www.samajalive.in
Friday, December 5, 2025
23.1 C
Bhubaneswar

ଖମାର ରେଞ୍ଜରେ ବାଘ ଆତଙ୍କ: ଦୁଇ ଗାଈକୁ ଆକ୍ରମଣ, ବର୍ତ୍ତିଲେ ଜଗୁଆଳି

ଖମାର: ପାଳଲହଡା ଉପଖଣ୍ଡ ଖମାର ରେଞ୍ଜ ଇଞ୍ଜିଡ ପଞ୍ଚାୟତ ଅସନବାହାଳୀ ଜଙ୍ଗଲରେ ଗାଈ ଚରାଉଥିବା ବେଳେ ଶୁକ୍ରବାର ତିଳେଇପଶି ଗାଁର ଯୋଗେଶ୍ୱର ପରିଡା ଓ ଧରଣୀଧର ପ୍ରଧାନଙ୍କ ଦୁଇଟି ଗାଈକୁ କଲରାପତରିଆ ବାଘ ଆକ୍ରମଣ କରିଛି। ଗାଈର ଚିତ୍କାର ଶୁଣି ଗାଈ ଜଗୁଆଳି ଆସି ପାଟି କରିବାରୁ ଅଧମରା କରି ବାଘ ଗାଈଦ୍ବୟଙ୍କୁ ଛାଡି ଜଗୁଆଳିଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ହେଲେ ସେମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଦୁଇଟି ଗାଈକୁ ଗୁରୁତର ଅବସ୍ଥାରେ ଗାଁକୁ ଆଣି ଚିକିତ୍ସା କରାଯାଉଛି। ଖବର ପାଇ ଖମାର ବନାଞ୍ଚଳ ଅଧିକାରୀ ମନୋଜକୁମାର ଟିଗା ଘଟଣାସ୍ଥଳକୁ ଯାଇ ବାଘର ପାଦଚିହ୍ନ ଓ ଶିକାର କରିଥିବା ସ୍ଥାନକୁ ଯାଇ ତଦନ୍ତ ଚଳାଇଛନ୍ତି। ଡାକବାଜି ଯନ୍ତ୍ର ସାହାଯ୍ୟରେ ଜଙ୍ଗଲ ପାଖରେ ଥିବା ଗାଁ ଗୁଡିକୁ ଜଙ୍ଗଲକୁ ଗାଈ ଚରାଇବା ଓ ଜଙ୍ଗଲକୁ ନ ଯିବା ପାଇଁ ସଚେତନ କରାଇଛନ୍ତି। ଗୁରୁତର ଆହତ ଦୁଇଟି ଗାଈକୁ ଉତ୍ତମ ଚିକିତ୍ସା କରିବା ସହ କିପରି ବାଘକୁ ଅଞ୍ଚଳରୁ ଦୁରକୁ ପଠାଯିବ ସେଥିପାଇଁ ବନବିଭାଗ ତରଫରୁ କାର୍ଯ୍ୟ କରାଯାଉଛି ବୋଲି ବନାଞ୍ଚଳ ଅଧିକାରୀ ଶ୍ରୀ ଟିଗା ପ୍ରକାଶ କରିଛନ୍ତି। ବାଘର ଏପରି ଆକ୍ରମଣ ଖମାର ରେଞ୍ଜରେ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories