www.samajalive.in
Tuesday, December 9, 2025
16.1 C
Bhubaneswar

ଗୁରୁବାର ରାଶିଫଳ

ମେଷ: ଧୈର୍ଯ୍ୟ ଓ ପାରଦର୍ଶିତାର ପୁରସ୍କାର ପାଇବେ। ସ୍ବଳ୍ପ ଆୟର ସୂଚନା ମିଳୁଛି। ସୁସ୍ଥ ଓ ନିରାମୟ ରହିବେ। ମନ ପ୍ରସନ୍ନ ରହିବ। ପରିବାରରେ ମୁଖ୍ୟ ଭୂମିକା ଗ୍ରହଣ କରିପାରନ୍ତି। ଔଷଧ କିମ୍ବା ଶୃଙ୍ଗାର ବ୍ୟବସାୟ ଲାଭଜନକ ହେବ।
ବୃଷ: କାର୍ଯ୍ୟରେ ପୂର୍ଣ୍ଣତା ପ୍ରାପ୍ତି ନିମନ୍ତେ ଲାଗି ପଡ଼ିବେ। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। କାର୍ଯ୍ୟରେ ଉତ୍ସାହ ବୃଦ୍ଧି ହେବ। ନୀରୋଗ ରହିବେ। ଆୟ ଆଶାନୁରୂପ ହେବ। ଚାକିରି କ୍ଷେତ୍ରରେ ସମ୍ମାନିତ ହେବେ। ବିଦ୍ୟାର୍ଥୀଙ୍କୁ ଉଚ୍ଚଫଳ ମିଳିବ।
ମିଥୁନ: କାର୍ଯ୍ୟରେ ପଛେଇ ଯାଇପାରନ୍ତି। ଶାରୀରିକ କ୍ଷେତ୍ରରେ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ରୋଜଗାର ମଧ୍ୟମ ଧରଣର ହୋଇପାରେ। ଚାକିରି କ୍ଷେତ୍ରରେ ସନ୍ଦିହାନ୍‌ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ବିଦ୍ୟାର୍ଥୀଙ୍କୁ ମଧ୍ୟମ ଫଳ।
କର୍କଟ: ସହକର୍ମୀଙ୍କ ସହିତ ସୁସମ୍ପର୍କ ରହିବ। ବ୍ୟବସାୟରେ ଆଗକୁ ବଢ଼ିବେ। ବନ୍ଧୁ ଓ ସହୋଦରମାନଙ୍କ ସାହାଯ୍ୟ ପାଇ ଅସାଧ୍ୟ ସାଧନ କରିପାରନ୍ତି। ସେବକ ମନୋଭାବର ହୋଇପାରନ୍ତି। କାର୍ଯ୍ୟକୁ ଶୃଙ୍ଖଳିତ କରିବାକୁ ଉଦ୍ୟମ ଜାରି ରଖିବେ।
ସିଂହ: ଅସଜଡ଼ା କାର୍ଯ୍ୟକୁ ସଜାଡ଼ି ଦେଇପାରନ୍ତି। ଥଣ୍ଡା-କଫରେ ସାମାନ୍ୟ ପୀଡ଼ା ଉପୁଜି ପାରେ। ମନ ଚଞ୍ଚଳ ରହିବ। ଆୟ-ବ୍ୟୟ ପ୍ରାୟ ସମାନ୍ତରାଳ ଗତି କରିବ। ଶତ୍ରୁ ବଳବାନ୍‌ ଥାଇ ମଧ୍ୟ ଅପସରିଯିବ। ଚାକିରିରେ ସୁନା ମିଳିବ। ବିଦ୍ୟାର୍ଥୀ ଖେଳକୁଦରେ ସତର୍କ ହେବେ।
କନ୍ୟା: ମନରେ ନୂତନ ଚିନ୍ତାଧାରା ଉଦ୍ରେକ ହେବ। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ପାଇପାରନ୍ତି। କାର୍ଯ୍ୟରେ ଆଗେଇବେ। ଆୟ ବୃଦ୍ଧିର ସୂଚନା ମିଳୁଛି। ସୁସ୍ଥ ଓ ନିରାମୟ ରହିବେ। ଚାକିରିରେ ଉଚ୍ଚଆଶା ଫଳବତୀ ହେବ। ବିଦ୍ୟାର୍ଥୀ ଖୁସି ହେବେ।
ତୁଳା: କାର୍ଯ୍ୟରେ ଆଗକୁ ବଢ଼ି ପାରନ୍ତି। ମନୋବଳ ଦୃଢ଼ ରହିବ। ସୁସ୍ଥ ରହିବେ। ଆୟ ବୃଦ୍ଧିର ସୂଚନା ମିଳୁଛି। ଚାକିରି କ୍ଷେତ୍ରରେ ମନ ପ୍ରସନ୍ନ ରହିବ। ବ୍ୟବସାୟରେ ଢ଼େର ଉନ୍ନତି ଘଟିବ। ଦାନଶୀଳ ହୋଇପାରନ୍ତି। ବିଦ୍ୟାର୍ଥୀ ଆଗକୁ ବଢ଼ିବେ।
ବିଛା: ଉପୁଜି ଥିବା ବିବାଦର ସମାଧାନ ହେବ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଆୟ ବୃଦ୍ଧିର ମାର୍ଗ ଉନ୍ମୁକ୍ତ ହେବ। ବିଦ୍ୟାର୍ଥୀଙ୍କୁ ଶୁଭଫଳ ମିଳିବ।
ଧନୁ: ଚିନ୍ତା ଦୂରେଇ ଯିବ। ବିଭିନ୍ନ ଦିଗରୁ ଧନାଗମ ହେବାର ସୁଯୋଗ ସୃଷ୍ଟି ହୋଇଛି। ଭାଗ୍ୟଶାଳୀ ହେବେ। ବ୍ୟବସାୟ ଲାଭଜନକ ହେବ। କାର୍ଯ୍ୟ ବିଳମ୍ବିତ ହୋଇପାରେ। ଭ୍ରମଣ ଯୋଗ ଅଛି। ଚାକିରିରେ ସହଯୋଗ ମିଳିବ। ବିଦ୍ୟାର୍ଥୀ ଆଗେଇବେ।
ମକର: ସୁଖ, ସନ୍ତୋଷ ଲାଭ କରିପାରନ୍ତି। ବନ୍ଧୁ ସହାୟତା ଓ ସରକାରୀ ପ୍ରୋତ୍ସାହନ ପାଇ ଲାଭବାନ୍‌ ହେବେ। ଗୁଣଯୁକ୍ତ ହେବେ। ଧନବାନ୍‌ ହୋଇପାରନ୍ତି। ଭୋଜନ ରୁଚିକର ହୋଇପାରେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଦ୍ୟାର୍ଥୀ ସୁଖୀ ହେବେ।
କୁମ୍ଭ: ନିଜ ମନକୁ ନିଜେ ସାନ୍ତ୍ବନା ଦେବେ। ଚଞ୍ଚଳ ସ୍ବଭାବର ହୋଇପାରନ୍ତି। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। କିଛି ସମୟ ପାଇଁ ଏକାନ୍ତରେ ସମୟ କଟାଇବାକୁ ଇଚ୍ଛା କରିବେ। ମଧୁର କଥାରେ ଅନ୍ୟମାନଙ୍କୁ ଆୟତ୍ତ କରିପାରନ୍ତି। ବିଦ୍ୟାର୍ଥୀ ସୁଖୀ ହେବେ।
ମୀନ: ଉପୁଜିଥିବା ଜଞ୍ଜାଳ ତୁଟାଇ ଉନ୍ନତି ପଥରେ ଆଗକୁ ବଢ଼ି ପାରନ୍ତି। ବିଭାଗୀୟ ସ୍ତରରେ ସମ୍ମାନିତ ହେବେ। ରାଜକୋଷ ଅର୍ଥ ପାଇବାର ସୂଚନା ମିଳୁଛି। ସୁଶୀଳା ପତ୍ନୀଙ୍କ ସହଯୋଗ ପାଇବେ। ଦାମ୍ପତ୍ୟ ସୁଖ ମିଳିବ। ବିଦ୍ୟାର୍ଥୀ ନିଜର କରିସ୍ମା ଦେଖାଇବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories