www.samajalive.in
Sunday, December 7, 2025
26.1 C
Bhubaneswar

୧୧ କେଭି ତାର ଯୋଗୁଁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଆଖୁ ଓ ଗୁଡ଼ ନଷ୍ଟ

ନବରଙ୍ଗପୁର : ଆଖୁ ଘଣାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଗୁଡ଼ ଓ ଆଖୁ ପେଡା ମୋଟର ନଷ୍ଟ ହୋଇଛି। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଏସ୍ ମାଳିଗୁଡା ଠାରେ ଲାଇବାନ ଅମାନ୍ୟତ ଙ୍କ ଆଖୁ ଘଣାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଗୁଡ଼ , ୧୪ ହଜାର ଟଙ୍କା ଓ ଆଖୁ ପେଡା ମଟର ଆଦି ପୋଡ଼ି ପାଉଁଶ ହୋଇଯାଇଛି। ଧାର କରଜ କରି ଚାଷ କରାଯାଇଥିବା ଫସଲ ଠିକ ଅମଳ ସମୟରେ ପୋଡ଼ି ନଷ୍ଟ ହୋଇଯାଇଥିବା ଯୋଗୁଁ ଋଣ ଶୁଝିବା ନେଇ ବର୍ତ୍ତମାନ ଚିନ୍ତାରେ ଚାଷୀ।

ସ୍ଥାନୀୟ ବାସିନ୍ଦାଙ୍କ କହିବା  ଅନୁଯାୟୀ ଆଖୁ ଘଣା ପାଖରେ ଏକ  ୧୧ କେଭି ତାରରେ ସର୍ଟ୍ ସର୍କିଟ ଯୋଗୁଁ ନିଆଁ ଝୁଲା ଖସି ପାଖରେ ଥିବା ଆଖୁ ଚପାରେ ପଡିଥିଲା। ଚାହୁଁ ଚାହୁଁ ନିଆଁ ବ୍ୟାପି ଯାଇଥିଲା । ଏହି ଘଟଣା ଘଟିଥିବା ସ୍ଥାନୀୟ ଲୋକମାନେ କହିଛନ୍ତି। ଏହି ଅଗ୍ନିକାଣ୍ଡରେ ଲାଇବନ ଅମାନତ୍ୟ ସର୍ବହରା ହୋଇଛନ୍ତି। ତାଙ୍କୁ ସହାୟତା ଯୋଗାଇବାକୁ ସରକାର ଠାରେ ନିବେଦନ କରିଛନ୍ତି, ଆଖୁ ଚାଷୀଙ୍କ ପଚାଶ ବସ୍ତା ଗୁଡ଼, ଆଖୁ ପେଡା ମେସିନ, ଆସବାସ ପତ୍ର ସହ ପ୍ରାୟ ତିନି ଲକ୍ଷ ଟଙ୍କାର ଜିନିଷ ପତ୍ର ପୋଡି ପାଉଁଶ ହୋଇଯାଇଛି। ଏଥିପାଇଁ ଚାଷୀ ଲାଇବାନ ଅମନାତ୍ୟ ଏହି ସର୍ଟ ସର୍କିଟ ଯୋଗୁଁ ଯେଉଁ କ୍ଷତି ହୋଇଛି ସେଥିପାଇଁ ସହାୟତା ଯୋଗାଇଦେବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories