ସମାଜ ଡିଜିଟାଲ ଡେସ୍କ: ବିଧାନସଭା ଶୂନ୍ୟକାଳରେ ବାଲିଯାତ୍ରା ପ୍ରସଙ୍ଗ ଉଠାଇଛନ୍ତି କଟକ-ବାରବାଟି ବିଧାୟିକା ସୋଫିଆ ଫିର୍ଦ୍ଦୋସ। ବାଲିଯାତ୍ରାରେ ଦୋକାନ ନିଲାମ ପ୍ରସଙ୍ଗ ଉଠାଇ ସୋଫିଆ କହିଛନ୍ତି ନିଲାମୀ ପ୍ରକ୍ରିୟାକୁ ତୁରନ୍ତ ବନ୍ଦ କରାଯାଉ। ପୁରୁଣା ପ୍ରକ୍ରିୟାରେ ଦୋକାନ କରିବା ପାଇଁ ସୁଲଭ ମୂଲ୍ୟରେ ଦୋକାନ ଯୋଗାଇ ଦିଆଯାଉ ବୋଲି ଦାବି କରିଛନ୍ତି। ପୂର୍ବରୁ ବର୍ଗ ଫୁଟ୍ ପିଛା ୨୦ରୁ ୨୫ଟଙ୍କା ଦିଆଯାଉଥିବା ବେଳେ ଏବେ ବର୍ଗ ଫୁଟ୍ ପିଛା ୮୦୦ଟଙ୍କା ନିଆଯାଉଛି। ଫଳରେ ଗରିବ ବ୍ୟବସାୟୀ ଓ ଏସଏଚଜି ମହିଳାମାନେ ଷ୍ଟଲ ଖୋଲିବାରୁ ବଞ୍ଚିତ ହେଉଛନ୍ତି। ଏହାସହିତ ବାଲିଯାତ୍ରା ପଡ଼ିଆକୁ ବୃଦ୍ଧି କରିବାକୁ ଦାବି କରିଛନ୍ତି ସୋଫିଆ। କର୍ପୋରେଟ ସଂସ୍ଥା ଓ ଦେଶ ବିଦେଶର ବଡ ବଡ କମ୍ପାନୀ କିଭଳି ସେଠାରେ ଦୋକାନ ଖୋଲିବେ ସେନେଇ ବ୍ୟବସ୍ଥା କରିବାକୁ କହିଛନ୍ତି।



