www.samajalive.in
Sunday, December 7, 2025
15.1 C
Bhubaneswar

ସଂଶୋଧିତ ନାଗରିକ ବିଧେୟକକୁ ନେଇ ଦ୍ବନ୍ଦ୍ବ, ବିଜେପି ସରକାରରୁ ଏଜିପିର ସମର୍ଥନ ପ୍ରତ୍ୟାହାର

ଗୌହାଟୀ : ସଂଶୋଧିତ ନାଗରିକ ବିଧେୟକ-୨୦୧୬କୁ ନେଇ ଆସାମରେ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଛି। ଏହି ବିଧେୟକ ଲୋକସଭାରେ ଗୃହୀତ ନ କରିବାକୁ ଦାବି କରି ବିଫଳ ଆସାମ ଗଣ ପରିଷଦ (ଏଜିପି) ବିଜେପି ନେତୃତ୍ବାଧୀନ ରାଜ୍ୟ ସରକାରରୁ ସୋମବାର ସମର୍ଥନ ପ୍ରତ୍ୟାହାର କରିନେଇଛି। ଏଜିପି ଅଧ୍ୟକ୍ଷ ତଥା ମନ୍ତ୍ରୀ ଅତୁଲ ବୋରା ଏ ସମ୍ବନ୍ଧରେ ଗଣମାଧ୍ୟମ କହିଛନ୍ତି। କହିଛନ୍ତି ଏହି ବିଧେୟକ ସମ୍ପୂର୍ଣ୍ଣ ଭାବେ ଆସାମ ରାଜିନାମାର ଉଲ୍ଲଙ୍ଘନ କରିବ। ଏଥିସହ ସମ୍ପ୍ରତି ଜାରି ରହିଥିବା ‘ଜାତୀୟ ନାଗରିକ ପଞ୍ଜିକା’ର ନବୀକରଣ ପ୍ରକ୍ରିୟାରେ ଏହା ବାଧା ସୃଷ୍ଟି କରିବ। ବିଧେୟକରେ କେତେକ ନକାରାତ୍ମକ ଦିଗ ସମ୍ବନ୍ଧରେ ପ୍ରକାଶ କରି ତାହାକୁ ଲୋକସଭାରେ ଗୃହୀତ ନ କରିବାକୁ ଏଜିପି କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯାଇଥିଲା। ଏନେଇ ଏଜିପିର ଏକ ପ୍ରତିନିଧି ଦଳ ନୂଆଦିଲ୍ଲୀରେ ରାଜନାଥଙ୍କୁ ଭେଟିଥିଲେ। ମାତ୍ର ଯେକୌଣସି ମତେ ଏହା ମଙ୍ଗଳବାର ଲୋକସଭାରେ ଗୃହୀତ ହେବ ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଦୃଢ କଣ୍ଠରେ କହିଥିଲେ। ଏହାପରେ ମେଣ୍ଟରେ ତିଷ୍ଠି ରହିବା ସମ୍ଭବ ନୁହେଁ ବୋଲି ବୋରା କହିଛନ୍ତି।
ଉଲ୍ଲେଖ ଯେ ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ତାନରୁ ଆସୁଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ଧର୍ମର ଲୋକ ଉପଯୁକ୍ତ ଦସ୍ତାବିଜ ଦାଖଲ ନ କରିପାରିବା ସ୍ଥଳେ ମଧ୍ୟ ସେମାନଙ୍କୁ ୬ ବର୍ଷ ପରିବର୍ତ୍ତେ ୧୨ ବର୍ଷର ନଗରିକତ୍ବ ପ୍ରଦାନ ଲାଗି ନାଗରିକତ୍ବ ଆଇନ-୧୯୫୫ରେ ସଂଶୋଧନ ପୂର୍ବକ ସଂଶୋଧିତ ନାଗରିକ ବିଧେୟକ-୨୦୧୬ ଅଣାଯାଇଛି। କିନ୍ତୁ ଉତ୍ତରପୂର୍ବାଞ୍ଚଳରେ ଏହାକୁ ତୀବ୍ର ବିରୋଧ କରାଯାଉଛି। ବିଶେଷ କରି ଧର୍ମ ନାମରେ କାହାରିକୁ ନାଗରିକତ୍ବ ପ୍ରଦାନ କରାଯାଇ ପାରିବ ନାହିଁ ବୋଲି ଦର୍ଶାଇ କଂଗ୍ରେସ, ତୃଣମୂଳ କଂଗ୍ରେସ ଓ ସିପିଆଇ(ଏମ୍‌) ଏବଂ ଅନ୍ୟ କେତେକ ଦଳ ଏହାକୁ ବିରୋଧ କରିଛନ୍ତି। ଉଲ୍ଲେଖ ଯେ ୧୨୬ ଆସନ ବିଶିଷ୍ଟ ଆସାମ ବିଧାନସଭାରେ ଏଜିପିର ୧୪ ବିଧାୟକ ସମର୍ଥନ ପ୍ରତ୍ୟାହାର କରିବା ପରେ ବିଜେପି ନେତୃତ୍ବାଧୀନ ମେଣ୍ଟ ସରକାରର ଆସନ ସଂଖ୍ୟା ୭୩କୁ ଖସି ଆସିଛି। ବିଧାନସଭାରେ ବିଜେପିର ୬୧ ଏବଂ ବିପିଏଫ୍‌ର ୧୨ ବିଧାୟକ ଅଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories