www.samajalive.in
Monday, December 8, 2025
27.1 C
Bhubaneswar

ଫେଞ୍ଚ୍ ଓପନ୍: ବାର୍ଟି ମହିଳା ସିଙ୍ଗଲ୍‌ସ ଚମ୍ପିଆନ

ପ୍ୟାରିସ୍ : ଅଷ୍ଟ୍ରେଲିଆର ଆସ୍‌ଲେ ବାର୍ଟି ଚଳିତବର୍ଷର ଗ୍ରାଣ୍ଡସ୍ଲାମ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ ଫ୍ରେଞ୍ଚ୍‌ ଓପନ୍‌ର ମହିଳା ସିଙ୍ଗଲ୍‌ସ ଚମ୍ପିଆନ୍ ହୋଇଛନ୍ତି। ଶନିବାର ଖେଳା ଯାଇଥିବା ଫାଇନାଲ ମ୍ୟାଚ୍‌ରେ ୮ମ ସିଡ୍ ଆସ୍‌ଲେ ବାର୍ଟି ସହଜରେ ୬-୧, ୬-୩ ସେଟ୍‌ରେ ଅଣସିଡେଡ୍ ଚେକ୍ ରିପବ୍ଲିକ୍‌ର ମାର୍କେଟା ଭ‌େ‌ନ୍ଦ୍ରୗସୋଭାଙ୍କୁ ପରାସ୍ତ କରିଛନ୍ତି। ଏହି ଫାଇନାଲ ଏପରି ଏକତରଫା ହୋଇଥିଲା ଯେ ବାର୍ଟି ମାତ୍ର ୭୦ ମିନିଟରେ ଏହାକୁ ଜିତି ନେଇଥିଲେ। ଏହି ବିଜୟ ପରେ ଆସ୍‌ଲେ ବାର୍ଟି ଡବ୍ଲ୍ୟୁଟିଏ ମାନ୍ୟତାର ୨ନଂ ସ୍ଥାନକୁ ଉନ୍ନୀତ ହେବେ।
ଏହି ବିଜୟ ଫଳରେ ଆସ୍‌ଲେ ବାର୍ଟି ୧୯୭୩ରେ ମାର୍ଗାରେଟ୍ କୋର୍ଟଙ୍କ ପରେ ପ୍ରଥମ ଅଷ୍ଟ୍ରେଲିଆ ମହିଳା ଭାବେ ଫ୍ରେଞ୍ଚ୍ ଓପନ୍ ଜିତି ପାରିଛନ୍ତି। ପୁଣି ୨୦୧୧​‌େ​‌ର ସାମନ୍ତା ଷ୍ଟୋସୁରଙ୍କ ୟୁଏସ୍‌ ଓପନ୍ ବିଜୟ ପରେ ୨୩ ବର୍ଷ ବୟସ୍କା ଆସ୍‌ଲେ ବାର୍ଟି ଅଷ୍ଟ୍ରେଲୀୟ ଖେଳାଳି ଭାବେ ଏକ ଗ୍ରାଣ୍ଡସ୍ଲାମ୍ ଜିତି ପାରିଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories