www.samajalive.in
Tuesday, December 9, 2025
17.1 C
Bhubaneswar

ବନ୍ୟାଦ୍ୱାରା କ୍ଷୟକ୍ଷତି ହୋଇଥିବା ଚାଷକ୍ଷେତର ଆକଳନ ହେବ କେବେ?

ଗୁରୁଡିଝାଟି: ମହାନଦୀର ବନ୍ୟାରେ କଖଡି ପଞ୍ଚାୟତର ଶହଶହ ହେକ୍ଟର ଧାନ ଫସଲ ଦୀର୍ଘଦିନ ଧରି ପାଣିରେ ବୁଡିରହିଛି। ଏବେ କିଛିଦିନ ହେଲା ବନ୍ୟାଜଳ ଛାଡିଯାଇଥିଲେ ମଧ୍ୟ ଜିଲା ପ୍ରଶାସନ ପକ୍ଷରୁ କୃଷକଙ୍କ ଫସଲହାନୀର କ୍ଷୟକ୍ଷତି ଆକଳନ କରିବା ନିମନ୍ତେ କୌଣସି ଅଧିକାରୀ ବା କର୍ମଚାରୀ ଦେଖାନାହାନ୍ତି।

ସୂଚନା ଅନୁଯାୟୀ, କଖଡି ପଞ୍ଚାୟତର ଗୋପିନାଥପଡା, କାପ୍ତାବରାଇ,କଖଡି, ମହାଳପଡା ଓ ବିଦ୍ୟାଧରପୁର ଗାଁର କୃଷକମାନଙ୍କର ସଂପୂର୍ଣ୍ଣ ଧାନ ଓ ପରିବା ଫସଲ ଉଜୁଡି ଯାଇଛି। ଫସଲକୁ ନେଇ କୃଷକ ବର୍ଷକର ଖାଦ୍ୟ ପାଇବା ସହିତ ଏହାକୁ ବିକ୍ରିକରି ଭଲମନ୍ଦ ଓ ଯାନିଯାତ୍ରା ଏପରିକି ବିବାହ କାର୍ଯ୍ୟ ମଧ୍ୟ ତୁଲାଇଥାଏ। ଚଳିତବର୍ଷ କରୋନା ପାଇଁ ପାଖରେ ଅର୍ଥ ନଥିଲେ ମଧ୍ୟ ବିଭିନ୍ନ ସ୍ଥାନରୁ ଧାର କରଜ କରି କୃଷକ ଡେରିଥିଲା ଧାନ ଓ ପରିବା ଫସଲ। ଫସଲ ବହୁତ ଭଲ ହୋଇଥିଲା ଅନୁକୂଳ ପାଣିପାଗ ପାଇଁ। ହେଲେ ମହାନଦୀର ବନ୍ୟାଜଳ କୃଷକର ସବୁ ଆଶା ଆକାଂକ୍ଷା ଓ ସ୍ୱପ୍ନକୁ ଧୋଇଦେଇଛି। ସରକାରୀ ସହାୟତା ତ ସମୁଦ୍ରକୁ ଶଙ୍ଖେ ମିଳିବ ସେଥିରେ ସରକାରୀବାବୁମାନଙ୍କ ଏପର୍ଯ୍ୟନ୍ତ ଦେଖାନାହିଁ। ତେଣୁ ତୁରନ୍ତ ଉଜୁଡିଯାଇଥିବା କ୍ଷେତକୁ ଅନୁଧ୍ୟାନ କରି କ୍ଷୟକ୍ଷତି ଆକଳନ କରିବା ନିମନ୍ତେ ସରକାର ପଦକ୍ଷେପ ନେବା ନିମନ୍ତେ କୃଷକମାନେ ଦାବି କରିଛନ୍ତି।

- Advertisement -

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories