www.samajalive.in
Monday, December 8, 2025
27.1 C
Bhubaneswar

ସମୁଦ୍ର ପଥରେ ଆସି ଭାରତରେ ଆକ୍ରମଣ କରିବାକୁ ପ୍ରଶିକ୍ଷଣ ନେଇଛନ୍ତି ଆତଙ୍କବାଦୀ: ନୌସେନା ମୁଖ୍ୟ

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନକୁ ବିଶ୍ଵବ୍ୟାପୀ ନିନ୍ଦା କରାଯାଉଛି। ସ୍ଥଳ ସୀମା ପାର କରି କେବଳ ଆତଙ୍କବାଦୀମାନେ ଭାରତକୁ ଆସି ଆକ୍ରମଣ କରୁନାହାନ୍ତି। ସମୁଦ୍ର ପଥ ଦେଇ ଜଳପଥ ସୀମା ଅତିକ୍ରମ କରି ମଧ୍ୟ ଭାରତରେ ପଶି ଆକ୍ରମଣ କରିବାକୁ ଆତଙ୍କବାଦୀମାନେ ଯୋଜନା କରୁଛନ୍ତି। ଏ ନେଇ ସେମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଛି। ଆମକୁ ଏଭଳି ସୂଚନା ମିଳିଛି ବୋଲି କହିଛନ୍ତି ସ୍ଥଳ ସେନା ମୁଖ୍ୟ ସୁନୀଲ ଲାମ୍ବା।

ଲାମ୍ବା ମଙ୍ଗଳବାର ପୁଲୱାମା ଆକ୍ରମଣ ସମ୍ପର୍କର ମତ ଦେଇ କହିଛନ୍ତି, ଭାରତରେ ଆତଙ୍କବାଦ କାର୍ଯ୍ୟକଳାପ ବୃଦ୍ଧି କରାଇ ଅସ୍ଥିରତା ସୃଷ୍ଟି କରିବାକୁ ପାକିସ୍ତାନ ଉଦ୍ୟମ କରୁଛି। ନିଜ ଦେଶରେ ଆତଙ୍କବାଦୀ ସୃଷ୍ଟି କରି ସେମାନଙ୍କୁ ଭାରତକୁ ପଠାଇ ପାକିସ୍ତାନ ହୀନ ଚକ୍ରାନ୍ତ କରୁଛି। ଭାରତର ଗୋଟିଏ ରାଜ୍ୟରେ ବିଚ୍ଛିନ୍ନତାବାଦୀମାନେ ମଧ୍ୟ ହିଂସା ସୃଷ୍ଟି କରୁଛନ୍ତି। ବିଶ୍ଵସ୍ତରରେ ଯେଭଳି ଆତଙ୍କବାଦ ବୃଦ୍ଧି ପାଇଲାଣି ତାହା ଭାରତ-ପାସିଫିକ ଅଞ୍ଚଳ ପ୍ରତି ବିପଦ ବୋଲି ଲାମ୍ବା କହିଛନ୍ତି।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories