www.samajalive.in
Saturday, December 13, 2025
17.1 C
Bhubaneswar

୮ ଦଫା ଦାବିରେ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ନଗର ବିଜେପି ବିକ୍ଷୋଭ

କଂଟାବାଞ୍ଜି : କଂଟାବାଞ୍ଜି ସହରର ବିଭିନ୍ନ ସମସ୍ୟାକୁ ନେଇ ନଗର ବିଜେପି ମଣ୍ଡଳ ସଭାପତି ବେଦବ୍ୟାସ ନାଗଙ୍କ ନେତୃତ୍ୱରେ ବିଜେପି କର୍ମୀ ଓ ସ୍ଥାନୀୟ ମହିଳାମାନେ ଏକ ବିରାଟ ଶୋଭାଯାତ୍ରାରେ ନଗର ପରିକ୍ରମା କରି ସ୍ଥାନୀୟ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସହରର ବିଭିନ୍ନ ସମସ୍ୟା ମଧ୍ୟରେ ୮ ଦଫା ଦାବି ଯଥା ବାସହୀନ ଓ କଚା ଘରେ ରହୁଥିବା ବ୍ୟକ୍ତିମାନଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା ଦୀର୍ଘଦୀନ ଧରି ସରକାରୀ ଜମିରେ ରହିଆସୁଥିବା ବ୍ୟକ୍ତି ଏବଂ ସ୍ଥାୟୀ ବାସିନ୍ଦାଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ ଯୋଗ୍ୟ ବୁଢାବୁଢି, ବିଧବା, ଭିନ୍ନକ୍ଷମଙ୍କୁ ଭତ୍ତା ପ୍ରଦାନ ସହରରେ ନୂତନ ବିଜୁଳି ଖୁଂଟ ଲଗାଯାଇ ଆଲୋକୀକରଣ ପାଇଁ କୋଟି କୋଟି ବ୍ୟୟ ହୋଇଥିବା ବେଳେ ଏହି ଯୋଜନାରେ ଠିକାଦାର ଓ ଘରୋଇ କମ୍ପାନୀ ବାଟ ମାରଣା କରିଥିବା ଅଭିଯୋଗ ହେଉଛି। ତୁରନ୍ତ ଜିଲ୍ଲପାଳ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଘେରାଉରେ ଉପସ୍ଥିତ ଥିବା ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି କହିଛନ୍ତି। ତାଙ୍କ ବକ୍ତବ୍ୟରେ ଦୃଢ ଦାବି କରିଛନ୍ତି। ଏଥିସହ ଏନ.ଏ.ସି. ଷ୍ଟଲ ନେଇଥିବା ଦୋକାନୀ କରେନା ସମୟରେ କ୍ଷତି ସହିଥିବାବେଳେ ଏନ.ଏ.ସି. ପ୍ରଶାସକଙ୍କ ଦ୍ୱାରା ୫ପ୍ରତିଶତ ଭଡା ବୃଦ୍ଧି କୁ ପ୍ରତ୍ୟାହାର କରିବା, ସହରର ପରିମଳ ବ୍ୟବସ୍ଥାକୁ ଘରୋଇକରଣ କରି ଠିକା ଦାରଙ୍କୁ ଅନୁକମ୍ପ ପ୍ରଦର୍ଶନ କରୁଥିବାରୁ ଏହାକୁ ବ୍ୟବସ୍ଥିତ କରିବା ସହରର ଜଳ ଯୋଗାଣ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଥିବାରୁ ଏହାର ତୁରନ୍ତ ସଜଡାଯିବା ପ୍ରମୁଖଦାବି ଗୁଡିକ ଏନ.ଏ.ସି. କାର୍ଯ୍ୟନିର୍ବାହିଙ୍କ ଅନୁପସ୍ଥିତରେ ଏମ.ଇ ଅଶୋକ ପଟ୍ଟନାୟକଙ୍କୁ ଏକ ଦାବି ପତ୍ର ଜିଲ୍ଲାପାଳଙ୍କ ଉଦ୍ଦ୍ୟେଶରେ ମଣ୍ଡଳ ସଭାପତି ଅର୍ପଣ କରିଥିଲେ। ଏହି ସମୟରେ ଜିଲ୍ଲା ସଭାପତି ଶିବାଜୀ ମହାନ୍ତି। ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ ଲକ୍ଷ୍ମଣ ବାଗ,ଜିଲ୍ଲା ସାଧାରଣ ସଂପାଦକ ଶ୍ରୀ ବଚ୍ଛ ବେହେରା  ସାଂସଦ ପ୍ରତିନିଧି ଘାସିରାମ ଜୈନ କୃଷକ ମୋର୍ଚ୍ଚା ଲମ୍ବୋଦର ହଂସ, ନଗର ମଣ୍ଡଳ ସଂପାଦକ ଅଜୟ ଶର୍ମା ତୁରେକେଲା ମଣ୍ଡଳ ସଭାପତି ହରିଶ ଚନ୍ଦ୍ର ସାହୁ, ଯୁବ ସଭାପତି ଚୈତନ ହଂସ, ଦୀପକ ସେଲମା, ଟିଟିଲାଗଡ ଯୁବ ନେତା ନରସିଂହ ସିଂ, ଶୁବୋଧ ପୋଢ ପ୍ରମୂଖ ନେତୃତ୍ୱ ନେଇ ଥିବା ବେଳେ ଶତାଧିକ ମହିଳା ବିକ୍ଷୋଭ ପ୍ରଦର୍ଶନରେ ଭାଗ ନେଇ ଥିଲେ।

 

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories