www.samajalive.in
Wednesday, December 10, 2025
26.1 C
Bhubaneswar

ରାଜ୍ୟସ୍ତରୀୟ ଓ ଗାଇଡ଼ର ନୃତ୍ୟୋତ୍ସବ ପ୍ରତିଯୋଗିତା, ଗଜପତି ଜିଲା ପ୍ରଥମ

ମୋହନା: ଭୁଵନେଶ୍ୱର ୟୁନିଟି ତିନି ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଚାରିଦିନ ଧରି ରାଜ୍ୟସ୍ତରୀୟ ସ୍କାଉଟ ଓ ଗାଇଡ଼ର ନୃତ୍ୟୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି ଜିଲା ପ୍ରଥମ ସ୍ଥାନ ଅଧିକାର କରିଥିବା ଘୋଷଣା କରାଯାଇଛି ଏହି ନୃତ୍ୟୋତ୍ସବରେ ରାଜ୍ୟର ପ୍ରତ୍ୟେକ ଜିଲାରୁ ସ୍କାଉଟ ଗାଇଡ଼ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ନୃତ୍ୟଦଳ ଅଂଶ ଗ୍ରହଣ କରିଥିଲେ। ଏହି ନୃତ୍ୟ ଦଳମାନଙ୍କ ମଧ୍ୟରୁ ଗଜପତି ଜିଲା ରା.ଉଦୟଗିରି ବ୍ଲକର କେଏମ ଭାଲିଆସାହି ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଷିତ ହୋଇଥିବା ନୃତ୍ୟ ପ୍ରଥମ ସ୍ଥାନ ଅଧିକାର କରିଥିଲା। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ଦଳବେହେରା, ଜିଲା ଶିକ୍ଷାଧିକାରୀ ପ୍ରଦୋଷ କୁମାର ନାୟକଙ୍କ ବରିଷ୍ଠ ପ୍ରେରଣା ଓ ଜିଲା କ୍ରୀଡା ଅଧିକାରୀ ତଥା ସଙ୍ଗଠନ କମିଶନର ସଞ୍ଜୟ କୁମାର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ସଫଳତା ମିଳିଥିଲା।

 

- Advertisement -

ଏହି କୃତ୍ତିତ୍ୱର ଶ୍ରେୟ ଜିଲା ଶିକ୍ଷାଧିକାରୀଙ୍କୁ ଦିଆଯାଇଛି। ଜିଲା ସ୍କାଉଟ ଓ ଗାଇଡ଼ କମିଶନର ପ୍ରଫୁଲ କୁମାର ମହାନ୍ତି, ତାଲିମ କମିଶନର ସୁରେଶ ପାତ୍ର, କିଶୋର ଚନ୍ଦ୍ର ଦାସ ଏବଂ ବିଦ୍ୟାଳୟର ଗାଇଡ଼ ଶିକ୍ଷକ ପ୍ରହ୍ଲାଦ ସିଆଳ ଓ କର୍ମଚାରୀ ରୁନୁ ରଇତଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମ୍ପୂର୍ଣ୍ଣ ସହଯୋଗରେ ଏହି ରାଜ୍ୟ ସ୍ତରୀୟ ସଫଳତା ହାସଲ କରିଥିବାରୁ ସମସ୍ତଙ୍କୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃତଜ୍ଞତା ଜଣାଇଛନ୍ତି। ଗଜପତି ଜିଲା ଏକ ଆଦିବାସୀ ଅଧୁଷିତ ଅଞ୍ଚଳ ହୋଇଥିଲେ ମଧ୍ୟ ଏଠାରେ ବହୁ ପ୍ରତିଭାବାନ ଛାତ୍ରଛାତ୍ରୀ ଅଛନ୍ତି ଏବଂ ଏହି ଅଞ୍ଚଳର ଛାତ୍ର ଛାତ୍ରୀ ରାଜ୍ୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିବା ହେତୁ କେଏମ ଭାଲିଆସାହି ସରକାରୀ ଉଚ୍ଚ ବିଦ୍ୟାଳୟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି। ଏହି ନୃତ୍ୟୁ ଦଳରେ ଧରିତ୍ରୀ ନାୟକ, ପ୍ରମିଳା ନାୟକ , ଜୟନ୍ତୀ ଗମାଙ୍ଗ, ପ୍ରିୟଙ୍କା ମଣ୍ଡଳ, ସୁମିତ୍ରା ବଡ଼ରଇତ, ଗୀତାଞ୍ଜଳି ପୁଜାରୀ, ବିଦ୍ୟାବତୀ ନାୟକ, ବିକି ବଡମୁଣ୍ଡି, ରୁଚିତ୍ରା ରଇତ, ପୁନ୍ୟାବତି ରଇତ ଓ ଶିବାନୀ ରାଇକା ଅଂଶ ଗ୍ରହଣ କରି ନୃତ୍ୟ ପ୍ରତିଯୋଗିତାରେ ରାଜ୍ୟରେ ପ୍ରଥମ ସ୍ଥାନ ହୋଇ ଜିଲ୍ଲା ଓ ବିଦ୍ୟାଳୟ ପାଇଁ ସୁନାମ ଆଣିଥିବାରୁ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories