www.samajalive.in
Sunday, December 7, 2025
16.1 C
Bhubaneswar

ପେକ୍ସ କାର୍ଯ୍ୟାଳୟ ଭିତରେ ଗୁଣ୍ଡାରାଜ ; ସମ୍ପାଦକଙ୍କୁ ହତ୍ୟା ଧମକ, ଦେଓଗାଁ ଥାନାରେ ମାମଲା

ବଲାଙ୍ଗିର : ବଲାଙ୍ଗିର ଜିଲା ଦେଓଗାଁ ପ୍ରାଥମିକ କୃଷି ସମବାୟ ସମିତି(ପେକ୍ସ) କାର୍ଯ୍ୟାଳୟରେ ସ୍ଥାନୀୟ ଅଞ୍ଚଳର କିଛି ଅସାମାଜିକତତ୍ତ୍ୱଙ୍କ ଗୁଣ୍ଡାରାଜ ଚଳାଇଥିବା ଦେଓଗାଁ ଥାନାରେ ଅଭିଯୋଗ ହୋଇଛି। ଦେଓଗାଁ ପେକ୍ସ ସମ୍ପାଦକ ରଘୁମଣି ବାରିକଙ୍କ ଅଭିଯୋଗ ଅନୁସାରେ, ଗତ ୨୮ ଡିସେମ୍ବର ଅପରାହ୍ନ ସାଢେ ୪ଟା ବେଳେ ସେ କାର୍ଯ୍ୟାଳୟରେ କାମ କରୁଥିଲେ। ଏହି ସମୟରେ କଛାରପାଲି ଗାଁର କୁନା ସାହୁ, ମାଣିକ ପାତ୍ର, କ୍ଷିରୋଦ୍ର ରଣା, କୁତୁର୍ଲା ଗାଁର ବଳରାମ ନାୟକ କାର୍ଯ୍ୟାଳୟରେ ପଶିଥିଲେ। ପ୍ରଥମେ କୁନା କାର୍ଯ୍ୟାଳୟରେ ଥିବା ଚୌକିକୁ ଲାତ ମାରିଥିଲେ। ଜଣେ ପରେ ଜଣେ ଅଶ୍ଲୀଳ ଭାଷାରେ ଗାଳିଗୁଲଜ ଆରମ୍ଭ କରିଦେଇଥିଲେ। ଏହା ସହ ତାଙ୍କ ଜାତିକୁ ନେଇ ଆକ୍ଷେପ କରିଥିଲେ। ଅଫିସରେ ହୋହାଲ୍ଲା ପରେ ସରକାରୀ କାମରେ ଆସିଥିବା ପୁରୁଷ ଓ ମହିଳା ଚାଷୀମାନେ ପେକ୍ସରୁ ଭୟରେ ଚାଲି ଯାଇଥିଲେ। ଘଟଣାରେ ଏତିକିରେ ଶେଷ ହୋଇନଥିବା ବେଳେ ପେକ୍ସ କାର୍ଯ୍ୟାଳୟ ଭିତରେ କୁନା ସାହୁ ପରିଶ୍ରା କରିଥିବା ଗୁରୁତର ଅଭିଯୋଗ ଆଣିଛନ୍ତି ସମ୍ପାଦକ। ଏହା ସହ ଅଫିସକୁ ନଆସିବା ପାଇଁ ଶ୍ରୀ ବାରିକଙ୍କୁ ଧମକ ଦେଇଥିବା ଅଭିଯୋଗ ଫର୍ଦରେ ଉଲ୍ଲେଖ କରିଛନ୍ତି ଶ୍ରୀ ବାରିକ। ପେକ୍ସ ଖୋଲାଗଲେ ପରିଣାମ ଭୟଙ୍କର ହେବ ଓ ଜୀବନରେ ମାରି ଦିଆଯିବ ବୋଲି ଚେତାବନୀ ଦେଇଥିବା ଥାନାରେ ଅଭିଯୋଗ ହୋଇଛି। ଜଣେ ପେକ୍ସ ସମ୍ପାଦକ ଏଭଳି ଅଭିଯୋଗ ଥାନାରେ କରିବା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories