www.samajalive.in
Saturday, December 6, 2025
26.1 C
Bhubaneswar

ଦଦରା ଟିଣ ଓ ପଲିଥିନ ତଳେ ଦେଶର ଭବିଷ୍ୟତ

ଚିତ୍ରକୋଣ୍ଡା: ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର। ଭଙ୍ଗା ଟିଣ ଓ ପଲିଥିନ ଢଙ୍କାଯାଇ ପିଲାଙ୍କୁ ପାଠ ପଢା ଯାଉଥିବା ଦୃଶ୍ୟ ଚିତ୍ରକୋଣ୍ଡା ବ୍ଲକରେ ଦେଖିବାକୁ ମିଳିଛି। କୁନିକୁନି ଛାତ୍ରଛାତ୍ରୀ ପାଠ ପଢ଼ିବା ଆଶାରେ ଧାଡ଼ି ବାନ୍ଧି ବିଦ୍ୟାଳୟକୁ ଆସୁଛନ୍ତି ଏବଂ ଶାନ୍ତିଶୃଙ୍ଖଳାର ସହ ପାଠ ବି ପଢୁଛନ୍ତି। କିନ୍ତୁ ସେମାନଙ୍କ ପାଇଁ ଆବଶ୍ୟକ ଶ୍ରେଣୀଗୃହ ଗୃହ ନାହିଁ। ଏଭଳି ଦୃଶ୍ୟ ମାଳକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ଧୂଳିପୁଟ ପଞ୍ଚାୟତର ଦଣ୍ଡାଲଗନ୍ଧି ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ୫୨ ପିଲା ପାଠ ପଢୁଥିବାବେଳେ ଦୁଇଜଣ ଶିକ୍ଷକ ଏଠାରେ ନିୟୋଜିତ ଅଛନ୍ତି। ଏହି ଗ୍ରାମରେ ୨୦ବର୍ଷ ହେଲା ବିଦ୍ୟାଳୟ ଶ୍ରେଣୀଗୃହ ନାହିଁ। ପୂର୍ବରୁ ଛାତ୍ରଛାତ୍ରୀ ଗ୍ରାମବାସୀଙ୍କ ବାରଣ୍ଡାରେ ବସି ପାଠ ପଢୁଥିଲେ। ଶେଷରେ ଗ୍ରାମବାସୀ ଓ ଶିକ୍ଷକ ମିଶି ଏହି କାମଚଳା ଝାଟିମାଟି ଓ ପଲିଥିନ ଢଙ୍କା ବିଦ୍ୟାଳୟ ନିର୍ମାଣ କଲେ।

ବିଦ୍ୟାଳୟ କହିଲେ ଟିଣ ଏବଂ ପଲିଥିନ ମିଶା ଛପର। ଓ କାଠ ଖୁଣ୍ଟ ପୋତା ହୋଇ କାନ୍ଥବାଡ଼ ନିର୍ମାଣ ହୋଇଛି। ତଳେ ଦରି ଉପରେ ବସି ପିଲାମାନେ ପାଠ ପଢୁଛନ୍ତି। ବର୍ଷା ଋତୁରେ ପାଠପଢ଼ା ସମ୍ପୂର୍ଣ୍ଣ ବନ୍ଦ ରହୁଛି। ବେଳେବେଳେ କୁକୁର, ସାପ, ବିଷାକ୍ତ କୀଟ ପତଙ୍ଗ ପଶି ଯାଉଥିବା ନେଇ ଗ୍ରାମବାସୀ ଓ ପ୍ରଧାନ ଶିକ୍ଷକ କୁନା ମହାକୁଡ଼ କହିଛନ୍ତି। ବାରମ୍ବାର ଅଭିଯୋଗ ପରେ ତିନିବର୍ଷ ହେଲା ବିଦ୍ୟାଳୟ ନିର୍ମାଣ ଚାଲିଛି। କିନ୍ତୁ ଆଜି ପ୍ରର୍ଯ୍ୟନ୍ତ ଶେଷ ହୋଇପାରୁନି। ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଗ୍ରାମବାସୀ ପ୍ରଶାସନ ଠାରେ ନିବେଦନ କରିଛନ୍ତି।

- Advertisement -

 

କେରଳରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ୩ ମୃତ

 

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories