www.samajalive.in
Sunday, December 7, 2025
15.1 C
Bhubaneswar

ଗୋଟିଏ ଦିନରେ ୧୩ଖଣି ଖନନକୁ ଅନୁମୋଦନ କରିଥିଲେ ଅଖିଲେଶ

ନୂଆଦିଲ୍ଲୀ : ବେଆଇନ ଖଣି ଖନନକୁ ନେଇ ସିବିଆଇ ମାମଲାର ସମ୍ମୁଖୀନ ହୋଇଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ। ସିବିଆଇର ଏହି ମାମଲାକୁ ଅଖିଲେଶ ଓ ବିରୋଧୀ ଦଳଗୁଡିକ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଅଭିଯୋଗ କରିଛନ୍ତି। ତେବେ ସିବିଆଇର କହିବା ଅନୁଯାୟୀ ବେଆଇନ ଖଣି ଖନନରେ ଅଖିଲେଶଙ୍କ ସମ୍ପୃକ୍ତିର ବଳିଷ୍ଠ ପ୍ରମାଣ ରହିଛି। ସୋମବାର ସିବିଆଇ କହିଛି ଯେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଅଖିଲେଶ ଗୋଟିଏ ଦିନରେ ୧୩ଟି ଖଣି ଲିଜ୍‌କୁ ଅନୁମୋଦନ କରିଥିଲେ। ମୁଖ୍ୟମନ୍ତ୍ରୀତ୍ବ କାଳରେ ଅଖିଲେଶ କିଛି ଦିନ ପାଇଁ ଖଣି ମନ୍ତ୍ରଣାଳୟ ଦାୟିତ୍ବରେ ରହିଥିଲେ। ଦାୟିତ୍ବରେ ଥିବା ସମୟରେ ୨୦୧୩ ଫେବୃଆରୀ ୧୭ ତାରିଖରେ ଅଖିଲେଶ ୧୩ଟି ଖଣି ଲିଜ୍‌କୁ ଅନୁମୋଦନ କରିଥିଲେ। ଏହି ଖଣି ଲିଜ୍ ଅନୁମୋଦନ କରିବାକୁ ଅଖିଲେଶ ୨୦୧୨ ଇ-ଟେଣ୍ଡର ନିୟମକୁ ଉଲ୍ଲଙ୍ଘନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଆଧାରରେ ହମିରପୁର ଜିଲାପାଳ ବି ଚନ୍ଦ୍ରକଳା ଖଣି ଲିଜ୍‌କୁ ଅନୁମତି ଦେଇଥିଲେ।
ସିବିଆଇ ମାମଲାକୁ ନେଇ ଅଖିଲେଶ କହିଛନ୍ତି ଯେ କେନ୍ଦ୍ରର ବିଜେପି ସରକାର ତାଙ୍କ ବିରୋଧ​‌େ​‌ର ତଦନ୍ତକାରୀ ଏଜେନ୍ସିକୁ ଉପଯୋଗ କରିଛନ୍ତି। ବିଜେପିର ଏପରି କାର୍ଯ୍ୟରେ ସେ ଭୟଭୀତ ନୁହନ୍ତି ଓ ସିବିଆଇ ଜେରାର ସମ୍ମୁଖୀନ ହେବାକୁ ପ୍ରସ୍ତୁତ। ପୂର୍ବରୁ କଂଗ୍ରେସ ମୋ ବିରୋଧରେ ସିବିଆଇକୁ ଉପଯୋଗ କରିଥିଲା ଏବେ ବିଜେପି ଏହାକୁ ଉପଯୋଗ କରୁଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories