www.samajalive.in
Monday, December 8, 2025
14.1 C
Bhubaneswar

ଉତ୍କଳ କ୍ୟାମ୍ପସ ହେବ ‘ଅଣଛାତ୍ର’ ମୁକ୍ତ

ଭୁବନେଶ୍ୱର,: ଦିନକୁ ଦିନ ଉତ୍କଳ ବିଶ୍ବବିଦ୍ୟାଳୟରେ ଅଣଛାତ୍ରଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଏହାଦ୍ବାରା ଶୈକ୍ଷିକ ବାତାବାରଣ ପ୍ରଭାବିତ ହେଉଛି। ଏହି ସମସ୍ୟାକୁ ଗମ୍ଭୀରତାର ସହ ନେଇଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ। ଖୁବ୍‌ଶୀଘ୍ର ଏହି ସମସ୍ୟାର ସମାଧାନ ପାଇଁ ବରିଷ୍ଠ ପଦାଧିକାରୀଙ୍କୁ ନେଇ ଏକ କମିଟି ଗଠନ କରାଯିବ। ଏହି କମିଟି ଓ ପୁଲିସ ସହାୟତାରେ ହଷ୍ଟେଲରେ ରହୁଥିବା ଅଣଛାତ୍ରଙ୍କୁ କଢ଼ାଯିବ ବୋଲି ବିଶ୍ବବିଦ୍ୟାଳୟ ପକ୍ଷରୁ କୁହାଯାଇଛି।

ଶୁକ୍ରବାର ଚାଲିଥିବା ମିଡ୍‌ ସେମିଷ୍ଟର ପରୀକ୍ଷାରେ ବହୁ ବିଦ୍ୟାର୍ଥୀଙ୍କୁ ଜୋର ଜବରଦସ୍ତ କିଛି ଅଣଛାତ୍ର କାଢ଼ି ନେଇଥିବା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟକୁ ଅଭିଯୋଗ ଆସିଛି। ଏହାକୁ ଭିତ୍ତିକରି ଏଭଳି ପଦକ୍ଷେପ ନିଆଯାଇଛି। ଖୁବ୍‌ଶୀଘ୍ର ସବୁ ହଷ୍ଟେଲରେ ପ୍ରବେଶ ଓ ପ୍ରସ୍ଥାନ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ କରାଯିବ। କ୍ୟାମ୍ପସ୍‌ରେ ସୃଷ୍ଟ ସବୁ ବିଶୃଙ୍ଖଳାରେ ଅଣଛାତ୍ରଙ୍କ ଭୂମିକା ରହୁଥିବାରୁ ଏହାକୁ କୁଳପତିଙ୍କ ସମେତ ଅନ୍ୟ ପଦାଧିକାରୀ ଗମ୍ଭୀରତାର ସହ ନେଇଛନ୍ତି। ମୁଖ୍ୟ ଫାଟକଠାରୁ ଆରମ୍ଭ କରି ହଷ୍ଟେଲରେ ପରିଚୟପତ୍ର, ସିସି କ୍ୟାମେରା କଡାକଡ଼ି କରାଯିବା ସହ ନିୟମ ଉଲ୍ଲଘଂନ କରୁଥିବା ବ୍ୟକ୍ତିଙ୍କ ସମ୍ବନ୍ଧରେ ପୁଲିସକୁ ଅବଗତ କରିବାକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଅଣଛାତ୍ର ମୁକ୍ତ କ୍ୟାମ୍ପସ୍‌ କରିବାକୁ ପୁଲିସ ସହାୟତାରେ ଏକ ମିଶନ ଆରମ୍ଭ କରାଯିବ।

- Advertisement -

କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଛନ୍ତି କ୍ୟାମ୍ପସ୍‌ରେ ଅଣଛାତ୍ର ରହିବା ଯୋଗୁଁ ଶୈକ୍ଷିକ ବାତାବରଣ ନଷ୍ଟ ହେଉଛି। କ୍ୟାମ୍ପସ୍‌କୁ ଅଣଛାତ୍ର ମୁକ୍ତ କରିବାକୁ ପଦକ୍ଷେପ ନିଆଯିବ। ଏହାଦ୍ବାରା ଶୈକ୍ଷିକ ବାତାବରଣ ବଜାୟ ରହିବା ସହ ବିଦ୍ୟାର୍ଥୀ ଭଲରେ ପାଠ ପଢ଼ିପାରିବେ। ପୁଲିସ ଅଧିକାରୀଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରାଯବା ସହ ବିଶ୍ବବିଦ୍ୟାଳୟର ଏକ କମିଟି ଗଠନ ହେବ। ସବୁ ହଷ୍ଟେଲରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଣଛାତ୍ରଙ୍କୁ ଖାଲି କରିବାକୁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories