www.samajalive.in
Saturday, December 6, 2025
26.1 C
Bhubaneswar

କୌଣସି ସ୍ଥାନରେ ଟିକାର ଅଭାବ ନାହିଁ, ରାଜ୍ୟଗୁଡ଼ିକ ନିକଟରେ ଅଛି ୧.୫୮ କୋଟି ଭ୍ୟାକ୍ସିନ: ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ଦେଶରେ ଏବେ ଦୈନିକ ସଂକ୍ରମଣ ୨ ଲକ୍ଷ ୩୪ ହଜାର ଅତିକ୍ରମ କରିଛି। ଟିକାକରଣ ଦ୍ରୁତଗତିରେ ଚାଲିଥିଲେ ହେଁ କରୋନା ମହାମାରୀକୁ ସରକାର ରୋକିବାରେ ବିଫଳ ହୋଇଛନ୍ତି। ଏପରି ସ୍ଥଳେ ଅନେକ ରାଜ୍ୟରୁ ଟିକାର ଅଭାବ ନେଇ ଅଭିଯୋଗ ଆସୁଛି। କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି କେନ୍ଦ୍ର  ସ୍ବାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନ।

କୌଣସି ସ୍ଥାନରେ ଟିକାର ଅଭାବ ନାହିଁ ବୋଲି କହିଛନ୍ତି ହର୍ଷବର୍ଦ୍ଧନ। ସେ କହିଛନ୍ତି, ରାଜ୍ୟଗୁଡ଼ିକ ପାଖରେ ବର୍ତ୍ତମାନ ସୁଦ୍ଧା ୧ କୋଟି ୫୮ ଲକ୍ଷ ଟିକା ମହଜୁଦ ରହିଛି। ହର୍ଷବର୍ଦ୍ଧନ ୧୧ ରାଜ୍ୟର ମନ୍ତ୍ରୀମାନଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବୈଠକ କରିବା ପରେ କହିଛନ୍ତି, ଦେଶରେ ଟିକାର କୌଣସି ଅଭାବ ନାହିଁ। ତେବେ କରୋନାର ୨ୟ ତରଙ୍ଗକୁ ହାଲ୍‌କାରେ ନେବା ଅନୁଚିତ। ସମସ୍ତେ ଗମ୍ଭୀର ହେବା ଜରୁରୀ। ଟିକା ସମ୍ପର୍କିତ କିଛି ତଥ୍ୟ ସେ ଜାରି କରିଛନ୍ତି। ହର୍ଷବର୍ଦ୍ଧନ କହିଛନ୍ତି, ଆଜି ସୁଦ୍ଧା ବିଭିନ୍ନ ରାଜ୍ୟକୁ ୧୪ କୋଟି୧୫ ଲକ୍ଷ ଡୋଜ ପଠାଯାଇସାରିଛି। ଏବେ ରାଜ୍ୟଗୁଡ଼ିକ ପାଖରେ ୧ କୋଟି ୫୮ ଲକ୍ଷ ଟିକା ରହିଛି। ଖୁବଶୀଘ୍ର ଆହୁରି ୧ କୋଟି ୧୬ ଲକ୍ଷ ୮୪ ହଜାର ଟିକା  ଯୋଗାଣ କରାଯିବ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories