www.samajalive.in
Saturday, December 13, 2025
26.1 C
Bhubaneswar

ବାଘ ଭୟ , ସନ୍ଧ୍ୟା ହେଲେ ଘରୁ ବାହାରୁନାହାନ୍ତି ଲୋକେ : ନଜର ରଖିଛି ବନ ବିଭାଗ

ଭଞ୍ଜନଗର : ବାଘ ଭୟ। ସଞ୍ଜ ନଇଁଲେ ଘରୁ ବାହାରିବାକୁ ଭୟ କରୁଛନ୍ତି ଲୋକେ । ଗଞ୍ଜାମ ଜିଲ୍ଲା ଉତ୍ତରଘୁମୁସର ବନଖଣ୍ଡ  ଜଗନ୍ନାଥପ୍ରସାଦ ବନାଞ୍ଚଳର କୁଡୁତେଇ ଗାଁ ବାଘ ଆତଙ୍କ।  ହଜପଲ୍ଲି ଗାଁ ମୁଣ୍ଡରେ ଗୋଠରୁ ବାଘ ପୁଣି ଏକ ଗାଈକୁ ଉଠାଇନେଇ ମାରି ଖାଇବା ସହ ଗାଈକଙ୍କାଳକୁ ପିଙ୍ଗି ଜଙ୍ଗଲ ଭିତରକୁ ଚମ୍ପଟ ମାରିଛି। ଗତ ୩/୪ମାସ ମଧ୍ୟରେ ବାଘଟି ୧୭ଟି ଗାଈକୁ ମାରି ଖାଇଥିବାରୁ ଜଙ୍ଗଲାଞ୍ଚଳ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ବାଘ ଆତଙ୍କ ଯୋଗୁ ସଞ୍ଜ ନଈଲେ ଗୋପାଳକ ପ୍ରମାଦ ଗଣୁଛନ୍ତି। ବାଘ ଆତଙ୍କ ବନ ବିଭାଗର ନିଦ ହଜାଇ ଦେଇଛି। ବାଘକୁ କାବୁ କରିବା ପାଇଁ ଜଙ୍ଗଲ ବିଭାଗ କର୍ମଚାରୀ ବିଭିନ୍ନ ସ୍ଥାନରେ ଟ୍ରାପ୍ କ୍ୟାମେରା ସଂଯୋଗ କରିବା ସହ ଯନ୍ତା ଓ ଜାଲ ପକାଇଥିଲେ ମଧ୍ୟ ସମସ୍ତ ଉଦ୍ୟମ ବ୍ୟର୍ଥ ହୋଇଛି। ସୋମବାର ରାତିରେ ଉତ୍ତର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ଜଗନ୍ନାଥପ୍ରସାଦ ବନାଞ୍ଚଳର କୁଡୁତେଇ ଗ୍ରାମର କୈଳାଶ ଗୌଡ ନିକଟସ୍ଥ ହଜପଲ୍ଲି ଗାଁ ମୁଣ୍ଡରେ ରାତି ପ୍ରାୟ ଗୋଟାଏ ସମୟରେ ଦୁବବଣ ରାସ୍ତାରେ ଏକ ବାଘ ଆସି ଗୋଠରୁ ଏକ ଗାଈକୁ ଉଠାଇ ଖୁଣ୍ଟୁଣି ନାଳ ଭିତରକୁ ଚାଲି ଯାଇଥିଲା। ଗାଈଙ୍କ ହମ୍ବା ରଡି ସହ ଦୌଡ଼ାଦୌଡ଼ି କରିବାର ଶବ୍ଦ ଶୁଣି କୈଳାଶ ଗୋଠ ନିକଟରେ ପହଞ୍ଚି ଗାଈ ଗଣତି କରିବାବେଳେ ଗୋଠରୁ ଗୋଟିଏ ଗାଈ କମ୍‌ ଥିବା ଜଣାପଡିଥିଲା। ଗୋଠରେ ବାଘର ପାଦଚିହ୍ନ ପଡିଥିବା ଦେଖି କୈଳାସ ନିକଟସ୍ଥ ବଣିଆପଲ୍ଳୀ ଗ୍ରାମର ଜଙ୍ଗଲ ସୁରକ୍ଷା ସେଚ୍ଛା ସେବୀ ଲୋକନାଥ ଆଚାର୍ଯ୍ୟଙ୍କୁ ଜଣାଇବା ପରେ ସେ ଜଗନ୍ନାଥପ୍ରସାଦ ରେଂଜର ସୁଜତାରାଣୀ ପଣ୍ଡା ଓ ଡିଏଫଓ ହିମାଂଶୁ ମହାନ୍ତିଙ୍କୁ ଅବଗତ କରିଥିଲେ। ରେଂଜର ପଣ୍ଡାଙ୍କ ସମେତ ଅନ୍ୟ ବନକର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ଜଙ୍ଗଲ କର୍ମଚାରୀ ଦୀର୍ଘ ସମୟଧରି ଆଖପାଖ ଲଟାବୁଦା ଓ ନିକଟସ୍ଥ ଜଙ୍ଗଲରେ ଛାନଭିନ୍‌ କରିଥିଲେ ମଧ୍ୟ ବାଘଟିର ପତ୍ତା ପାଇ ପାରି ନ ଥିଲେ। ପୂର୍ବରୁ ଦୁଇ ଦିନ ତଳେ ନିକଟସ୍ଥ ଏକ ଗ୍ରାମର ଗୁହାଳରୁ ବାଘ ଗୋଟିଏ ବାଛୁରୀକୁ ଉଠାଇ ନେଇଥିବା ବେଳେ ଆଜି ପୁଣି ହଜପଲ୍ଲି ଗୋଠରୁ ଏକ ଗାଈକୁ ଉଠାଇ ନେଇଥିବାରୁ ବାଘକୁ ନେଇ ଅଞ୍ଚଳରେ ଆତଙ୍କର ବାତାବାରଣ ସୃଷ୍ଟି କରିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories