www.samajalive.in
Sunday, December 7, 2025
23.1 C
Bhubaneswar

ବାଘ ଭୟ , ସନ୍ଧ୍ୟା ହେଲେ ଘରୁ ବାହାରୁନାହାନ୍ତି ଲୋକେ : ନଜର ରଖିଛି ବନ ବିଭାଗ

ଭଞ୍ଜନଗର : ବାଘ ଭୟ। ସଞ୍ଜ ନଇଁଲେ ଘରୁ ବାହାରିବାକୁ ଭୟ କରୁଛନ୍ତି ଲୋକେ । ଗଞ୍ଜାମ ଜିଲ୍ଲା ଉତ୍ତରଘୁମୁସର ବନଖଣ୍ଡ  ଜଗନ୍ନାଥପ୍ରସାଦ ବନାଞ୍ଚଳର କୁଡୁତେଇ ଗାଁ ବାଘ ଆତଙ୍କ।  ହଜପଲ୍ଲି ଗାଁ ମୁଣ୍ଡରେ ଗୋଠରୁ ବାଘ ପୁଣି ଏକ ଗାଈକୁ ଉଠାଇନେଇ ମାରି ଖାଇବା ସହ ଗାଈକଙ୍କାଳକୁ ପିଙ୍ଗି ଜଙ୍ଗଲ ଭିତରକୁ ଚମ୍ପଟ ମାରିଛି। ଗତ ୩/୪ମାସ ମଧ୍ୟରେ ବାଘଟି ୧୭ଟି ଗାଈକୁ ମାରି ଖାଇଥିବାରୁ ଜଙ୍ଗଲାଞ୍ଚଳ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ବାଘ ଆତଙ୍କ ଯୋଗୁ ସଞ୍ଜ ନଈଲେ ଗୋପାଳକ ପ୍ରମାଦ ଗଣୁଛନ୍ତି। ବାଘ ଆତଙ୍କ ବନ ବିଭାଗର ନିଦ ହଜାଇ ଦେଇଛି। ବାଘକୁ କାବୁ କରିବା ପାଇଁ ଜଙ୍ଗଲ ବିଭାଗ କର୍ମଚାରୀ ବିଭିନ୍ନ ସ୍ଥାନରେ ଟ୍ରାପ୍ କ୍ୟାମେରା ସଂଯୋଗ କରିବା ସହ ଯନ୍ତା ଓ ଜାଲ ପକାଇଥିଲେ ମଧ୍ୟ ସମସ୍ତ ଉଦ୍ୟମ ବ୍ୟର୍ଥ ହୋଇଛି। ସୋମବାର ରାତିରେ ଉତ୍ତର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ଜଗନ୍ନାଥପ୍ରସାଦ ବନାଞ୍ଚଳର କୁଡୁତେଇ ଗ୍ରାମର କୈଳାଶ ଗୌଡ ନିକଟସ୍ଥ ହଜପଲ୍ଲି ଗାଁ ମୁଣ୍ଡରେ ରାତି ପ୍ରାୟ ଗୋଟାଏ ସମୟରେ ଦୁବବଣ ରାସ୍ତାରେ ଏକ ବାଘ ଆସି ଗୋଠରୁ ଏକ ଗାଈକୁ ଉଠାଇ ଖୁଣ୍ଟୁଣି ନାଳ ଭିତରକୁ ଚାଲି ଯାଇଥିଲା। ଗାଈଙ୍କ ହମ୍ବା ରଡି ସହ ଦୌଡ଼ାଦୌଡ଼ି କରିବାର ଶବ୍ଦ ଶୁଣି କୈଳାଶ ଗୋଠ ନିକଟରେ ପହଞ୍ଚି ଗାଈ ଗଣତି କରିବାବେଳେ ଗୋଠରୁ ଗୋଟିଏ ଗାଈ କମ୍‌ ଥିବା ଜଣାପଡିଥିଲା। ଗୋଠରେ ବାଘର ପାଦଚିହ୍ନ ପଡିଥିବା ଦେଖି କୈଳାସ ନିକଟସ୍ଥ ବଣିଆପଲ୍ଳୀ ଗ୍ରାମର ଜଙ୍ଗଲ ସୁରକ୍ଷା ସେଚ୍ଛା ସେବୀ ଲୋକନାଥ ଆଚାର୍ଯ୍ୟଙ୍କୁ ଜଣାଇବା ପରେ ସେ ଜଗନ୍ନାଥପ୍ରସାଦ ରେଂଜର ସୁଜତାରାଣୀ ପଣ୍ଡା ଓ ଡିଏଫଓ ହିମାଂଶୁ ମହାନ୍ତିଙ୍କୁ ଅବଗତ କରିଥିଲେ। ରେଂଜର ପଣ୍ଡାଙ୍କ ସମେତ ଅନ୍ୟ ବନକର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ଜଙ୍ଗଲ କର୍ମଚାରୀ ଦୀର୍ଘ ସମୟଧରି ଆଖପାଖ ଲଟାବୁଦା ଓ ନିକଟସ୍ଥ ଜଙ୍ଗଲରେ ଛାନଭିନ୍‌ କରିଥିଲେ ମଧ୍ୟ ବାଘଟିର ପତ୍ତା ପାଇ ପାରି ନ ଥିଲେ। ପୂର୍ବରୁ ଦୁଇ ଦିନ ତଳେ ନିକଟସ୍ଥ ଏକ ଗ୍ରାମର ଗୁହାଳରୁ ବାଘ ଗୋଟିଏ ବାଛୁରୀକୁ ଉଠାଇ ନେଇଥିବା ବେଳେ ଆଜି ପୁଣି ହଜପଲ୍ଲି ଗୋଠରୁ ଏକ ଗାଈକୁ ଉଠାଇ ନେଇଥିବାରୁ ବାଘକୁ ନେଇ ଅଞ୍ଚଳରେ ଆତଙ୍କର ବାତାବାରଣ ସୃଷ୍ଟି କରିଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories