www.samajalive.in
Wednesday, December 10, 2025
26.1 C
Bhubaneswar

ପଥରରେ ଛେଚି ମହିଳାଙ୍କୁ ହତ୍ୟା ସନ୍ଦେହ

ତେଲକୋଇ: ତେଲକୋଇ ଥାନା ଅନ୍ତର୍ଗତ ତାଳପଦା ପଞ୍ଚାୟତ ଅଧିନସ୍ଥ ଗୁରୁମ ଚାନ୍ଦପଶି ଜୁଆଙ୍ଗ ସାହିରେ ପଥରରେ ଛେଚି ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଶନିବାର ଗୁରୁମ ଚାନ୍ଦପଶି ଜୁଆଙ୍ଗ ସାହିର କାଳିଆ ଜୁଆଙ୍ଗ (୪୨) ସିରିଗିଡା ସରକାରୀ ଉଚ୍ଚ ବିଦ୍ୟାଳୟକୁ ଏବଂ ସ୍ତ୍ରୀ ଅଲମାଇଁ ଜୁଆଙ୍ଗ (୩୮) ତାଳପଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଅଭିଭାବକ ବୈଠକ ନିମନ୍ତେ ଘରୁ ବାହାରିଥିଲେ। କିନ୍ତୁ ରାତି ହୋଇଯାଇଥିଲେ ହେଁ ଉଭୟଙ୍କ ମଧ୍ୟରୁ କେହି ଘରକୁ ଫେରିନଥିଲେ। ତେବେ ରବିବାର ସକାଳ ପ୍ରାୟ ୮ଟା ସମୟରେ କାଳିଆ ନିଜ ସ୍ତ୍ରୀଙ୍କୁ ମୁମୂର୍ଷୁ ଅବସ୍ଥାରେ ଘରକୁ ଆଣିଥିଲେ ଏବଂ କିଛି ସମୟ ପରେ ଅଲମାଇଁଙ୍କର ମୃତ୍ୟୁ ଘଟିଥିଲା।

ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ କାଳିଆ ରାତିତମାମ ଗ୍ରାମ ନିକଟ ଝରଣା ପାଖ ଏକ ଆମ୍ବ ଗଛ ମୂଳରେ ନିଆଁ ଜାଳି ବସି ରହିଥିଲା। ମୃତ ମହିଳାଙ୍କ ମୁଣ୍ଡରେ ଆଘାତର ଚିହ୍ନ ସ୍ପଷ୍ଟ ବାରି ହୋଇ ପଡୁଥିବା ବେଳେ ମୁଣ୍ଡରେ ମାଟି-ବାଲି ଲାଗିଥିବାରୁ ସ୍ବାମୀ କାଳିଆ ତାଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଥିବା ଗ୍ରାମବାସୀ ସନ୍ଦେହ ପ୍ରକଟ କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ପୂର୍ବରୁ ମଧ୍ୟ କାଳିଆ ଅଲମାଇଁଙ୍କୁ ମାରଧର କରିବା ସହ ବାରମ୍ବାର ଝଗଡା କରୁଥିବା ପଡୋଶୀ ସୂଚନା ଦେଇଛନ୍ତି। ତେବେ ଖବର ଲେଖାଯିବା ସୁଦ୍ଧା ପୁଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବା ଜଣାପଡ଼ିଛି।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories