www.samajalive.in
Monday, December 8, 2025
24.1 C
Bhubaneswar

ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା, ମୃତଦେହ ରଖି ନର୍ସିଂହୋମ ଘେରାଉ

ଆଠଗଡ଼: ଆଠଗଡ଼ ଏନଏସି ଅଞ୍ଚଳରେ ଥିବା ଏକ ଘରୋଇ ନର୍ସିଂହୋମରେ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡାଳଭାଗ ପଞ୍ଚାୟତର ଚମ୍ପିଆ ଗୋଡିସାହିର ଜଣେ ବ୍ୟକ୍ତିଙ୍କର ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ପରିବାର ଲୋକେ ଏବଂ ସ୍ଥାନୀୟ ଲୋକେ ମୃତଦେହ ରଖି ନର୍ସିଂହୋମ ଘେରାଉ କରିଥିଲେ।

ସୂଚନା ଅନୁସାରେ, ଗୋଡିସାହିର ଶିବ ନାଏକ(୬୦)ଙ୍କ ପେଟରେ ଦୀର୍ଘ ଦିନ ହେବ ଏକ ଆବୁ ରହିଥିଲା। ଶିବ ତାଙ୍କର ନିତିଦିନିଆ କାର୍ଯ୍ୟ ଠିକ ଭାବରେ କରିପାରୁଥିଲେ। ସଂପୃକ୍ତ ଘରୋଇ ନର୍ସିଂହୋମର କୌଣସି କର୍ମଚାରୀ ବିଜୁ ସ୍ବାସ୍ଥ୍ୟ କାର୍ଡ ମାଧ୍ୟମରେ ବିନା ମୂଲ୍ୟରେ ଆବୁଟିକୁ ଅସ୍ତ୍ରୋପଚାର କରିଦେବା ପାଇଁ ଶିବଙ୍କୁ ପ୍ରବର୍ତ୍ତାଇଥିଲେ। ଗତ ଶନିବାର ରାତିରେ ଶିବ ସଂପୃକ୍ତ କର୍ମଚାରୀଙ୍କ ମାଧ୍ୟମରେ ନର୍ସିଂହୋମରେ ଭର୍ତ୍ତି ହୋଇଥିଲେ। ସୋମବାର ମଧ୍ୟାହ୍ନରେ ଶିବଙ୍କୁ ଅସ୍ତ୍ରୋପଚାର ଗୃହ ବା ଓଟିକୁ ନିଆଯାଇ ଅସ୍ତ୍ରୋପଚାର କରାଯାଇଥିଲା। ଦୀର୍ଘ ସମୟ ପରେ ପରିବାର ଲୋକେ ନର୍ସିଂହୋମ କର୍ତ୍ତୃପକ୍ଷଙ୍କୁ ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ପଚାରିବା ସହ ଅସ୍ତ୍ରୋପଚାର କେବେ ସରିବ ବୋଲି ପଚାରିଥିଲେ ବି କିଛି ସନ୍ତୋଷଜନକ ଉତ୍ତର ମିଳି ନ ଥିଲା। ସେହି ସମୟରେ ନର୍ସିଂହୋମର  କର୍ମଚାରୀ ନର୍ସିଂହୋମରେ ଅକ୍ସିଜେନ ନ ଥିବା ଦର୍ଶାଇ ସଂଜ୍ଞାହୀନ ଅବସ୍ଥାରେ ଶିବଙ୍କୁ ଏକ ଘରୋଇ ଆମ୍ବୁଲାନ୍ସ ଯୋଗେ କଟକ ପଠାଇଥିଲେ। କଟକ ଏସିବି ମେଡିକାଲରେ ପହଞ୍ଚିବା ପୂର୍ବରୁ ଶିବଙ୍କର ମୃତ୍ୟୁ ହୋଇଥିବା ପରୀକ୍ଷା କରୁଥିବା ଡାକ୍ତର ଜଣାଇଥିଲେ। ପରିବାର ଲୋକେ ଶିବଙ୍କ ମୃତଦେହକୁ ଧରି ସଂପୃକ୍ତ ନର୍ସିଂହୋମକୁ ଫେରିଥିଲେ ଓ ମୁଖ୍ୟ ଫାଟକ ଆଗରେ ମୃତଦେହ ରଖି କ୍ଷତିପୂରଣ ସହିତ ନ୍ୟାୟ ଦାବି କରିଛନ୍ତି। ସଂଧ୍ୟା ସମୟରେ ଉତ୍ତେଜନା ସୃଷ୍ଟି ହେବା ସହ ବହୁ ସମୟ ଧରି ପୁରୁଣା କଟକ-ସମ୍ବଲପୁର ରାସ୍ତା ଅବରୋଧ ହେବା ଦ୍ବାରା ଯାତାୟାତ ବନ୍ଦ ହୋଇଥିଲା। ଖବର ପାଇ ଆଠଗଡ଼ ପୁଲିସ ସଦଳବଳ ପହଞ୍ଚି ରାସ୍ତା ଅବରୋଧ ହଟାଇବା ସହିତ ମୃତକ ପରିବାରକୁ ବୁଝାଶୁଝା କରିଥିଲେ । ରିପୋର୍ଟ ଲେଖା ହେବା ବେଳକୁ ଆଠଗଡ଼ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି  ସୂଚନା ଦେଇଛନ୍ତି। ସେହିପରି ସଂପୃକ୍ତ ଘରୋଇ ନର୍ସିଂହୋମ କର୍ମକର୍ତ୍ତାଙ୍କୁ ଘଟଣା ବିଷୟରେ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଯାଇଥିଲା ବେଳେ ଯୋଗାଯୋଗ ହୋଇ ପାରି ନ ଥିଲା।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories