www.samajalive.in
Monday, December 8, 2025
24.1 C
Bhubaneswar

ରେସ୍ତୋରାଁକୁ ପ୍ରବେଶ କଲା ଚିତାବାଘ ; ଲୋକଙ୍କ ନିକଟରେ ବୁଲିଲା, ଆଉ ତା’ପରେ….

ଆପଣଙ୍କ ରୋସ୍ତାରାଁରେ ଖାଦ୍ୟ ଖାଉଥିବେ ହଠାତ ସାମ୍ନାକୁ ଆସିଯିବ ବାଘ ; ତେବେ କଳ୍ପନା କରନ୍ତୁ ସେଭଳି ପରିସ୍ଥିତିରେ ଅବସ୍ଥା କ’ଣ ହେବ? ଭାବିବାକୁ ଭୟ ଲାଗିଲେ ମଧ୍ୟ ଏଭଳି ଏକ ଘଟଣା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେଉଛି।
ସାଉଥଆଫ୍ରିକାର ଏକ ରେସ୍ତୋରାଁ ଗୋଟିଏ ଚିତାବାଘ ପଶିଯାଇଥିବା ଖବର ସାମ୍ନାକୁ ଆସିଛି। ରେସ୍ତୋରାଁରେ ଏପରି ଚିତାବାଘ ପଶି ଆସିଥିବା ଦେଖି ଲୋକେ ଆଶ୍ଚର୍ଯ୍ୟ ଓ ଭୟଭୀତ ହୋଇଯାଇଥିଲେ। ଏହି ସମ୍ପୂର୍ଣ୍ଣ ଘଟଣା ଆଫ୍ରିକାର ମପୁମଲଙ୍ଗାର।  ରେସ୍ତୋରାଁର କର୍ମଚାରୀ ଏହି ଭିଡ଼ିଓ ସେୟାର କରିଥିବା ଜଣାପଡ଼ିଛି।
ଭିଡ଼ିଓରେ ସମ୍ପୂର୍ଣ୍ଣ ଦେଖାଯାଉଛି ଚିତାବାଘଟି ରେସ୍ତୋରାଁରେ ପଶି ଖୁବ ଆରାମରେ ବୁଲିବାକୁ ଆରମ୍ଭ କରିଛି। ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଏବେ ବେଶ ଭାଇରାଲ ହେଉଛି। ସେଠାରେ ଥିବା ଜଣେ ଅତିଥି ବାଘଟିର ଏହି ଭିଡ଼ିଓଟିକୁ ରେକର୍ଡ଼ କରିଥିଲେ।
ଚିତାବାଘଟି ରେସ୍ତୋରାଁର ସିଢିରେ ଚଢି ଭିତରକୁ ଆସୁଛି। ଏପାଖ ସେପାଖ ଦେଖୁଛି ଏବଂ ବାହାର ଆଡ଼କୁ ଚାଲିଯାଉଛି। ଲୋକଙ୍କ କହିବା ଅନୁଯାୟୀ, ଏହି ଚିତାବାଘଟିକୁ ପୂର୍ବରୁ ମଧ୍ୟ ରେସ୍ତୋରାଁ ସମ୍ମୁଖ ନଦୀ କୂଳରେ ବୁଦା ନିକଟରେ କୌଣସି ଏକ ଜନ୍ତୁକୁ ମାରୁଥିବା ଦେଖାଯାଇଥିଲା। ମାତ୍ର ରେସ୍ତୋରାଁରେ ପଶି ସେ କାହାର କୌଣସି ମଧ୍ୟ କ୍ଷତି ନକରି କିମ୍ବା ଆକ୍ରମଣ ନକରି ବାହାରକୁ ପଳାଇଥିଲା। ଏହି ଭିଡ଼ିଓଟିକୁ ପ୍ରାୟ ୧୦ ପୂର୍ବରୁ ପୋଷ୍ଟ କରାଯାଇଥିଲା। ବର୍ତ୍ତମାନ ଏହି ଭିଡ଼ିଓକୁ ଲକ୍ଷାଧିକ ଲୋକେ ଦେଖିସାରିଲେଣି। ମଜେଦାର କମେଣ୍ଟ ମଧ୍ୟ ଦେଉଛନ୍ତି। ଏଭଳି କୌଣସି ଘଟଣା ସମୟରେ ରେସ୍ତୋରାଁର କର୍ମଚାରୀଙ୍କୁ ଲଢିବା ପାଇଁ ଆବଶ୍ୟକ ତାଲିମ ଦିଆଯାଇଛି ବୋଲି ଜଣାପଡ଼ିଛି। ରେସ୍ତୋରାଁର କର୍ମଚାରୀ ଓ ଅତିଥି ଉଭୟଙ୍କୁ ସୁରକ୍ଷା ଦେବା ପାଇଁ ବ୍ୟବସ୍ଥା ରହିଛି ବୋଲି ସୂଚନା ମିଳିଛି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories