www.samajalive.in
Saturday, December 6, 2025
26.1 C
Bhubaneswar

କୋଭିଡ ସଂକ୍ରମିତଙ୍କ ଶବଦାହ କରି ପ୍ରଶଂସିତ ଟିମ ହ୍ୟୁମାନିଟିର ୪ ସଦସ୍ୟ

ଫୁଲବାଣୀ: କରୋନା ମହାମାରୀର ଦ୍ୱିତୀୟ ଲହର ନେଇ ଚାଲିଛି ଗୋଟାଏ ପରେ ଗୋଟାଏ ଜୀବନ। ସଂକ୍ରମଣର ଭୟ ଲୋକଙ୍କୁ ଏମିତି ଘାରିଛି ଯେ, ନିଜ ଲୋକ ବି ମୁହଁ ମୋଡି ଚାଲି ଯାଉଛନ୍ତି। ଅନେକ ସ୍ଥଳରେ ମୃତ ବ୍ୟକ୍ତିଙ୍କ ଶବଦାହ କରିବା ପାଇଁ ମିଳୁନାହାନ୍ତି କେହି। ଏପରିକି ନିଜ ଲୋକ ମଧ୍ୟ ପଛଘୁଞ୍ଚା ଦେଉଛନ୍ତି ଶବଦାହ ପାଇଁ। ପ୍ରଶସାନ ପକ୍ଷରୁ ପିକିଇ କିଟ୍ ପ୍ରଦାନ କରାଯାଇ ଶବ ଦାହ ପାଇଁ ପରାମର୍ଶ ଦିଆଯାଉଥିଲେ ମଧ୍ୟ ସେଠାରୁ ଦୂରେଇ ରହୁଛନ୍ତି ବହୁ ନିଜ ଲୋକ। ବର୍ତ୍ତମାନ ପରିସ୍ଥିତିରେ ଏହା ଏକ ଗୁରୁତର ସାମାଜିକ ସମସ୍ୟା ଭାବେ ଠିଆ ହୋଇଛି। ତେବେ ଜୀବନ ଓ ମୃତ୍ୟୁର ବିପଦ ବେଳେ ଦୁଆରେ ଠିଆ ହୋଇ ସହଯୋଗର ହାତ ବଢାଉଛନ୍ତି କନ୍ଧମାଳ ଜିଲାରେ ଜଣାଶୁଣା ସାମାଜିକ ଅନୁଷ୍ଠାନ ଟିମ୍ ହ୍ୟୁମାନିଟି କନ୍ଧମାଳ। ଆଜି ଏଭଳି ଏକ କାର୍ଯ୍ୟକରି ଟିକାବାଲି ଅଞ୍ଚଳରେ ବେଶ୍ ପ୍ରଶଂସିତ ହୋଇଛନ୍ତି ଉକ୍ତ ଅଞ୍ଚଳରେ ରହୁଥିବା ଟିମର ସଦସ୍ୟମାନେ। ତେବେ କେବଳ ଆଜି ନୁହେଁ , ଗତ ଦିନରେ ମଧ୍ୟ ବିିଭିନ୍ନ ଅଞ୍ଚଳରେ ଏହି ସମସ୍ୟାର ସମାଧାନର ଦାୟିତ୍ୱ ନିଜ ଉପରକୁ ନେଇଛି କନ୍ଧମାଳର ଅଗ୍ରଣି ସାମାଜିକ ଅନୁଷ୍ଠାନ ଟିମ ହ୍ୟୁମାନିଟି । ଗୁରୁବାର ଟିକାବାଲି ତେନ୍ତୁଳିଗଡ ଅଞ୍ଚଳର ଜନୈକା କୋଭିଡ ସଂକ୍ରମିତା ମହିଳାଙ୍କ ମୃତ୍ୟୁ ହୋଇଥିଲା। ତେବେ ତାଙ୍କ ଶବ ସତ୍କାର କରିବା ପାଇଁ କେହି ବାହାରି ନ ଥିଲେ। ପାଖ ପଡ଼ିଶା ମଧ୍ୟ ପ୍ରସ୍ତୁତ ହୋଇନଥିଲେ।

ପରିବାରର ସଦସ୍ୟମାନେ ଚିନ୍ତାରେ ପଡ଼ିଯାଇଥିବା ବେଳେ ଖବର ପାଇ ସଙ୍ଗେ ସଙ୍ଗେ ସେଠାରେ ପହଞ୍ଚିଥିଲେ ଟିକାବାଲି ଟିମ ହ୍ୟୁମାନିଟିର ସଦସ୍ୟ ହିରୋ ନାୟକ, ନୀଳମାଧବ ପାତ୍ର, ସନ୍ତୋଷ ସୁବୁଦ୍ଧି ଓ ଚିଣ୍ଟୁ ପଟ୍ଟନାୟକ। ସ୍ଥାନୀୟ ମେଡିକାଲ ଅଫିସର, ବିଡିଓ, ବିପିଏମ, ତହସିଲଦାର, ଆରଆଇ ଓ ଥାନା ଅଧିକାରୀଙ୍କ ସହ ଆଲୋଚନା ପରେ ପ୍ରଶାସନିକ ଅଧିକାରୀମାନଙ୍କ ଉପସ୍ଥିତିରେ କୋଭିଡ ନିୟମ ପ୍ରକାରେ ମହିଳାଙ୍କ ଶବସତ୍କାର କରାଯାଇଥିଲା। ପ୍ରଶାସନ ପକ୍ଷରୁ ଚିହ୍ନଟ ଶ୍ମଶାନରେ କୋଭିଡ଼୍ ନିୟମ ପ୍ରକାରେ ଏହି ୪ ଜଣ ଯୁବ ସ୍ୱେଚ୍ଛାସେବୀମାନେ ଶବ ଶତ୍କାର କରିଥିଲେ। ପୂର୍ବରୁ ମଧ୍ୟ ଅନେକ ଥର ଏଭଳି ମହତ କାର୍ଯ୍ୟ ସମାପନ କରି ସାରିଛନ୍ତି ଟିମ ହ୍ୟୁମାନିଟିର ଏହି ସଦ୍ୟ ମାନେ। ଏଭଳି ନିସ୍ୱାର୍ଥପର କାର୍ଯ୍ୟ ପାଇଁ ଜିଲାସାରା ଟିମ ହ୍ୟୁମାନିଟିକୁ ସାଧୁବାଦ ଜଣାଯିବା ସହ ସେମାନଙ୍କ ପାଇଁ ଜିଲା ଗର୍ବିତ ବୋଲି ଅନେକ ବିଶିଷ୍ଟ ବ୍ୟକ୍ତି ମତ ପ୍ରକାଶ କରିଛନ୍ତି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories