା ଦ୍ୱାରା ଧନସମୃଦ୍ଧି ପ୍ରାପ୍ତି ହୋଇଥାଏ।
ଶୁକ୍ରବାର –
ଏହି ବାର ମା’ଲକ୍ଷ୍ମୀଙ୍କୁ ସମର୍ପିତ। ଏହି ଦିନ ମା’ଙ୍କୁ ପୂଜା କରିବା ପରେ ଲାଲ ରଙ୍ଗର ସିନ୍ଦୂର ଲଗାଇବା ଦ୍ୱାରା ମା’ଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ।
ଶନିବାର –
ଏହି ବାର ଶନିଦେବଙ୍କୁ ସମର୍ପିତ। ଏହି ଦିନ ଲାଲ ଚନ୍ଦନ କିମ୍ବା କପୂର ଜଳିବା ପରେ ଏହାର କଳାରଙ୍ଗକୁ ଲଗାଇବା ଶୁଭ।
ରବିବାର –
ଏହି ବାର ପ୍ରଭୁ ସୂର୍ଯ୍ୟଦେବଙ୍କୁ ସମର୍ପିତ। ଏହି ଦିନ ଲାଲ ରଙ୍ଗର ତିଳକ ଲଗାଇବା ଖୁବ ଲାଭଦାୟକ ଅଟେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories