www.samajalive.in
Monday, December 8, 2025
14.1 C
Bhubaneswar

କରଞ୍ଜିଆ-ଭଦ୍ରକ ଭାୟା ଆନନ୍ଦପୁର ରାସ୍ତାକୁ ଜାତୀୟ ରାଜପଥ କରାଯିବା ଦାବି

ପାଟଣା: ଓଡିଶା ରାଜ୍ୟ ରାଜପଥ ନଂ ୫୩ ଅନ୍ତର୍ଗତ ଭଦ୍ରକ ର ବନ୍ତ ଛକରୁ ଜାତୀୟ ରାଜପଥ ନଂ ୧୬ରୁ ବାହାରି ଭଦ୍ରକ ଜିଲ୍ଲାର ବନ୍ତ ବ୍ଳକ ଅଞ୍ଚଳ ଦେଇ କେନ୍ଦୁଝର ଜିଲ୍ଲାର ହାଟଡିହି, ଆନନ୍ଦପୁର ଏବଂ ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଳକ ଅଞ୍ଚଳ ହୋଇ ଓ କରଞ୍ଜିଆ ନିକଟରେ ଜାତୀୟ ରାଜପଥ ନମ୍ବର ୨୨୦ରେ ମିଶିଛି। ଏହାର ହାରାହାରି ଦୈର୍ଘ୍ୟ ୧୨୭ କିଲୋମିଟର। ଭଦ୍ରକ ଜିଲ୍ଲାରେ ଚାନ୍ଦବାଲି ଓ ଧାମରା ବନ୍ଦର ଅବସ୍ଥିତ ଥିବାରୁ ୫୩ ନଂ ଜାତୀୟ ରାଜପଥ ପରିବହନ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ସେହି ରାଜ୍ୟ ରାଜପଥ ଭଦ୍ରକ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ରାଆନ୍ଦିଆ, ବରପଦା, ବନ୍ତ ଓରାଳି, ହାଟଡିହି, ଛେନାପଦି, ଶାଳବଣି, ଫକୀରପୁର, ଆନନ୍ଦପୁର, କୋଡପଡା ଗୟଳମୁଣ୍ଡା, ଠାକୁରମୁଣ୍ଡା ଓ କରଞ୍ଜିଆ ଅତିକ୍ରମ କରି ୨୨୦ ନଂ ଜାତୀୟ ରାଜପଥ ରେ ମିଶିଥିବାରୁ ଏହା ତିନୋଟି ଜିଲ୍ଲାର ଜୀବନରେଖା ଭାବରେ ପରିଚିତ ହୋଇଛି।

୫୩ ନମ୍ବର ଜାତୀୟ ରାଜପଥ ଏହି ତିନୋଟି ଜିଲ୍ଲାର ଶିକ୍ଷା ଓ ସମୃଦ୍ଧି ବିକାଶ ସହିତ ଖଣିଜ ସମ୍ପଦ ପରିବହନ ଓ ଜନସାଧାରଣଙ୍କ ଗମନାଗମନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରୁଅଛି। ଏହା ବାଦ ୫୩ ନମ୍ବର ଜାତୀୟ ରାଜପଥ ସନିକଟରେ ଅବସ୍ଥିତ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ, ମନ୍ଦିର ଓ ଜାତୀୟ ଉଦ୍ୟାନ ପରିଭ୍ରମଣ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରୁ ଖଣିଜ ସମ୍ପଦ, ଜଙ୍ଗଲଜାତ ଦ୍ରବ୍ଯ ଓ କୃଷି ସାମଗ୍ରୀ ସିଧାସଳଖ ଧାମରା ବନ୍ଦରକୁ ପରିବହନ ଏବଂ ଧାମରା ବନ୍ଦରରୁ ଆମଦାନୀ ଆଦି ପ୍ରସଙ୍ଗରେ ସେହି ରାଜ୍ୟ ରାଜପଥ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କୁହାଯାଉଛି। ତେଣୁ ଉକ୍ତ ୫୩ ନମ୍ବର ରାଜ୍ୟ ରାଜପଥର ବିକାଶ କରି ଜାତୀୟ ରାଜପଥର ମାନ୍ୟତା ଦେଲେ ଯାତାୟତ ଓ ପରିବହନର ବିକାଶ ହେବ ବୋଲି ଦାବି କରାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories