www.samajalive.in
Sunday, December 7, 2025
15.1 C
Bhubaneswar

ସିକୋ ପଞ୍ଚାୟତର ଦୁଇଟି ମୌଜା ଅଣୁ ଆବଦ୍ଧାଞ୍ଚଳ 

ବେଗୁନିଆ : ବେଗୁନିଆ ବ୍ଲକରେ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ବ୍ଲକର ସିକୋ ପଞ୍ଚାୟତ ଅନ୍ତର୍ଗତ ଦୁଇଟି ମୌଜାରେ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ ସମ୍ପୃକ୍ତ ଗ୍ରାମକୁ ଅଣୁ ଆବଦ୍ଧାଞ୍ଚଳ ଘୋଷଣା କରିବାକୁ ଉପଜିଲ୍ଲାପାଳ ଅଶୋକକୁମାର ବେହୁରିଆଙ୍କୁ ସୁପାରିଶ କରିଥିଲେ। ଉପଜିଲାପାଳଙ୍କ ସୁପାରିଶ କ୍ରମେ ଆଜି୨୧ ତାରିଖ ସନ୍ଧ୍ୟା ୭ ଟାରୁ ୩୦ ତାରିଖ ରାତି ୯ଟା ପର୍ଯ୍ୟନ୍ତ ସିକୋ ପଞ୍ଚାୟତ ଅନ୍ତର୍ଗତ ଖଡିପଦର ଗ୍ରାମର ସାଧୁ ପରିଡାଙ୍କ ଘର ଠାରୁ ପ୍ରଫୁଲ୍ଲ ରାଉତରାୟ ଙ୍କ ଘର ପର୍ଯ୍ୟନ୍ତ ଏବଂ ସୁବାଷ ରାଉତରାୟ ଙ୍କ ଘର ଠାରୁ ବ୍ରଜ ରାଉତରାୟ ଙ୍କ ଘର ପର୍ଯ୍ୟନ୍ତ୧୧୫ ପରିବାରର ୭୬୦ ଲୋକ ବସବାସ କରୁଥିବା ଅଞ୍ଚଳକୁ ଅଣୁ ଆବଦ୍ଧ।ଞ୍ଚଳ ଘୋଷଣା କରାଯାଇଛି।

 

ସେହିପରି ମହାବୀର ମନ୍ଦିର ବୋରିଗୁଆଁର ସୁବାଷ ରାଉତରାୟଙ୍କ ଘର ଠାରୁ ବ୍ରଜ ରାଉତରାୟ (ମୌଜା-ଖଡିପଦର)ଙ୍କ ଘର ପର୍ଯ୍ୟନ୍ତ ଅଣୁ ଆବଦ୍ଧ।ଞ୍ଚଳ ଘୋଷଣା କରାଯାଇଛି ।ସେଠାରେ ୮୫ ଟି ପରିବାରର ୪୫୦ ଲୋକ ବସବାସ କରନ୍ତି l ସମ୍ପୃକ୍ତ ଅଞ୍ଚଳକୁ ବାହାର ଲୋକମାନଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି ।ସେହି ଅଂଚଳର କୌଣସି ବ୍ୟକ୍ତି ବାହାରକୁ ବାହାରିବା ଉପରେ ମଧ୍ୟ କଟକଣା ଲଗାଯାଇଛି। ଏହି ସମୟ ମଧ୍ୟରେ ସମ୍ପୃକ୍ତ ଅଞ୍ଚଳକୁ ବିଶୋଧନ କରାଯିବା ସହ କରୋନା ସଂକ୍ରମିତ ଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବ। ଏହି ଆବଦ୍ଧାଞ୍ଚଳରେ ପଂଚାୟତ ନିର୍ବାହୀ ଅଧିକାରୀ ,ବେଗୁନିଆ ଅଗ୍ନିଶମ ବିଭାଗ ଅଧିକାରୀ ,ଗ୍ରାମ୍ୟ ଜଳ ଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ,ବୋତଳମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଏବଂ ଶିଶୁବିକାଶ ପ୍ରକଳ୍ପ ଅଧିକାରୀଙ୍କୁ ସେଠାରେ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଉପଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି ।ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରେଖା ଦାସଙ୍କୁ ସମସ୍ତ କାର୍ଯ୍ୟର ତଦାରଖ ଦାୟିତ୍ୱ ଦିଆଯାଇଛି। ଏହା ପୂର୍ବରୁ ବେଗୁନିଆ ବ୍ଲକର ବେଗୁନିଆ ,ପୋଡାଡିହ ,ବୋତଳମା ,ଦେଉଳି, କୁଂଜୁରୀ ଏବଂ ହୀରାପୁର ପଂଚାୟତର ୮ ଟି ଗ୍ରାମକୁ ଅଣୁ ଆବଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଥିଲା ।ଆଜିର ଏହି ଘୋଷଣା ପରେ ବେଗୁନିଆ ବ୍ଲକର ବିଭିନ୍ନ ପଂଚାୟତର ୧୦ ଟି ସ୍ଥାନକୁ ଅଣୁ ଆବଦ୍ଧ।ଞ୍ଚଳ ଭାବେ ଘୋଷଣା କରାଗଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories