www.samajalive.in
Monday, December 8, 2025
13.1 C
Bhubaneswar

ରେଳବାଇରେ ଆଜିଠାରୁ ଆରମ୍ଭ ହେଲା ନିଯୁକ୍ତି ପ୍ରକ୍ରିୟା

ଭାରତୀୟ ରେଳବାଇ ୩ଟି ପର୍ଯ୍ୟାୟରେ ଆଜିଠାରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରୁଛି। ରେଳବାଇ ଏହାର ୨୧ଟି ନିଯୁକ୍ତି ବୋର୍ଡ ମାଧ୍ୟମରେ ପ୍ରାୟ ୧ଲକ୍ଷ ୪୦ହଜାର ଖାଲିପଡିଥିବା ପଦବୀ ପାଇଁ କର୍ମଚାରୀମାନଙ୍କୁ ନିଯୁକ୍ତି ଦେବ। ରେଳ ମନ୍ତ୍ରଣାଳୟରୁ ମିଳିଥିବା ଖବର ଅନୁସାରେ ଦେଶର ବିଭିନ୍ନ ସହରରେ ୨ କୋଟି ୪୪ ଲକ୍ଷ ପ୍ରାର୍ଥୀ ଏଥିପାଇଁ ପରୀକ୍ଷାରେ ଅବତୀର୍ଣ୍ଣ ହେବେ। ମନ୍ତ୍ରଣାଳୟ କହିଛି ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଆଜିଠାରୁ ୧୮ତାରିଖ ମଧ୍ୟରେ ହେଉଛି। ଏହାପରେ ଆସନ୍ତା ୨୮ ତାରିଖରୁ ଆସନ୍ତା ବର୍ଷ ମାର୍ଚ୍ଚ ମାସ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା କରାଯିବ। ତୃତୀୟ ପର୍ଯ୍ୟାୟ ପରୀକ୍ଷା ଆସନ୍ତା ବର୍ଷ ଏପ୍ରିଲରୁ ଜୁନ୍‍ ମାସ ମଧ୍ୟରେ ହେବ।

ରେଳବାଇ ନିଯୁକ୍ତି ବୋର୍ଡ ଏହି ପରୀକ୍ଷା କରାଇବା ପାଇଁ ବ୍ୟାପକ ପ୍ରସ୍ତୁତି କରିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବ। ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ପରିଧାନ କରିବା, ସାନିଟାଇଜର ବ୍ୟବହାର କରିବା ଓ ଗୋଟିଏ ଦିନରେ ଗୋଟିଏ ସିଫ୍ଟର ପରୀକ୍ଷା କରିବା ଭଳି ନିୟମଗୁଡ଼ିକୁ ପାଳନ କରାଯିବ।

- Advertisement -

ମନ୍ତ୍ରଣାଳୟ କହିଛି ପରୀକ୍ଷାର୍ଥୀମାନେ ହଲ୍‍ ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ସେମାନଙ୍କ ଶରୀରର ତାପମାତ୍ରା ଯାଞ୍ଚ କରାଯିବ। ଯେଉଁମାନଙ୍କର ଶରୀରର ତାପମାତ୍ରା ଅଧିକ ଥିବ ସେମାନଙ୍କୁ ପରୀକ୍ଷା ହଲ୍‍ ମଧ୍ୟକୁ ଯିବାକୁ ଦିଆଯିବ ନାହିଁ। ଏ ସଂକ୍ରାନ୍ତରେ ପରୀକ୍ଷାର୍ଥୀମାନଙ୍କୁ ସେମାନଙ୍କର ପଞ୍ଜିକୃତ ଇ-ମେଲ୍‍ ମାଧ୍ୟମରେ ଜଣାଇ ଦିଆଯିବ। ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କୁ କୋଭିଡ-୧୯ ସମ୍ବନ୍ଧୀୟ ଏକ ଲିଖିତ ଘୋଷଣାପତ୍ର ଦାଖଲ କରିବାକୁ ହେବ। ବିନା ଘୋଷଣାପତ୍ରରେ କୌଣସି ପରୀକ୍ଷାର୍ଥୀଙ୍କୁ ହଲ୍‍ ମଧ୍ୟକୁ ଯିବାକୁ ଦିଆଯିବ ନାହିଁ। କୋଭିଡର ସମସ୍ତ ନିୟମାବଳୀ ଅନୁସାରେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯିବ। ପ୍ରତ୍ୟେକ ସିଫ୍ଟର ପରୀକ୍ଷା ପୂର୍ବରୁ ଓ ପରେ ହଲ୍‍ଗୁଡ଼ିକୁ ସାନିଟାଇଜ୍‍ କରାଯିବ।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories