www.samajalive.in
Monday, December 8, 2025
13.1 C
Bhubaneswar

ବଳଦେବଙ୍କ ଜନ୍ମ ଉତ୍ସବରେ ଗୋପୂଜା, ଗୋମାତାକୁ ଖୁଆଇଲେ ପିଠା ଓ ଘାସ

ତିଗିରିଆ:ମହାମାରୀ କରୋନାର ଗମ୍ଭୀର ସ୍ଥିତି ମଧ୍ୟରେ ପବିତ୍ର ରକ୍ଷାବନ୍ଧନ ତଥା ମହାପ୍ରଭୁ ଅଗ୍ରଜ ବଳଦେବଙ୍କ ଜନ୍ମ ଉତ୍ସବ ଆଜି ତିଗିରିଆର ପୁରପଲ୍ଲୀରେ ହୋଇଯାଇଛି। ଏହି ଅବସରରେ ଆଜି ପ୍ରତିଟି ଘରେ ଘରେ ଭାଇ-ଭଉଣୀର ଅନାବିଳ ସ୍ନେହ ଶ୍ରଦ୍ଧାର ସମ୍ପକ ଓ ନିବିଡ଼ତାକୁ ନେଇ ଭଉଣୀ ଭାଇକୁ ପୂଜାର୍ଚ୍ଚନା କରିବା ସହ ହାତରେ ରାକ୍ଷୀ ବାନ୍ଧିଛନ୍ତି। ଆଉ ଗୋଟିଏ ପଟେ ବିଭିନ୍ନ ଗ୍ରାମର କୃଷକ ପରିବାରରେ ରହିଥିବା ଗୋମାତାଙ୍କ ପୂଜାର୍ଚ୍ଚନା ଦେଖିବାକୁ ମିଳିଥିଲା। ଆମ ସଂସ୍କୃତିରେ ମହାପ୍ରଭୁ ବଳଦେବ ତଥା ହଳଧରଙ୍କ ପବିତ୍ର ଜନ୍ମ ଉତ୍ସବରେ ଗୋମାତାର ପୂଜାର୍ଚ୍ଚନା କରାଯିବା ଜାତିର ମହାନ ନିଦର୍ଶନ। ମଣିଷର ଜୀବନ ଧାରଣର ତିନି ମୌଳିକ ଆବଶ୍ୟକତା ଖାଦ୍ୟ, ବସ୍ତ୍ର ଓ ବାସଗୃହ ମଧ୍ୟରେ ଅଗ୍ରଗଣ୍ୟ ଖାଦ୍ୟର ଆବଶ୍ୟକତା ଜୀବନ ରକ୍ଷାର ମୂଳ ଉପାଦାନ। ଏଣୁ ମଣିଷର ଖାଦ୍ୟ ଯୋଗାଡ଼ ହେଉଥିବା କୃଷି ସହିତ ପ୍ରଭୁ ବଳଦେବ ତଥା ହଳଧର ହେଉଛନ୍ତି ସେହି କୃଷି କର୍ମଣର ପ୍ରତୀକ। ତାଙ୍କର ପବିତ୍ର ଜନ୍ମ ଉତ୍ସବରେ କୃଷି ସହିତ ମଣିଷ ସଭ୍ୟତାର ଆଦ୍ୟ ବନ୍ଧୁ ଗୋ ସମ୍ପଦର ସୁରକ୍ଷା ଚିନ୍ତନର ଏକ ବାର୍ତ୍ତାବହ ପରମ୍ପରାକୁ ପ୍ରତିପାଦିତ କରୁଛି। ସେହି ମହାନମୂଲ୍ୟବୋଧର ଚେତନା ଆଜିର ଏହି ରକ୍ଷାବନ୍ଧନ ଉତ୍ସବରେ ଦେଖିବାକୁ ମିଳିଥିଲା। ତିଗିରିଆର ଗାଁ ଗହଳିରୁ କ୍ରମେ ଗୋ ସମ୍ପଦ ହ୍ରାସ ପାଇଥିଲେ ମଧ୍ୟ ଯେଉଁ କେତେକ ମୁଷ୍ଟିମେୟ ଚାଷୀ ଏବେବି ଗୋ ସମ୍ପଦ ଉପରେ ନିର୍ଭରଶୀଳ ସେମାନେ ଗୋମାତାର ପୂଜନ କରୁଥିବା ଦେଖିବାକୁ ମିଳିଥିଲା। କେତେକ ଚାଷୀ ପରିବାର ଆଜି ସକାଳୁ ଗୋ ସମ୍ପଦର ପୂଜାର୍ଚ୍ଚନା କରିଥିବା ବେଳେ ଆଉ କେତେକ ସ୍ଥାନରେ ଗୋରୁ ଗୋଠରୁ େ‘ରିବା ପରେ ସନ୍ଧ୍ୟାରେ ବେଶ ଉତ୍ସାହ ଓ ଶ୍ରଦ୍ଧାର ସହିତ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଥିଲା। ଗୁହାଳର ଗାଇ ବଳଦଙ୍କୁ ଘରେ କରିଥିବା ପିଠାପଣା ସହିତ ପୂଜା ସାମଗ୍ରୀରେ ଦୁବ, ଅରୁଆ ଚାଉଳ, ଧୂପ,ଦୀପ, ଚନ୍ଦନ, ସିନ୍ଦୁର ଏବଂ ରାକ୍ଷୀ ଆଣି ପୂଜା କରିଥିବା ଦେଖାଯାଇଥିଲା। କର୍ଷଣ ସହି ସମଗ୍ର ଜଗତକୁ ଅନ୍ନଦାତା ସାଜି ଖାଦ୍ୟ ଯୋଗାଉଥିବା ସେହି ଗୋମାତା ନିକଟରେ ଜଗତର ପୃଷ୍ଟି ସାଧନ ନିମନ୍ତେ ପ୍ରାର୍ଥନା ଜଣାଇଥିବା ଦେଖିବାକୁ ମିଳିଛି। ଚାଷୀ ପରିବାରର ପ୍ରତିଟି ସଦସ୍ୟ ପୁରୁଷ ହେଉ କି ମହିଳା ପାରିପାର୍ଶ୍ବିକରେ ରହିଥିବା ବର୍ଷାଦିନର କଅଁଳ ଛନ୍ନଛନ୍ନ ଘାସକୁ କାଟି ଆଣି ଅତି ଶ୍ରଦ୍ଧା ସହକାରେ ଗୋରୁଙ୍କୁ ଖୁଆଇବା ସହ ଘରେ କରିଥିବା ପିଠାପଣା କରି ଖୁଆଇ ସଶ୍ରଦ୍ଧ ପ୍ରମାଣ ଜଣାଇଛନ୍ତି। ଗୋବିପ୍ଲବର ଆଦର୍ଶ ବାର୍ତ୍ତାବହ ଭାବେ ପରିଚିତ ଏହି ବ୍ଲକ ଅନ୍ତର୍ଗତ ପାଞ୍ଚଗାଁ ସାମିଲ ତେନ୍ତୁଳିରଗଡ଼ିରେ ଘରେ ଘରେ ଗୋରୁ ଗୋଠରୁ ଫେରିବା ପରେ ସନ୍ଧ୍ୟାରେ ଗୋମାତାର ପୂଜାର୍ଚ୍ଚନା କରାଯାଇଥିଲା। ଗ୍ରାମ ସଭାପତି ସୁରେଶ ଚନ୍ଦ୍ର ସାହୁଙ୍କ ସହିତ ଆଲୋଚନା କ୍ରମରେ, କୃଷିର ପ୍ରତୀକ ଅଗ୍ରଜପ୍ରଭୁ ବଳଦେବଙ୍କ ପବିତ୍ର ଜନ୍ମ ଉତ୍ସବ ଗ୍ରାମର ଗୋରୁ ରହିଥିବା ପ୍ରତିଟି ଚାଷୀ ପରିବାରରେ ଏହି ପୂଜା କରାଯାଏ। ଗୁହାଳରେ ଥିବା ସମସ୍ତ ଗୋରୁଙ୍କ ମଧ୍ୟରେ ସବୁଠୁ ବୟସ୍କ ରହିଥିବା ବଳଦ ହେଉ କି ଗାଇଙ୍କୁ ସ୍ୱତନ୍ତ୍ର ଉପଚାରରେ ପୂଜାର୍ଚ୍ଚନା କରାଯିବା ପରେ ଅନ୍ୟ ସମସ୍ତଙ୍କୁ ପୂଜା କରାଯାଏ।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories