www.samajalive.in
Saturday, December 6, 2025
16.1 C
Bhubaneswar

ନିଶା ସେବନ କରି ବିଦ୍ୟାଳୟକୁ ଆସିବାରୁ ପ୍ରଧାନ ଶିକ୍ଷକ ନିଲମ୍ବିତ

ଟିକାବାଲି: ଟିକାବାଲି ବ୍ଲକ ଅନ୍ତର୍ଗତ ଗାର୍ଡିଙ୍ଗିଆ ଗ୍ରାମପଞ୍ଚାୟତର ଗାର୍ଡିଙ୍ଗିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୂତନ ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ  ଅଶ୍ବିନୀ କୁମାର ନାୟକଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ଆଜି ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗନ୍ନାଥ ସାହାଣୀଙ୍କ ତଦନ୍ତ ରିପୋର୍ଟକୁ ଆଧାର କରି ଜିଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ ଶ୍ରୀ ନାୟକଙ୍କୁ ନିଲମ୍ବନ କରିଥିବା ସୂଚନା ମିଳିଛି। ନିଶା ସେବନ କରି ବିଦ୍ୟାଳୟକୁ ଆସିଥିବା ଅଭିଯୋଗକୁ ଆଧାର କରି ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି।

ସୂଚନା ଅନୁଯାୟୀ ଅଶ୍ବିନୀ କୁମାର ନାୟକ ପୂର୍ବରୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବୁର୍ବିନାଜୁ ରେ ସହକାରୀ ଶିକ୍ଷକ ଭାବ ରେ ଶିକ୍ଷା ଦାନ କରିଆସିଥିଲେ। ବର୍ତ୍ତମାନ ଚାରି ମାସ ହେବ ନୂତନ ଭାବେ ପ୍ରଧାନ ଶିକ୍ଷକ ଭାବରେ ଦାୟିତ୍ୱ ଭାର  ଗ୍ରହଣ କରିଥିଲେ। ପ୍ରଧାନ ଶିକ୍ଷକ ନିଶା ସେବନ କରି ବିଦ୍ୟାଳୟକୁ ଆସିଥିବା ଖବର ପାଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସାହାଣି ନିଜେ କ୍ଷେତ୍ର ପରିଦର୍ଶନରେ ଆସିଥିଲେ।  ନିଶା ସେବନ କରିଥିବା ଜଣାପଡ଼ିବା ପରେ ଶ୍ରୀ ନାୟକଙ୍କୁ ସେ ଚାକିରୀରୁ ନିଲମ୍ବିତ କରିଥିବା  ଜଣାପଡ଼ିଛି।

Hot this week

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

Related Articles

Popular Categories