www.samajalive.in
Monday, December 8, 2025
14.1 C
Bhubaneswar

ବାପା-ମାଆ ସମେତ ୨ ବର୍ଷର ଶିଶୁ ପୁତ୍ରକୁ ନିର୍ମମ ହତ୍ୟା, ୨ ଆହତ

ଆଜମଗଡ଼: ଉତ୍ତର ପ୍ରଦେଶର ଆଜମଗଡ଼ ଜିଲା ସ୍ଥିତ ମୁବାରକପୁର ଥାନା ଅଞ୍ଚଳରେ ସୋମବାର ଏକ ଘରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତଦେହ ଜବତ ହୋଇଛି। ଗୋଟିଏ ଘରୁ ମାଆ, ବାପା ଓ ଛୁଆର ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହେବା ସହ ପୁଲିସ ଜୋରଦାର ଯାଞ୍ଚ ଚଳାଇଛି। କେହି ଦୁର୍ବୃତ୍ତ ଏହି ୩ ଜଣଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ଆକ୍ରମଣରେ ଅନ୍ୟ ୨ଶିଶୁ ମଧ୍ୟ ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ମୁବାରକପୁର ଥାନା ଅନ୍ତର୍ଗତ ଇବ୍ରାହିମପୁର ଗାଁରେ ରବିବାର ରାତିରେ ଇରଫାନ(୩୫) ଓ ପତ୍ନୀ ସାଦିୟା(୩୨) ନିଜ ୩ ପିଲାଙ୍କ ସହ ଶୋଇଥିଲେ। ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଇରଫାନ ଓ ତାଙ୍କ ପତ୍ନୀଙ୍କ ସମେତ ୨ ବର୍ଷର ଶିଶୁ ପୁତ୍ରକୁ ନିର୍ମମ ଭାବେ ହତ୍ୟା କରିଛି। ଏହାସହିତ ଦୁର୍ବୃତ୍ତଙ୍କ ଆକ୍ରମଣରେ ଅନ୍ୟ ୨ ଶିଶୁ, ଝିଅ ଆସରା(୧୦) ଓ ପୁଅ ଅୟାନ(୪) ମଧ୍ୟ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ସୋମବାର ସକାଳେ ଯେତେବେଳେ ସେମାନେ ତାଙ୍କ ଘରକୁ ଯାଇଥିଲେ ସେଠାରେ ସମସ୍ତ ଜିନିଷ ଖେଳାଇ ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ ଓ ୩ ଜଣଙ୍କ ମୃତଦେହ ପଡ଼ିଥିବା ମଧ୍ୟ ଦେଖିଥିଲେ। ଏହାପରେ ସେମାନେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories